ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଭାଗବତ ପ୍ରସାଦ ଙ୍କ କବିତା // ଜାଗରଯାତ୍ରା / ଉଜାଗର ଯାତ୍ରା

ଜାଗରଯାତ୍ରା / ଉଜାଗର ଯାତ୍ରା

ଚାଲିଥିଲା ସମୁଦ୍ର ମନ୍ଥନ…
ମେରୁ ପାର୍ବତକୁ ବାସୁକୀ ସର୍ପ, ଗୁଡେଇହୋଇ ସାଜିଲା ଦଉଡି ର ଦୁଇ ମୁଣ୍ଡ,
ତାପରେ ଲାଞ୍ଜ ପାଖେ ଦେବଗଣ, ବାସୁକୀର ମୁଖକୁ ଧରିଲେ ଦୈତ୍ୟ ବୃନ୍ଦ,
ଚାଲିଲା ସମୁଦ୍ର ମନ୍ଥନ…..
କେତେ ଥର ମନ୍ଥିଲେ କେଜାଣି, ଆବିର୍ଭାବ ହେଲେ ଲକ୍ଷ୍ମୀ —-
ବିଷ୍ଣୁ କହିଲେ ମତେ ଦିଅ, ଲକ୍ଷ୍ମୀ ମୋର ଅର୍ଦ୍ଧାଙ୍ଗିନୀ ହେଉ —
ତାପରେ ଐରାବତ ହସ୍ତୀ, ଉଚେଶ୍ରବା ଅଶ୍ୱ, ପଞ୍ଚଜନ୍ୟ ଶଙ୍ଖ, ସୁଦର୍ଶନ ଚକ୍ର, ପଦ୍ମ,ଚନ୍ଦ୍ର ଇତ୍ୟାଦି ଇତ୍ୟାଦି…..
ସବୁ ନେଇଗଲେ ଦେବଦେବୀ,
ତଥାପି ଚାଲିଲା ସମୁଦ୍ରମନ୍ଥନ…..
ସର୍ବ ଶେଷରେ ଉତ୍ପନ୍ନ ହେଲା– ହଳାହଳ ବିଷ,
ଯାହା ସୃଷ୍ଟିର ବିନାଶ ପାଇଁ ଯଥେଷ୍ଟ,
ବିଚାର ପଡିଲା ବିଷ କୁ ଗ୍ରହଣ କରିବ କିଏ ?
ଯିଏ ନେବ, ତାର ବିନାଶ ନିଶ୍ଚିତ
କିନ୍ତୁ,
ସଂସାରର ମଙ୍ଗଳ ନିମନ୍ତେ,
ଶେଷୋତ୍ପନ୍ନ ଗରଳ କୁ —
ନିର୍ବିଘ୍ନରେ ଗ୍ରହଣ କଲେ ମହାଦେବ
 ସେଦିନ ତିଥି ଥିଲା ଫାଲଗୁନ ଚତୁଃର୍ଦଶୀ -କୃଷ୍ଣପକ୍ଷ,
ଆଜିବି ସେଇ ତିଥି—
ମହାଦେବଙ୍କ ସୃଷ୍ଟି ସୁରକ୍ଷା ସ୍ମରଣେ,
ରାତ୍ରି ଉଜାଗର ହୋଇ ଶୈବଭକ୍ତ–
କରନ୍ତି,ସମ୍ମିଳିତ ଦୀପପ୍ରଜ୍ବଳନ…
ଠିକ ଅର୍ଦ୍ଧରାତ୍ରି ଯାଏ,
ଯେପର୍ଯ୍ୟନ୍ତେ ମନ୍ଦିରର ଶୀର୍ଷକୁ,
ଉଠି ନଥାଏ ମହାଦୀପ !
ଏଇତ ଜାଗର ଯାତ୍ରା ର ଉଜାଗର ବ୍ରତ !!!!!

ଭାଗବତ ପ୍ରସାଦ

ତିର୍ତ୍ତୋଲ, ଜଗତସିଂହପୁର

Related posts

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା ମହାବାହୁ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା // ତୁମ ପାଇଁ

Sunil Chandra Nayak

© ମଧୁମିତା ମିଶ୍ର ଙ୍କ କବିତା — ଫିନିକ୍ସ

masiha

Leave a Comment

error: Content is protected !!