ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା : ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ

ନର୍ଲା-(ମ.ପ୍ର) କଳାହାଣ୍ଡି ଜିଲ୍ଲା ନର୍ଲା ହାଇସ୍କୁଲ ପରିସରରେ ନିର୍ବାଚନ ସେକ୍ଟର ଅଧିକାରୀ ଓ ଭୋଟ ଗଣତି କର୍ମଚାରୀଙ୍କୁ ନେଇ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଳକ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ତ୍ରିପାଠୀ, ଗ୍ରାମ ପଞ୍ଚାୟତ ଅଫିସର କ୍ଷିତିଶ ଚନ୍ଦ୍ର ନାଏକ, ରେଭନ୍ୟୁ ଅଫିସର, ୨୨ଜଣ ସୁପରଭାଇଜର, ୪୪ଜଣ କାଉଣ୍ଟିଙ୍ଗ ଆସିଷ୍ଟାଣ୍ଟ, ୨୨ଜଣ ପିଅନ ମୋଟ ୮୮ ଜଣ ଭୋଟ ଗଣତି କର୍ମଚାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଗୋଟିଏ ଟିମ୍ ଗୋଟିଏ ପଞ୍ଚାୟତ ଭୋଟ ଗଣତି କରିବେ। ପ୍ରଥମେ ଫେବୃଆରୀ ୨୬ ତାରିଖ ଦିନ ନର୍ଲା ଜୋନ ୧ର ଆଠ ଗୋଟି ପଞ୍ଚାୟତର ଭୋଟ ଗଣତି ହେବ। ସେହିପରି ୨୭ ତାରିଖ ଦିନ ଜୋନ୍ ନଂ ୨ର ୧୦ଟି ପଞ୍ଚାୟତ ଓ ୨୮ ତାରିଖ ଦିନ ୮ଟି ପଞ୍ଚାୟତର ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଥମେ ୱ।ର୍ଡ ସଭ୍ୟ, ସରପଂଚ, ସମିତି ସଭ୍ୟ ଓ ଶେଷରେ ଜିଲ୍ଲା ପରିଷଦର ଭୋଟ ଗଣତି ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୪ ତାରିଖ ଦିନ କରୋନା ନେଗେଟିଭ ରିପୋର୍ଟ ଦେଇ କର୍ମଚାରୀ ମାନେ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ କରି ପାରିବେ ବୋଲି ସୂଚିତ କରାଯାଇଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ ପରିସରରେ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

କାଳାହାଣ୍ଡି ଜିଲ୍ଲାପାଳଙ୍କ ଅଭିଯୋଗ ସମାଧାନ ଶିବିର

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ବଢ଼ି ବାତ୍ୟାର ପିଲାଟିଏ

Leave a Comment

error: Content is protected !!