ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମହାବିଦ୍ୟାଳୟରେ ବାର୍ଷିକ ‘ଫେଏଟ୍’ ଅନୁଷ୍ଠିତ 

ରାଉରକେଲା:୨୫/୦୨: ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ, ପାନୀୟ ଓ ସ୍ୱଚ୍ଛତା ବିଭାଗ ତରଫରୁ ଏବଂ ଅଧ୍ୟାପକ ଅଜିତ ବେକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ‘ବାର୍ଷିକ ‘ଫେଏଟ୍’ ଆୟୋଜିତ ହୋଇଯାଇଛି। ଅଧ୍ୟକ୍ଷା ଶ୍ରୀମତୀ ସୁଜାତା ପ୍ରଧାନ ଅନୁଷ୍ଠାନିକ ଭାବରେ ଏହି ବାର୍ଷିକ ‘ଫେଏଟ୍’କୁ ଉଦ୍ଘାଟନ କରିଥିଲେ। ଏହି ‘ଫେଏଟ୍’ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ। ଛାତ୍ର-ଛାତ୍ରୀମାନଙ୍କ ଭିତରେ ଆତ୍ମ ନିର୍ଭରଶୀଳତା ଓ ଆତ୍ମ କର୍ମ ନିଯୁକ୍ତି ପ୍ରୋତ୍ସାହନ ନିମିତ୍ତ ଉଦ୍ଦିଷ୍ଟ ଏହି ବାର୍ଷିକ ‘ଫେଏଟ୍’ରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ର-ଛାତ୍ରୀ ନିଜର ଷ୍ଟଲ୍ ଲଗାଇଥିଲେ। ଫେଏଟର ଖାଦ୍ୟ ବିଭାଗର ମୁଖ୍ୟ ଆକର୍ଷଣ ପାରମ୍ପରିକ ମାଣ୍ଡିଆ ପିଠା, ମାଣ୍ଡିଆ ପକୋଡ଼ା, ଲିଟି ଚୋଖା, ଗୁଜରାତୀ ଥେପଲା, ଦହିବରା, ପନିର ଟିକି, ଆଳୁ ଟିକି, ଆରିସା ପିଠା, ପୋଡ଼ ପିଠା, ଲାଉ ପିଠା, କୋନ ଚାଟ, ଗୁପଚୁପ, ମଞ୍ଚୁରିଆନ୍, କେକ୍ ଥିଲାବେଳେ ପାନୀୟ ବିଭାଗରେ ଟଙ୍କ ତୋରାଣି, ବ୍ଲୁ ଲାଗୁନ୍ ମକଟେଲ୍, ରାବିଡି ଲସି, ବେଲ ପଣା, ଚକୋଲେଟ ସେକର ମଜା ଉଠାଇଥିଲେ ଛାତ୍ର-ଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ପରିବାର ବର୍ଗ। ଏତଦ୍ ବ୍ୟତୀତ ଫେଏଟର ଖେଳ ଷ୍ଟଲ୍ ସବୁ ସମସ୍ତଙ୍କର ମନୋରଞ୍ଜନର କେନ୍ଦ୍ରବିନ୍ଦୁ ସାଜିଥିଲା। ସବାଶେଷରେ ଝିଅମାନେ ଭିଡ଼ ଜମେଇଥିଲେ ମେହେନ୍ଦି ଷ୍ଟଲରେ। ଖୁସିର କଥା ଯେ ୯୦ଭାଗ ଷ୍ଟଲ୍ ଛାତ୍ରୀମାନଙ୍କୁ ଦ୍ବାରା ଲଗାଯାଇଥିଲା। ପ୍ରାଧ୍ୟାପିକା ତପସ୍ୱିନୀ ମିଶ୍ର, ଭାରତୀ ବରୱଆ, ବନ୍ଦନା ସୋରେଙ୍ଗ, ରଶ୍ମି ପ୍ରଭା ମଥାନ, ପ୍ରାଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ମନୋଜ କୁମାର ଦଳେଇ, ରଶ୍ମି ରଞ୍ଜନ ରାଉତ, ବନବିହାରୀ କିଷାନ, ଅନୁପ ଏକ୍କା, ରଂଜିତ ପ୍ରଧାନ, ଅଧ୍ୟାପିକା ମୌସୁମୀ ଦାସ, ଅନାମିକା କୁଲ୍ଲୁ, ଶର୍ମିଷ୍ଠା ସିଂ, ମୌସୁମୀ ଦାସ, ଶୁଚିସ୍ମିତା ପ୍ରଧାନ, ସସ୍ମିତା ଜେନା, ଅଧ୍ୟାପକ ବିକ୍ରମ ସାହୁ, ରାଜଦୀପ ସୋରେନ, ଅନିଲ କୁମାର ରାମ ଏହି ବାର୍ଷିକ ‘ଫେଏଟ୍’କୁ ସଫଳ କରିବା ପାଇଁ ସହଯୋଗ କରିଥିଲାବେଳେ ଲୋପାମୁଦ୍ରା ପତି, ଜ୍ୟୋତି ସାହୁ, ଲିପ୍ସା ବଳିଆରସିଂହ, ଦେବସ୍ମିତା ଦାସ, ସୌମ୍ୟରଞ୍ଜନ ମହାନ୍ତି, ହିମାଂଶୁ ନାୟକ ପ୍ରମୁଖ ଛାତ୍ର- ଛାତ୍ରୀମାନେ ଶାନ୍ତି ଶୃଙ୍ଖଳାରେ ସହାୟତା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ହୃଦଘାତ ଯୋଗୁଁ ସି.ଆର୍‌.ପି.ଏଫ୍ ଯବାନଙ୍କ ମୃତ୍ୟୁ 

Sunil Chandra Nayak

ଆହାର ସେବା କେନ୍ଦ୍ରର ତୃତୀୟ ବାର୍ଷିକ ଉତ୍ସବ 

masiha

ନୂଆପଡ଼ାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!