ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ

ରାଉରକେଲା/ ସେକ୍ଟର ୩ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନ ଠାରେ ରାଉରକେଲା ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁ ଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ମଧୁସୂଦନ ବଳଙ୍କ ଆବାହକତ୍ବ ତଥା ସହସଂପାଦକ ଉଦୟ କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୋମନାଥ ଲେଙ୍କା, ସୁଧାକର ରଥ ଓ ଧୃବଚରଣ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ଦିବଙ୍ଗତ ଶିକ୍ଷକ ମାନଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସଂପାଦକ ଶ୍ରୀ ବଳ ସଂପାଦକୀୟ ବିବରଣୀ ପାଠ କରିଥିଲାବେଳେ ସଭାପତି ଶ୍ରୀ ସାହୁ ସଂଘର ଆଭିମୁଖ୍ଯ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷକ ସର୍ବଶ୍ରୀ ଶ୍ୟାମସୁନ୍ଦର ପରିଜା, ବିଷ୍ଣୁପ୍ରିୟା ମହାପାତ୍ର, ତାରିଣୀ ଚରଣ ସାହୁ, ସନ୍ତୋଷ କୁମାର ପଟେଲ,ଧୃବଚରଣ ବାରିକ,ମାଳତୀ ଦେବୀ,ସହଦେବ ପ୍ରଧାନ, ଭଞ୍ଜକିଶୋର ଜେନା, ଆଦିତ୍ଯ କୁମାର ତ୍ରିପାଠୀ, ଦାଶରଥି ମଲ୍ଲିକ, ସୁଲେଖା ମହାନ୍ତି, ଭାରତୀ ପତି, ଲୁଇସା ଏକ୍କା, ସୁଧୀର ନାୟକ, ବିକ୍ରମ ନାୟକ, ମେରୀ ଇ ଟିଗା ପ୍ରମୁଖ ଙ୍କୁ ଅନୁଷ୍ଠାନ ତରଫରୁ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକମାନେ ପରସ୍ପର ମଧ୍ୟରେ ଭାବବିନିମୟ, ପ୍ରତ୍ୟେକ ଙ୍କ ସୁଖଦୁଃଖରେ ସହଭାଗୀ ହେବା ଓ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମତ ରଖିଥିଲେ । ଶେଷରେ ବିଶ୍ବନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ୍ ହୋଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାନଗରରେ ଅନୁଷ୍ଠିତ ହେଲା ପଥ ଉତ୍ସବ

Sunil Chandra Nayak

ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପ୍ରସ୍ତୁତି ବୈଠକ 

Sunil Chandra Nayak

ଶ୍ରୀ ନୀଳକଣ୍ଠଶ୍ୱର ମନ୍ଦିର ନିକଟରେ ଅଷ୍ଟ ପ୍ରହରୀ ନାମଯଜ୍ଞ 

masiha

Leave a Comment

error: Content is protected !!