ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଙ୍କ ୯ମ ଓଡିଶା ଏନସିସି ବାଟାଲିୟନ ଓ ସି ଏସ ଡ଼ି କ୍ୟାଣ୍ଟିନ୍ ଗସ୍ତ

ରାଉରକେଲା : ସୁନ୍ଦରଗଡ ସାଂସଦ ତଥା ଭାରତ ର ରକ୍ଷା ସ୍ଥାୟୀ ସମିତି ର ଅଧ୍ୟକ୍ଷ ଜୁଏଲ ଓରାମ ଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ପୂର୍ବତନ ସୈନିକ ସଂଘ ଓ ସେକ୍ଟର ୬ ସ୍ଥିତ ୯ମ ଓଡିଶା ଏନସିସି ବାଟାଲିୟନ କୁ ବୁଲିଯାଇଥିଲେ। ସେଠାରେ ଏନସିସି ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଲେଫ୍ଟନେଣ୍ଟ କର୍ନେଲ ଶଶାଙ୍କ ଚନ୍ଦ୍ରକାନ୍ତ କୁଲକର୍ଣ୍ଣୀ , ପ୍ରଶାସନିକ ଅଧିକାରୀ ଲେଫ୍ଟନେଣ୍ଟ କର୍ନେଲ ରମେଶ ସାନ୍ୟାଲ, ସୁବେଦାର ମେଜର ଝିଡଗୁ ଲାକ୍ରା , ରାଉରକେଲା ପୂର୍ବତନ ସୈନିକ ସଂଘ ର ଉପ ସଭାପତି ନିର୍ମଳ ଦାସ, ସାଧାରଣ ସମ୍ପାଦକ ସୁବେଦାର ଧନେଶ୍ୱର ଦାସ, ସମ୍ପାଦକ ସର୍ଜେଣ୍ଟ ଜୟନ୍ତ ବୀର ବେରିହା, ରାଉରକେଲା ଇସ୍ପାତ କାରଖାନା ଇଂଜିନିୟରିଂ ବିଭାଗ ର ଇନଚାର୍ଜ ଜି ଏମ ବିଜୟ କୁମାର ଜୋଜୋ ଏବଂ ଏନସିସି ଅଫିସ ର ଅନ୍ୟାନ୍ୟ ସଦସ୍ୟ ମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଓରାମ ଙ୍କୁ ସ୍ୱାଗତ କରିଥିଲେ l ପରେ ଶ୍ରୀ ଓରାମ ମିଲିଟାରୀ ଯବାନ ମାନଙ୍କ ପାଇଁ ଉଦ୍ଦିଷ୍ଟ ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ନିର୍ମାଣାଧୀନ ସି ଏସ ଡ଼ି କ୍ୟାଣ୍ଟିନ୍ ପରିଦର୍ଶନ କରିଥିଲେ ।ଶ୍ରୀ କୁଲକର୍ଣ୍ଣୀ ଓ ଧନେଶ୍ୱର ଦାସ ତାଙ୍କୁ କ୍ୟାଣ୍ଟିନ୍ ଗୃହ ଦୁରବସ୍ଥା ବିଷୟ ରେ ବିଶେଷ ଭାବରେ ଅବଗତ କରାଇଥିଲେ l କମାଣ୍ଡିଙ୍ଗ୍ ଅଫିସର ଙ୍କ କକ୍ଷ ରେ ଆଲୋଚନା ସମୟରେ ସାଂସଦ ପ୍ରଥମେ ଏନସିସି ଅଧିକାରୀ ଓ କର୍ମଚାରୀ ଙ୍କ କଲ୍ୟାଣ ଓ ଅସୁବିଧା ବିଷୟ ରେ ପଚାରି ବୁଝିଥିଲେ l ସି ଏସ ଡ଼ି କ୍ୟାଣ୍ଟିନ୍ ରେ ସ୍ଥାୟୀ କର୍ମଚାରୀ, ରାଉରକେଲା ଇସ୍ପାତ କାରଖାନା ତରଫରୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିଭାଗ କୁ ଆବାସିକ ସୁବିଧା ମିଳୁଥିବା ଭଳି ଏନସିସି ଅଧିକାରୀ ଓ କର୍ମଚାରୀ ଙ୍କ ପାଇଁ ଉପଯୁକ୍ତ ଆବାସିକ ସୁବିଧା ଲାଗୁ ହେବା ଏବଂ ଅର୍ଦ୍ଧନିର୍ମିତ ଓ ପରିତ୍ୟକ୍ତ କ୍ୟାଣ୍ଟିନ୍ ଗୃହ ନିର୍ମାଣ ଯଥାଶୀଘ୍ର ସମ୍ଭବ ଶେଷ କରିବା ଦିଗରେ ଆଲୋଚନା ହୋଇଥିଲା l କ୍ୟାଣ୍ଟିନ ପୂର୍ଣ୍ଣାଙ୍ଗ କରିବା ଦିଗରେ ଅବହେଳା କରୁଥିବା କଣ୍ଟ୍ରାକ୍ଟର କୁ ହଟାଇ ଅନ୍ୟ କଣ୍ଟ୍ରାକ୍ଟର କୁ ଦାୟିତ୍ୱ ଦେବାନେଇ ଆଲୋଚନା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଆବାସିକ ସୁବିଧା ପାଇଁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଥିଲା l କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ରେ ବିବରଣୀ ଦେବାକୁ ଶ୍ରୀଓରାମଙ୍କ ବ୍ୟକ୍ତିଗତ ସହାୟକ ଆର ସି ବଡାଇକ ଓ ବାବାଜୀ ସାହୁଙ୍କୁ ଅନୁରୋଧ କରାଯାଇଥିଲା l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଯୁବ ଉତ୍ସବରେ ସମ୍ମାନିତ ହେଲେ ଚସ୍ମିତ୍ କୌର

masiha

କୂଅରୁ ଯୁବକଙ୍କ ଶବ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲା ସ୍ତରୀୟ ଉଦଘାଟନ 

Sunil Chandra Nayak

Leave a Comment

error: Content is protected !!