ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟ ମନ୍ତ୍ରୀଙ୍କ କଳାହାଣ୍ଡି ଗ୍ରସ୍ତ କୁ ନେଇ ଚଳଚଞ୍ଚଳ ଓ ପ୍ରସ୍ତୁତି ବୈଠକ

ଗୋଳାମୁଣ୍ଡା/୦୧/୩/ମସିହା,ଆସନ୍ତା ତା୫/୩/୨୩/ରବିବାର ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କୁ ନେଇ କଳାହାଣ୍ଡି ଜିଲ୍ଲାରେ ଚଳପ୍ରଚଳ ହେଉଥିବା ବେଳେ ଆଜି ଗୋଳାମୁଣ୍ଡା ବ୍ଲକରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କୁ ନେଇ ଜୋର ଚର୍ଚ୍ଚାର ବିଷୟ ବସ୍ତୁ ପାଲଟି ଥିବା ବେଳେ ବୃନ୍ଦାବାହଲ ହାଇସ୍କୁଲ ଖେଳ ପଡ଼ିଆରେ ଦେଖିବାକୁ ମିଳିଥିଲା କଳାହାଣ୍ଡି ଜିଲ୍ଲାପାଳ, ପି, ଅନ୍ୱେଷ।ରେଡି, ଉପଜିଲ୍ଲାପାଳ ବେଦ ଭୂଷଣ , ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ବିଡିଓ ଶ୍ରୀଧର ପଣ୍ଡା, ତହସିଲଦାର ଅଶୋକ ପଟ୍ଟନାୟକ, ଏସ୍ଡିପିଓ ଧିରଜ କୁମାର ଚୋପଦାର , ଗୋଳାମୁଣ୍ଡା ଆଇଆଇସି ରମଣୀରଂଜନ ଦଳେଇ ଓ ଅନ୍ୟାନ୍ୟ ଅଫିସର ଏବଂ ପୋଲିସ ପ୍ରଶାସନ ମାନେ ଉପସ୍ଥିତ ରହି ଖେଳ ପଡିଆ କୁ ନେଇ ଅନୁଧ୍ୟାନ କରି ପ୍ରସ୍ଥାନ କରି ଥିଲେ, ଏବଂ ଏହା ପରେ ଘୋଟିଆ ଧାନ ମଣ୍ଡିରେ ଗୋଳାମୁଣ୍ଡାବ୍ଲକର ବିଜେଡି କର୍ମୀମାନଙ୍କୁ ନେଇ ଏକ  ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ସଭାପତିତ୍ୱରେ ସଭା ଆୟୋଜନ ହୋଇଥିଲା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲା ପରିଷଦ ସଭ୍ୟା ହେମାଗିନ ରାଉତ, ବିଜେଡି ବ୍ଲକ ସଭାପତି ଦୟା ସାଗର ଚଲାଣ ,ମହିଳା ମିଶନ ଶକ୍ତିର ପ୍ରମୁଖ ନେତ୍ରୀ ଚେତନା ମାଝୀ, ବୃନ୍ଦାବାହଲ ସରପଞ୍ଚ ଦିନେଶ କୁମାର ରାଉତ,ଏବଂ ଅନ୍ୟାନ୍ୟ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ ବିଜେଡି କର୍ମୀମାନେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବହୁ ସଂଖ୍ୟକ ଭାବେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଥିଲେ ଓ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,ଯେ ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ ସହ ବୃନ୍ଦାବାହଲ ଠାରୁ ଆମପାଣି ପର୍ଯ୍ୟନ୍ତ ରୋଡ଼ ସୋ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଇରଙ୍ଗପୁରରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

masiha

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ର ନୂତନ ସଭାପତି ଭାବେ ଜଗାକାଳିଆ ମନୋନୀତ

Sunil Chandra Nayak

ବିଜେପି ର ବ୍ଲକ ଘେରାଉ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!