ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ପ୍ରବନ୍ଧ

ପ୍ରତିମା ଶତପଥି ଙ୍କ ପ୍ରବନ୍ଧ = ଅମର ଶହୀଦ = ରଘୁ , ଦିବାକର

         ଅମର ଶହୀଦ

      = ରଘୁ , ଦିବାକର =

ପ୍ରତିମା ଶତପଥି

ଆମ ଦେଶ ଇଂରେଜ ମାନଙ୍କ ଅଧୀନରେ ଥିବାବେଳେ ଗଡଜାତ ରାଜ୍ୟ ମାନଙ୍କରେ ରାଜା ମାନଙ୍କର ଶାସନଚାଲୁଥିଲା. ରାଜ ରଣପୁର ର ରାଜା ବୀରବର ବଜ୍ରଧର ନାରାୟଣ ପ୍ରତାପ କୃଷ୍ଣ ଚନ୍ଦ୍ର ସିଂ ଦେଓ ଜଣେ ଅତ୍ୟାଚାରୀ ଓ ପ୍ରଜା ଶୋଷକ ରାଜା ଥିଲେ. ସେ ରାଜ୍ୟରେ ଲୋକ ମାନଙ୍କୁ ବେଠି ବେଗାରୀ ଖଟାଉଥିଲେ. ରାଜ୍ୟରେ ଘୋଷଣା କଲେ କେହି ସଭାସମିତି କରିପାରିବେ ନାହିଁ,ଖବର କାଗଜ ପଢି ପାରିବେ ନାହିଁ.ରଣପୁର ର ଅଧିଷ୍ଠାତ୍ରୀ ଦେବି ମଣି ନାଗେଶ୍ୱରୀ ଙ୍କ ପାଖରେ ପ୍ରଜାମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବଳି ପକାଉଥିଲେ.ଲୋକ ମାନଙ୍କ ନୈତିକ, ସାମାଜିକ. ଅଧିକାର କିଛି ନ ଥିଲା. ପ୍ରଜାମାନଙ୍କର ସ୍ୱାଧୀନତାକୁ ଛଡାଇ ନେଉଥିଲେ.ରାଜାଙ୍କର ଏ ଅତ୍ୟାଚାର ବିରୁଦ୍ଧରେ ଅଦମ୍ୟ ସାହସ ଓ ବଜ୍ର ଶପଥ ନେଇ ପ୍ରଜାମାନଙ୍କୁ ଶୋଷଣ ଓ କଷଣରୁ ମୁକ୍ତ କରିବା ପାଇଁ ଗଠନ ହେଲା ପ୍ରଜାମଣ୍ଡଳ.ଏହି ପ୍ରଜାମଣ୍ଡଳର ସଭାପତି ଥିଲେ ବନମାଳୀ ରାମ, ଉପସଭାପତି କୃପାସିନ୍ଧୁ ମିଶ୍ର,ସମ୍ପାଦକ ବାଦ ଭୂଇଁ ର ରଘୁନାଥ ମହାନ୍ତି ଓ ସଙ୍ଗଠକ ବାଣିକିଲାର ଦିବାକର ପରିଡା ମୁଖ୍ୟ ଭୂମିକା ଲିଭାଉଥିଲେ.ରଘୁ ଦିବାକର ଦୁଇଜଣ ଶିକ୍ଷିତ ଯୁବକ, ଲୋକ ମାନଙ୍କର ଦୁଃଖ ଦେଖିପାରିଲେ ନାହିଁ.ସେମାନେ ଲୋକ ମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ବୁଝାଇଲେ.ପ୍ରଜାମାନେ ରାଜବାଟୀ ଘେରାଉ କରିଲା ବେଳେ ରାଜାଙ୍କର ଦେୱାନ ଇଂରେଜ ମାନଙ୍କୁ ଖବର ପଠାଇଦେଲା.ଖବର ପାଇ 

 ଆସି ପହଞ୍ଚିଗଲା ମେଜର ବେଜେଲ ଗେଟ. ସେ ଏତେ ଗୁଡିଏ ଲୋକଙ୍କୁ ଏକାଠି ଦେଖି ଭୟଭୀତ ହୋଇ ଗଲା.ସେ ସଂଗଠିତ ପ୍ରଜାମଣ୍ଡଳ ଉପରକୁ ଗୁଳି ଚଳାଇ ଅର୍ଜୁନ ରାଉତ ନାମକ ଏକ ଆନ୍ଦୋଳନ କାରି ଙ୍କୁ ମାରିଦେଲା.ରଣପୁର ର ରଣଭୂଇଁ ଲାଲରକ୍ତରେ ରଞ୍ଜିତ ହୋଇ ଗଲା.ଏଥିରେ ଉତକ୍ଷିପ୍ତ ହୋଇ ଉତ୍ୟକ୍ତ ଜନତା ତାଙ୍କୁ ଘେରି ଯାଇ ଠେଙ୍ଗା ମାଡ଼ମାରି ବନ୍ଧୁକ ଖସାଇ ଦେଲେ. ସେ ପ୍ରାଣ ବିକଳରେ ଦୌଡ଼ି ପଳାଇ ଯାଉଥିଲା ବେଳେ ଲୋକମାନେ ଚିନ୍ତାକଲେ ଘାଇଲା ବାଘକୁ ଛାଡିଦେଲେ ସେ ମଣିଷ ମାରିବାକୁ ପଛାଇବନି ସେଥିପାଇଁ ତାକୁ ପିଟି ପିଟି ମାରିଦେଲେ. ବେଜେଲ ଗେଟ ର ମୃତ୍ୟୁ ଖବର ଆନ୍ତର୍ଜାତିକ ମହଲରେ ଚାଞ୍ଚଲ୍ୟ ଖେଳି ଯାଇଥିଲା. ବ୍ରିଟିଶର ପାର୍ଲିଆମେଣ୍ଟ ରେ ଏକଥା ଚହଳ ପକାଇ ଦେଲା. କେଉଁ ଅସ୍ତ୍ରରେ ବେଜେଲ ଗେଟ କୁ ହତ୍ୟାକଲେ ସେଥିପାଇଁ ରଣପୁରରୁ ବାଉଁଶ ଠେଙ୍ଗା ପଠାଯାଇଥିଲା.ବେଜେଲ ଗେଟ ହତ୍ୟା କାଣ୍ଡରେ ମୁଖ୍ୟ ଦାୟିତ୍ୱ ନେଇଥିବା ନିର୍ଦ୍ଦୋଷ ରଘୁ ମହାନ୍ତି ଓ ଦିବାକର ପରିଡ଼ାଙ୍କୁ ମିଛରେ ଦୋଷୀ ସାବ୍ୟସ୍ତ କରାଗଲା.ବିହାରର ଭାଗଲପୁର ଜେଲରେ ଉଣେଇଶ ଶହ ଏକ ଚାଳିଶି ମସିହା ଏପ୍ରିଲ ଚାରି ତାରିଖରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା. ଦୁଇ ପଢା ସାଥି ହେଲେ ମରଣ ସାଥି. ଦୁଇବନ୍ଧୁ ଇଂରେଜ ମାନଙ୍କ ଅନ୍ଧ ଶାସନରେ ବଳି ପଡି ଗଲେ.ଇତିହାସର ସ୍ୱର୍ଣ୍ଣାକ୍ଷରରେ ସେମାନଙ୍କର ନାମ ଲିପିବଦ୍ଧ ହୋଇ ରହିଗଲା..ଦେଶ ପାଇଁ ତାଙ୍କ ତ୍ୟାଗ ଓ ବଳିଦାନ ଅତୁଳନୀୟ.ଧନ୍ୟ ରଘୁ ଦିବାକର ତୁମ ଚରଣରେ ଶତ ଶତ ପ୍ରଣାମ.।

              ଜିଲ୍ଲା,, ଯାଜପୁର

Related posts

ଆଜିର ଦିବସର ଅନୁଚିନ୍ତା: ଅଗଷ୍ଟ ୦୭ ତାରିଖ: ଜ୍ଞାନ,ବିଜ୍ଞାନ,ସୃଜନଶୀଳତା,ସଂକଳ୍ପ,ସ୍ୱାଭିମାନ ଓ ସଂଗ୍ରାମର ଏକ ଅପୂର୍ବ ମହାମିଳନର ଅନନ୍ୟ ଦିବସ

Sunil Chandra Nayak

ଆଜି ଦିବସର ଅନୁଚିନ୍ତା : ୫ ଫେବୃୟାରୀ: ଇତିହାସ ହେଉଛି ଆମର ଗୁରୁ,ବର୍ତ୍ତମାନ ଆମର କର୍ମକ୍ଷେତ୍ର ଓ ଭବିଷ୍ୟତ ଆମର ସ୍ୱପ୍ନ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା :ଜୁଲାଇ ୨୦ ତାରିଖ (ଲର୍ଡ କର୍ଜନ,ବଙ୍ଗ ବିଭାଜନ,ବଟୁକେଶ୍ଵର ଦତ୍ତ, ନସୀରୁଦ୍ଦିନ୍ ଶାହ,ନୀଲ୍ ଆର୍ମଷ୍ଟ୍ରଙ୍ଗ୍ ଏବଂ ବଜ୍ଜ୍ ଆଲଡ୍ରିନ୍,ବିଶ୍ଵ ଚନ୍ଦ୍ର ଦିଵସ ଓ ବିଶ୍ବ ଚେସ୍ ଦିବସ)

Sunil Chandra Nayak

Leave a Comment

error: Content is protected !!