ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଇରଙ୍ଗପୁର ଷ୍ଟାଡିୟମରେ ୫ ମ ବାର୍ଷିକ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମୟୂରଭଞ୍ଜ – ୨୩/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ କ୍ରିକେଟ କ୍ରୀଡା ଅନୁଷ୍ଠାନ ରାଇରଙ୍ଗପୁର କ୍ରିକେଟ କ୍ଲବ ଆନୁକୁଲ୍ୟରେ ୫ ମ ବାର୍ଷିକ ୯ ଦୀବସୀୟ ରାଇରଙ୍ଗପୁର ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲାର ବଛା ବଛା ୧୦ ଟି କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିଥିଲେ । ପ୍ରତି ଲିଗ୍ ଖେଳରେ ୧୦ ଓଭର ଲେଖାଏଁ ଖେଳ ହୋଇଥିଲା । ଆଜିର ଫାଇନାଲ ଖେଳରେ ମହାସଂଗ୍ରାମ ଟିମ୍ ଶିମିଳିପାଳ ଟିମ କୁ ହରାଇ ଚମ୍ପିୟାନ ହୋଇଛି । ମେନ ଅଫ ଦି ସିରିଜର ରିତୁନ ମହାନ୍ତି,ମେନ୍ ଅଫ ଦି ମେଚ ରାଜୁ ବେହେରା ହୋଇଥିଲେ । ଆଜିର ଉଦଯାପନ ଦିବସରେ ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ, ସମ୍ମାନିତ ଅତିଥି ସମାଜସେବୀ ସଚିନ ଅଗ୍ରୱାଲ,ଯୁବ ସମାଜସେବୀ ବିକାଶ ମହାନ୍ତି, ଶିକ୍ଷାବିତ ଦିଲିପ ମହାନ୍ତି, ସମାଜସେବୀ ହରେକୃଷ୍ଣ ବିଶୋଇ, ସମାଜସେବୀ ପ୍ରଦୀପ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ପୁରଷ୍କୃତ କରିଥିଲେ । ଅମ୍ପାୟାର ଭାବେ ହରିଶଙ୍କର ବେହେରା,ବିପୁଳ ପଟନାୟକ,ପଞ୍ଚୁ ଲୋହାର ଏବଂ ଧାରା ବିବରଣୀ ଯୁଗଳ ଦାସ ଏବଂ ଯିଶୁ ସିଂ ସୁଚାରୁରୂପେ ଦାୟିତ୍ଵ ନିଭାଇଥିଲେ । ରାଇରଙ୍ଗପୁର କ୍ରିକେଟ କ୍ଲବ ଅଧ୍ୟକ୍ଷ ଅମିତ ସିଂ ମୋଦିଂକ, ସଭାପତି ହରି ଶଙ୍କର ବେହେରା,ସଂପାଦକ ସୌମିକ ଦାସ କାନୁନଗୋ,କୋଷାଏ ଅମନ ମହାନ୍ତି, ଉପସଭାପତି ଦେବାଶିଷ ମହାନ୍ତଙ୍କ  ସମେତ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଅମରେଶ,ବିଜନ, ବିଜୁ,ଅଶୋକ,ରଂଜନ,ଦିପ୍ତି ରଂଜନ,ନାରାୟଣ,ସଚିନ, ଜୀବନଜୀତ ,ଆକାଶ , ନିର୍ମାଲ୍ୟ, ଅଭିଜ୍ଞତାର,ସୌମ୍ୟରଂଜନ,ଅଜୁ, ଅଭୟ,ଶୁଭମ, ବିକାଶ,ଆଦିତ୍ୟ,ନନ୍ଦନ, ସତ୍ୟଜିତ,ସୁଜିତ,ଋଷିଭ,ଗିରିଜା ନନ୍ଦନ, ରାଜୁ,ସୁଜିତ,ଚିନ୍ମୟ ଏବଂ ଆୟୂଷ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲ । ରାଇରଙ୍ଗପୁର ସହ ଆଖପାଖ ଅଞ୍ଚଳରେ କ୍ରିକେଟ ଖେଳ ପ୍ରଚାର ଓ ପ୍ରସାର କରିବା ସହ ନୂତନ କ୍ରିକେଟ ଯୁବ ତାରକା ସୃଷ୍ଟି କରିବା ଏହା‌ଏକମାତ୍ର ଉଦେଶ୍ୟ ବୋଲି ରାଇରଙ୍ଗପୁର କ୍ରିକେଟ ଟିମ୍ ଅଧ୍ୟକ୍ଷ ଅମିତ ସିଂ ମୋଦିଂକ ଗଣମାଧ୍ୟମକୁ ସୂଚନା ଦେବାସହ ଖେଳକୁ ସବୁ ମହଲରୁ ସହଯୋଗ ମିଳିଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ 

 
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପୂର୍ବାଞ୍ଚଳ ଜୋନ୍ ଜାତୀୟ ସ୍ତରୀୟ ଆନ୍ତବିଶ୍ୱବିଦ୍ୟାଳୟ ଖୋ-ଖୋ ପ୍ରତିଯୋଗୀତା ଉଦ୍‌ଯାପିତ 

masiha

ଷୋହଳ ବର୍ଷରୁ କମ ନବରଙ୍ଗପୁର କ୍ରିକେଟ ଦଳର କଟକ ଗସ୍ତ

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

masiha

Leave a Comment

error: Content is protected !!