ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ନୂଆପଡା // ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନକୁଳ ଶବର ଆଜି ତାଙ୍କର ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଏହି ଉପଲକ୍ଷେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ସଭାରେ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର , ଉପଢୌକନ ତଥା ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ଗୌରାଙ୍ଗ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ସୁରବିଜୟ କାନ୍ତ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଅଶୋକ କୁମାର ବେହେରା ମାନପତ୍ର ପଠନ କରିଥିଲେ । ପ୍ରକାଶ ଥାଉକି , ଶ୍ରୀଯୁକ୍ତ ଶବର ପ୍ରଥମେ ଖରିଆରରୋଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସିନାପାଲି ଉଚ୍ଚ ବିଦ୍ୟାଳୟ , ଭାଲେଶ୍ୱର ପବ୍ଲିକ ସ୍କୁଲ , ଟିଟିଲାଗଡ଼ ସି.ଟି.ସ୍କୁଲର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ପରେ ନୂଆପଡ଼ା ଜିଲ୍ଲା ଶିକ୍ଷା ନିରୀକ୍ଷକ , ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଖଡ଼ିଆଳ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିଥିଲେ। ଶ୍ରୀଯୁକ୍ତ ଶବର ଏହି ବିଦ୍ୟାଳୟରେ ୨୦୧୪ ମସିହା ଜୁଲାଇ ମାସରେ ଯୋଗ ଦେଇଥିଲେ। ସମାରୋହରେ ପ୍ରାରମ୍ଭରେ ଛାତ୍ରୀ ମାନେ ବିଦାୟୀ ସଂଗୀତ ପରିବେଷଣ କରିଥିଲେ। ସମାରୋହରେ ପ୍ରଧାନ ଶିକ୍ଷକଙ୍କ ଧର୍ମ ପତ୍ନୀ ନୀଳେନ୍ଦ୍ରି ଶବର , ସୁଶ୍ରୀ କୁନ୍ତି ଶବର ଉପସ୍ଥିତ ଥିଲେ ।ପରେ ବିଦ୍ୟାଳୟର ଶିକ୍ଷକ ଗୌରୀ ଶଙ୍କର ଦୁବେ , ପ୍ରଶାନ୍ତ କୁମାର ପଣ୍ଡା , ରତନ ସିଂ ବାରିକ , ନୀଳିମା ରାଣୀ ସାଗର, ପ୍ରଭୁଦତ୍ତ ପୁରୋହିତ , ଶ୍ଯାମ ନାରାୟଣ ମୁଣ୍ଡ, ରାଜଶ୍ରୀ ଦଣ୍ଡସେନା , ମହମ୍ମଦ କାଲାମ , ନିରଞ୍ଜନ ବିଶ୍ବାଳ , ଧନଞ୍ଜୟ ମଲ୍ଲିକ , ସାଗର ବାଗ , ହେମସାଗର ଶବର, ଗଜିନ୍ଦ୍ର ହରିଜନ , ପୁଷ୍ପାଞ୍ଜଳି ମହାପାତ୍ର , ସରସ୍ବତୀ ରାଉତ , ବୈଷ୍ଣବ ମେହେର , ଧୀରଜ ଭୋଇ , ଆଶିଷ ପଟ୍ଟନାୟକ , ଅଶ୍ୱିନୀ ପଟ୍ଟନାୟକ , ଦମୟନ୍ତୀ ବିଶି ପ୍ରମୁଖ ଉପସ୍ଥିତ ରହି ପ୍ରଧାନ ଶିକ୍ଷକ କୀର୍ତ୍ତି ଓ କୃତିତ୍ବର ସ୍ମୃତି ଚାରଣ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆହ୍ଵାନ କ୍ରମେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ         

masiha

୩୫ତମ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୩ ରୁ…..

Sunil Chandra Nayak

ଡାବୁଗାଁରେ ପୋଲିଂ ଅଧିକାରୀ ମାନଙ୍କୁ ୨ୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ 

masiha

Leave a Comment

error: Content is protected !!