ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ କୃଷି ଓଡିଶା ଉଦଯାପୀତ ଦିବସରେ ଢେଙ୍କାନାଳ ଜିଲ୍ଲାର ଚାଷୀ ଗୋପବନ୍ଧୁ ବେହେରା ରାଜ୍ୟପାଳଙ୍କ ଠାରୁ ସଂମ୍ମାନିତ

ରାଜ୍ୟରେ କୃଷି ମେଳା 2023 ଭୁବନେଶ୍ୱର ବିଜୁପଟ୍ଟନାୟକ ଖେଳ ପଡିଆରେ ଚାଲିଥିବା ତିନି ଦିନିଆ କୃଷି ମେଳା ଉଦଯାପିତ ହେଇ ଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂମ୍ମାନିତ ଅତିଥିଭାବେ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କୃଷି ବିଭାଗ ର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା, ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ବିଭାଗ ର ପ୍ରମୁଖ ସଚିବ ସୁରେଶ କୁମାର ବିଶିଷ୍ଠ ତଥା ସବୁ ବିଭାଗ ର ନିର୍ଦେଶକ ମାନେ ଉପସ୍ଥିତ ଥିଲେ l ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ମହୁଲଖୋଳି ଗ୍ରାମର ଯୁବ ଉଦ୍ୟୋଗୀ ଚାଷୀ ଗୋପବନ୍ଧୁ ବେହେରାଙ୍କୁ ମହାମହିମ ରାଜ୍ୟପାଳଙ୍କ ଠାରୁ ସଂମ୍ମାନିତ କରିବା ସହ ଦଶ ହଜାର ଟଙ୍କା ନଗଦ ଚେକ ପ୍ରଦାନ ତଥା ମାନପତ୍ର ଦିଆଯାଇଛି l ଏହି ସଂମ୍ମାନ ପାଇ ଗୋପବନ୍ଧୁ କୁହନ୍ତି ଯେ ମୁଁ ଜଣେ ସାଧାରଣ ଚାଷୀ ପରିବାର ପୁଅ ଓ ମୋ ଗ୍ରାମର ପ୍ରାୟ 90ଭାଗ ପରିବାର ଚାଷୀ ଅଟନ୍ତି l ଓଡିଶା ସରକାରଙ୍କ ତରଫରୁ ମାଗଣା କଲମୀ କାଜୁ ରୋପଣ ବିଷୟରେ ବୁଝି, ସ୍ଥିର କଲି ନିଜର ତଥା ଅନ୍ୟ ଚାଷୀଙ୍କର ପଚିଶ ଏକରରୁ ଉର୍ଦ୍ଧ୍ୱ ତଇଲା ଜମିରେ ଉନ୍ନତମାନର କଲମ୍ବୀ କାଜୁ ” ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ” ଯୋଜନାରେ ଚାଷ କଲି l କାଜୁ ଭିତରେ ଶାଗ, ରାଶି,ବିରି, ମୁଗ, କୋଳଥ, କଖାରୁ ଇତ୍ୟାଦି ଚାଷ କରି ଲକ୍ଷାଧିକ ଟଙ୍କା ଲାଭ ପାଇଲୁ l ଏହାପରେ ୨୦୨୦ ମସିହାରେ ମୁଁ ଓ ଆଉ ୮ ଜଣ ଚାଷୀ ମିଶି ବିଭାଗ ତରଫରୁ ଖେତ ପୋଖରୀ ଯୋଜନାରେ ଗୋଟିଏ ଗୋଟିଏ ପୋଖରୀ ଖନନ କଲୁ l ଯାହା ଫଳରେ ଆମ୍ଭେ ସେଥିରେ ମତ୍ସ୍ୟ ବିଭାଗ ସହାୟତାରେ ମାଛ ଚାଷ ଭଳି ଏକ ଲାଭଜନକ ଚାଷ କରିପାରିଲୁ ତତସହିତ ପୋଖରୀ ହୁଡ଼ା ରେ ନଡ଼ିଆ, କଦଳୀ, ସଜନା ଶାଗ, ଅମୃତଭଣ୍ଡା, ପିଜୁଳି, ଲେମ୍ବୁ ଇତ୍ୟାଦି ଚାରା ଉଦ୍ୟାନ ବିଭାଗ ସହାୟତାରେ ଲଗାଇଥିଲୁ l ପୋଖରୀର ପାଖାପାଖି ତଇଲା ରେ କୃଷି ବିଭାଗ ତରଫରୁ ମୁଗ, ବିରି, ରାଶି ଇତ୍ୟାଦି ପାଇଲୁ l ଗୋଟିଏ ଗୋଟିଏ ପୋଖରୀରୁ ଆମେ ବର୍ଷକୁ ମାଛରୁ ୩୦ ରୁ ୪୦ ହଜାର ଓ ଅନ୍ୟ ପନିପରିବାରୁ ୨୦ ରୁ ୩୦ ହଜାର ଟଙ୍କା ଆୟ କରି ପାରୁଛୁ l ସରକାରଙ୍କର ବିଭିନ୍ନ ବଡ଼ ବଡ଼ ଉଚ୍ଚ ଅଧିକାରୀ ମାନେ ମୋ ଜାଗା କୁ ଆସି ବୁଲି ମୋତେ ଅନେକ ପରାମର୍ଶ ଦେଇଛନ୍ତି ବିଭିନ୍ନ ଯୋଜନାକୁ ଆପଣେଇ ମୁଁ ନିଜେ ଲାଭବାନ ହେବା ସହ ମୋ ଗ୍ରାମ ର ଅନେକ ଚାଷୀ ମାନେ ଲାଭବାନ ହୋଇଛନ୍ତି l

ଢେ଼ଙ୍କାନାଳ ର ଗଁଦିଆ ରୁ ତାପସ ଦାସ ଙ୍କ ରିପୋର୍ଟ 

 

Related posts

କୋଇଡାରେ ମା’ ଲକ୍ଷ୍ମୀ ପି ଜି ଗ୍ରୁପ ଆନୁକୁଲ୍ୟରେ ମହିଳା ଦିବସ ପାଳନ

masiha

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ଷ୍ଟେରିଂ ଛାଡ଼ ଆନ୍ଦୋଳନ : ପ୍ରଥମ ଦିବସ ପ୍ରଭାବ ଆନ୍ଦୋଳନକାରୀ ଙ୍କ ସପକ୍ଷରେ 

Sunil Chandra Nayak

Leave a Comment

error: Content is protected !!