ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ବନଲକ୍ଷ୍ମୀ ମହାନ୍ତି ଙ୍କ ପ୍ରବନ୍ଧ = ଶହୀଦ୍ ରଘୁ ଦିବାକର

 = ଶହୀଦ୍ ରଘୁ ଦିବାକର =

                                 ବନଲକ୍ଷ୍ମୀ ମହାନ୍ତି

ଆମ ଦେଶ ପରାଧୀନ ଥିବା ସମୟରେ ଇଂରେଜମାନେ ଆମ ଦେଶବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ। ତାକୁ ବିରୋଧ କରି ଗାଆଁ ଗାଆଁରେ ପ୍ରଜାମେଳି ହେଉଥିଲା। ନୟାଗଡ ଜିଲ୍ଲାର ରଣପୁର ସେପରି ଏକ ଗଡଜାତ ଅଞ୍ଚଳ। ସେ ଅଞ୍ଚଳର ଗଡଜାତ ରାଜା ଇଂରେଜଙ୍କ ଆସିପାରେ ପ୍ରଜାମାନଙ୍କୁ ବେଠି ଖାଉଥିଲେ। 

ସେହି ଅଞ୍ଚଳର ଯୋଗଜନ୍ମା ରଘୁ ଦିବାକର ଦୁଇ ବନ୍ଧୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ହସି ହସି ଫାଶୀ ଖୁଣ୍ଟରେ ଝୁଲିଥିଲେ। ନୟାଗଡ ଜିଲ୍ଲା ରଣପୁର ବୀର ଶହୀଦ୍ ରଘୁ ଓ ଦିବାକର ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ।ରଘୁନାଥ ମହାନ୍ତି ୧୯୧୦ ମସିହା ଜୁଲାଇ ମାସ ରଣପୁରର ପାଦ ଭୂଇଁରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତାଙ୍କରନାମ ନଟବର ମହାନ୍ତି ଓ ମମତାଙ୍କ ନାମ ଲାବଣ୍ୟ। ସେ ପିଲାଦିନେ ଚାଟଶାଳୀରେ ପାଠ ପଢିଥିଲେ। କିଶୋର ସମୟରେ ପ୍ରଜାମାନଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର ଦେଖି ସେ ସ୍ବର ଉତ୍ତୋଳନ କରୁଥିଲେ। ସେହିପରି ରଣପୁରର ଗଡବାଣୀକିଲୋ ଗାଆଁରେ ଦିବାକର ପରିଡ଼ା ଜନ୍ମଗ୍ରହଣ କରିଥିଲେ।ରଘୁନାଥଙ୍କ ଦ୍ବାରା ରଚିତ ସବରବାଳାର ଗୋଟିଏ ଶବ୍ଦ (ଏକାଙ୍ଗଚକ୍ରବର୍ତ୍ତୀ) ପାଇଁ ରଣପୁର ରାଜା ତାଙ୍କୁ ରଣପୁର ଛାଡିବାକୁ ଆଦେଶ ଦେଇଥିଲେ। ରଘୁନାଥ ବାଧ୍ୟ ହୋଇ ରଣପୁର ଛାଡିଥିଲେ। ତାଙ୍କର ପିଲାଦିନର ବନ୍ଧୁ ଦିବାକର ଜଣେ ମେଧାବୀ ଛାତ୍ର ଥିଲେ। ଏକାଦଶ ଶ୍ରେଣୀରେ ପଢିବା ସମୟରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ସେ ଚିଠି ଦ୍ବାରା ରଘୁନାଥ ଙ୍କୁ ଲେଖିଲେ ବର୍ତ୍ତମାନ ତୁମର ଆସିବା ସମୟ ଆସିଯାଇଛି। ତେଣୁ ତୁମେ ରଣପୁର ଫେରିଆସ। ରଘୁନାଥ ରଣପୁର ଫେରିଆସିବାପରେ ଦୁଇଜଣ ମଣି କାଞ୍ଚନ ଯୋଡି ପରି ପ୍ରଜାମାନଙ୍କୁ ତାଙ୍କ ହକ ଦେବାକୁ ୧୯୩୮ରେ ପ୍ରଜାମଣ୍ଡଳ ଗଢିଲେ।

ରଘୁନାଥ ମହାନ୍ତି ସମ୍ପାଦକ ଓ ଦିବାକର ସଙ୍ଗଠକ ଦିବାକର ପ୍ରଜାମାନଙ୍କ ନେତୃତ୍ୱ ନେଇଥିଲେ।ଦିବାକର କହୁଥିଲେ, 

ଛାଡିଦିଅ ଆମ ନାର୍ଯ୍ୟ ଅଧିକାର, 

ମାଲିକ ଆମେରେ ଏ ରାଜ୍ୟ ଆମର।

ରଣପୁର ପ୍ରେସ୍ ରେ କାମ କଲେ ମଧ୍ୟ ସେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ। ତେଣୁ ପରେ ସେ ପ୍ରେସ୍ ରୁ ଚାକିରୀ ଛାଡି ଦେଇଥିଲେ। 

ସେତେବେଳେ ରଣପୁରର ରାଜା କୃଷ୍ଣଚନ୍ଦ୍ର ମଦ୍ରଧର ନରେନ୍ଦ୍ର ମହାପାତ୍ର ପକ୍ଷାଘାତ ରାଗିଥିଲେ। ତାଙ୍କ ମନ୍ତ୍ରୀ ଜଗନ୍ନାଥ ମହାନ୍ତିଙ୍କ କଥାରେ ଶାସନ କରନ୍ତି। ତୋଷାମଦକାରୀ ପ୍ରଜାମାନେ ଭଲ ଅଛନ୍ତି କହି ବାହାବା ନିଅନ୍ତି। ଉତ୍ୟକ୍ତ ପ୍ରଜାମାନେ ନିଜର ହକ ପୋଖରୀ ଓ ଜଙ୍ଗଲ ଉପରେ ରହିବାର ଦାବୀ ନେଇ ଘେରଉ କଲେ। ଆମେ ଆମର ହକ୍ ଚାହୁଁ। ଆଉ ବେଠି ଖଟି ପାରିବୁ ନାହିଁ।ସେ ସମୟରେ ଇଂରେଜ ପଲିଟିକାଲ ଏଜେଣ୍ଟ ବେଜେଲ ଗେଟ ସେମାନଙ୍କୁ ପାଖକୁ ଆସି ବିକ୍ଷୋଭକାରୀଙ୍କ ପାଖରେ ପହଞ୍ଚିଲେ। ପୋଲିସ ମାଡରେ କ୍ଷତାକ୍ତ ଲୋକଙ୍କୁ ଦେଖି ବେଶୀ କିଛି ହୋଇନାହିଁ ବୋଲି କହିଥିଲେ।ଏଥିରେ ହଜାର ହଜାର ପ୍ରଜା ତାଙ୍କୁ ବିରୋଧ କଲେ, ସେ ଖସି ଯିବା ସମୟରେ ଅର୍ଜୁନ ରାଉତ ବିରୋଧ କରି ବେଜେଲଙ୍କ ଗୁଳିରେ ମୃତ୍ୟୁ ବରଣ କଲେ। ଏଥିରେ ଉତ୍ତ୍ଯକ୍ତ ଜନତା ବେଜେଲଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲେ ଓ ସେଥିରେ ରଘୁ ଦିବାକରଙ୍କୁ ମିଛରେ ଫସାଇଥିଲେ। ପ୍ରଜାମାନେ ମିଛ ସାକ୍ଷୀ ନଦେବାରୁ ତାଙ୍କ ଉପରେ ଚାବୁକ ପାହାର ବସିଲା। ଅନ୍ୟ ଅଞ୍ଚଳରୁ ମିଛ ସାକ୍ଷୀ ଯୋଗାଡ କରି ଶେଷରେ ୧୯୪୧ ମସିହା ଅପ୍ରେଲ୍ ୪ ରେ ବିହାରର ହଜାରିବାଗ୍ ଜେଲ୍ ରେ ଫାଶୀ ଦିଆଯାଇଥିଲା।ସେ ଆମ ସମସ୍ତଙ୍କ ପାଇଁ ମରିବି ଅମର।। 

ତାଙ୍କର ଦେଶମାତୃକାର ପ୍ରତି ଅହେତୁକ ମମତା ପାଇଁ ସେ ଆମର ଚିର ନମସ୍ୟ।। 

 

         ନଡିଆବରାଇ , କେନ୍ଦ୍ରାପଡ଼ା 

Related posts

ଭାରତର ଜାତୀୟ ପତାକା ,ଝଣ୍ଡା ଉଚ୍ଚା ରହେ ହମାରା

masiha

ଚନ୍ଦ୍ରକଳା ଙ୍କ ପ୍ରବନ୍ଧ = ଭୂମିପୁତ୍ର ବିଜୁ ପଟ୍ଟନାୟକ 

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ଜାନୁୟାରୀ ୨୮ : ଐତିହାସିକ ସ୍ମୃତି, ସମୟର ସାକ୍ଷୀ

Sunil Chandra Nayak

Leave a Comment

error: Content is protected !!