ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଙ୍କ ସମସ୍ୟା କୁ ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ ଏ ସି ଆଲୋଚନା ଚକ୍ର

ନୂଆପଡା //  ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନଠାରେ ନୂଆପଡା ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଛାତ୍ର ଛାତ୍ରୀମାନଙ୍କର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ପାଇଁ ଏକ ଆଲୋଚନା ଚକ୍ର ଟୁଲୁ ବାବୂ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ଅବହେଳିତ ଶିକ୍ଷାନୁଷ୍ଠାନ ପୂନରୂଦ୍ଧାର, ବିଭିନ୍ନ କଲେଜରେ ଅଧ୍ୟାପକ ଓ ଅନ୍ୟାନ୍ୟ ପଦବି ଖାଲିଥିବା ସମନ୍ଧେ, ଶ୍ରେଣୀ ଗୃହର ଅଭାବ, ଲାଇବ୍ରେରୀ ରେ ପୁସ୍ତକର ଅଭାବ, ବିଜ୍ଞାନ ବିଭାଗର ଲାବୋରୋଟାରିରେ ପ୍ରାକ୍ଟିକାଳ ପାଇଁ ଉପକରଣର ଅଭାବ, ନୂଆ ବିଭାଗ ଖୋଲିବା ସମନ୍ଧେ ଆଲୋଚନା ଚକ୍ର, କୈାଣସି ଗରିବ ଛାତ୍ର ପଇସା ପାଇଁ ପାଠ ପଢ଼ାରୁ ବଞ୍ଚିତ ନହେବେ ଏଥି ପାଇଁଁ ବିଭିନ୍ନ ସରକାରୀ ସୁବିଧା ଯଥା- ST/SC scholarship ପ୍ରେରଣ, ନିର୍ମାଣ କୁସୁମ ( ରାଜ୍ୟ ନିର୍ମାଣ ଶ୍ରମିକ ବୋର୍ଡ଼ ଦ୍ୱାରା ଦିଆ ଯାଉଥିବା ଶିକ୍ଷା ସହାୟିତା ) ସମ୍ବନ୍ଧରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇଛୁ, ବସ୍ ରେ ଯାଉ ଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ 50 ପ୍ରତିସତ ରିହାତି ପାଇଁ ଦାବି କରାଯିବ, କଲେଜର ଆଡମିସନ ଓ ରି ଆଡ଼ମିଶନ ଫିଜରେ ଅହେତୁକ ବୃଦ୍ଧି କୁ ରୋକ କରିବା ପାଇଁ ଦାବି କରାଯିବ ଏବଂ ଦାବିକୁ ସଫଳ କରାଯିବ, ଛାତ୍ର ଛାତ୍ରୀମାନଙ୍କୁ ଅଧ୍ୟାପକ କିମ୍ବା କଲେଜ କର୍ତୃପକ୍ଷ ଙ୍କ ଦ୍ଵାରା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ତାର ସମାଧାନ ଜିଲ୍ଲାର ଛାତ୍ର ସଂଘ କରିବ, ଏ‌ହି ସଭାରେ ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଭପସ୍ଥିତ ହୋଇଛନ୍ତି, ଏ‌ହି ସଭାରେ ସଭାପତିତ୍ବ କରିଛନ୍ତି ୟାସବନ୍ତ ସାହୁ ଓ ମତାମତ ଦେଇଥିଲେ – ପ୍ରବିଣ ନିଆଲ, ଦିପ୍ତିମୟି ତାଣ୍ଡି, ସାଗର ମାଝୀ, ପଙ୍କଜ ମାଝୀ, କହ୍ନାଇ ରଣା, ରାକେଶ ରଣା‌‌ ଓ ଇଶ୍ଵର ସାହୁ, ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଛାତ୍ର ସଂଘ କରାଯିବା ପାଇଁ ସମସ୍ତ ଛାତ୍ର ଛାତ୍ରୀମାନେ ପ୍ରସ୍ତାବ ଦେଇଥିଲେ ଏବଂ ଛାତ୍ର ସଂଘର ନାମ କରଣ “ଜିଲ୍ଲା ଛାତ୍ର ସଂଘ ନୂଆପଡ଼ା” କରାଯାଉ ବୋଲି ସର୍ବ ସମ୍ମତି କ୍ରମେ ସ୍ଥିର କରାଗଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

ବରିଡା ପଞ୍ଚାୟତରେ ବିକାଶର ନୂଆ ଅଧ୍ୟାୟ : ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ

Sunil Chandra Nayak

ଵାମନଘାଟୀ ଉପଖଣ୍ଡରେ ବଜ୍ରପାତରେ ମହିଳା ଚାଷୀ ସମେତ ଦୁଇଟି ମୁଣ୍ଡ ଗଡିଲା

Sunil Chandra Nayak

Leave a Comment

error: Content is protected !!