ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରୋନରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା

ନୂଆପଡା-ଡ୍ରୋନରେ ପହଞ୍ଚିଲା ଭିନ୍ନକ୍ଷମ ଭତ୍ତା । ଡ୍ରୋନରେ ଭିନ୍ନକ୍ଷମ ଭତ୍ତା ହିତାଧିକାରୀଙ୍କ ପାଖକୁ ପହଞ୍ଚାଇ ଇତିହାଶ ସୢଷ୍ଟି କରିଛନ୍ତି ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତ ଭାଲେଶ୍ବର ପଞ୍ଚାୟତର ସରପଞ୍ଚ । ଭାଲେଶ୍ବର ପଞ୍ଚାୟତର ୫ ନମ୍ବର ୱାଡ ଭୁତକାପଡା ଗାଁ ଘଞ୍ଚଜଙ୍ଗଳ ମଧ୍ୟରେ ଅବସ୍ଥିତ । ପଞ୍ଚାୟତ କାର୍ଯ୍ୟାଳୟଠାରୁ ପ୍ରାୟ ୨ କିଲୋମିଟର ଦୂର । ଏହି ଗାଁର ଭିନ୍ନକ୍ଷମ ହେତରାମ ସତନାମୀଙ୍କ ମଧୁବାବୁ ପେନସନ୍ ମଞୁର ହେଲା । ହିତାଧିକାରୀଙ୍କୁ ଭତ୍ତା ପାଇଁ ପଞ୍ଚାୟତକୁ ଆସିବାକୁ ପଡିଥାଏ । କିନ୍ତୁ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରୋଜ ଅଗ୍ରୱାଲ ନୂତନ ବୈଷୟିକ ଜ୍ଞାନକୌଶଳରେ ଡ୍ରୋନ ଯୋଗେ ମଧୁବାବୁ ପେନସନ୍ ହିତାଧିକାରୀଙ୍କ ଘରକୁ ପଠାଇଛନ୍ତି । ଆଗାମୀ ଦିନରେ ମଧ୍ୟ ତାଙ୍କୁ ଡ୍ରୋନରେ ଭତ୍ତା ପଠାଯିବ । ଭିନ୍ନକ୍ଷମଙ୍କୁ ଆଉ ପଞ୍ଚାୟତ ଆସିବାକୁ ପଡିବ ନାହିଁ ବୋଲି ସରପଞ୍ଚ କହିଛନ୍ତି । ଡ୍ରୋନ ଯୋଗେ ଭତ୍ତା ଘରେ ପାଇ ଥିବାରୁ ଭିନ୍ନକ୍ଷମ ହିତାଧିକାରୀ ମଧ୍ୟ ଖୁସି ଅଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ରହ୍ମନାଦ କଳା ପରିଷଦର ଭଜନ ସନ୍ଧ୍ୟା 

masiha

ଦିବ୍ୟାଙ୍ଗ ନମିତା ତାଡ଼ିଙ୍ଗିଙ୍କ ପାଖରେ ଲକ୍ଷ୍ମୀପୁର ରୁ ଗ୍ରୀନ ଇଣ୍ଡିଆ ଗ୍ରୁପ ପହଞ୍ଚି ଦେଲେ ସହାୟତା

masiha

ନୂଆପଡ଼ାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ସମୀକ୍ଷା ବୈଠକ; ଦୁଇ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!