ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ପୂର୍ଣେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖରେ ବିଶ୍ଵଶାନ୍ତି ମହାଯଜ୍ଞ 

ମୟୂରଭଞ୍ଜ -୨୨/୨/୨୩ (ମସିହା) ସାରା ବିଶ୍ବ ଵାସ୍ତୁବାଦୀ ଦୁନିଆରେ ପାଦ ଦେଇ ଅଶାନ୍ତ ହୋଇପଡିଛି  ।ପ୍ରକୃତି,ପରିବେଶ, ସାମାଜିକ ସବୁକିଛି ପ୍ରଦୂଷିତ ହେଉ ପଡ଼ିଛି । ମେସିନ ଓ ଟଙ୍କା ପଛରେ ଗୋଡାଇ ମଣିଷ ସମାଜ ଏକ ଅସ୍ଥିରତା ଓ ଅଶାନ୍ତ ଭିତରେ ଗତି କରୁଛି । ଏଥିପାଇଁ ବିଶ୍ଵରେ ଦୁର୍ଗତି ର ବିନାଶ ଏବଂ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ବ୍ରାହ୍ମଣ ମାନଙ୍କର ଭୂମିକା ଅନନ୍ୟ । ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ମୟୂରଭଞ୍ଜ ଜିଲ୍ଲାର ଓଡ଼ିଶା ବ୍ରାହ୍ମଣ ମହାସଭାର,ବାମନଘାଟୀ ଶାଖା ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୪,୫,୬ ଏବଂ ୭ ତାରିଖ ଦିନ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଢି ଗ୍ରାମର ପୂର୍ଣେଶ୍ବର ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ ବୋଲି ସକ୍ରିୟ ସଦସ୍ୟ ତଥା ଜଗନ୍ନାଥ ମନ୍ଦିର ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର, ପ୍ରସନ୍ନ ଷଡଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଥିରେ ପୁରୀରଵେଦିକ ପରିଷଦର ୫ ଜଣ ପୂଜକ କର୍ମକାଣ୍ଡରେ ପୂଜନ‌ ଓ ଯଜ୍ଞ କାର୍ଯ୍ଯକ୍ରମରେ ସାମିଲ ହେବେ ।ଏଠାରେ ନିଃଶୁକ୍ଳ ବ୍ରତପୋୟନ ଏବଂ ଅନ୍ନପ୍ରାସାନ୍ନ ସଂସ୍କାର କରାଯିବ କରାଯିବ। ସବୁଦିନ ଵେଦପାଠ, ଚଣ୍ଡୀ ପାଠ, ଗୀତାପାଠ,ରୁଦ୍ରାଭିଷେକ, ବିଷ୍ଣୁ ସହସ୍ରନାମ,ଗୋପାଳ ସହସ୍ରନାମ, ନୃସିଂହ ସହସ୍ରନାମ, ଜଗନ୍ନାଥ ସହସ୍ରନାମ,ଭଜନ,କିର୍ତ୍ତନ ହେବ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ, ଭକ୍ତବୃନ୍ଦ ଏହି ବିଶ୍ଵଶାନ୍ତି ମହାଯଜ୍ଞ ରେ ଯୋଗ ଦେଇ ଠାକୁରଙ୍କ ଆଶୀର୍ବାଦ ନେବାପାଇଁ ବାମନଘାଟୀ ମହାସଭାର ସଭାପତି ପ୍ରଭାସ କବି ଏବଂ ଅନ୍ୟ ସଦସ୍ଯବୃନ୍ଦ ବିନମ୍ର ନିବେଦନ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଠିକାଦାରଙ୍କ ଭୂଲ ପାଇଁ ବିଜେପି ନେତା ଙ୍କ ଜୀବନ ଗଲା

Sunil Chandra Nayak

କବୟତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

masiha

ପିରବତୀ କଲେଜରେ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!