ତିର୍ତୋଲ :-01/03/23 : – ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ବ୍ଲକ ଅଧିନ ମୂଳିସିଂ ପଞ୍ଚାୟତ ତଥା ମୂଳିସିଂ ଗ୍ରାମର ବିଶିଷ୍ଟ ସମାଜସେବୀ , ଏବଂ ମୂଳିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ପୂର୍ବତନ ସମିତି ସଭ୍ୟ, ପରୋପକାରୀ ସହର ହାଟର ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ମାର୍ଗଦର୍ଶକ ଶରତଚନ୍ଦ୍ର ମଲ୍ଲ, ବୟସ 80 ଙ୍କର ଗତ ବୁଧବାର ପ୍ରାତଃ ସମୟରେ ପରଲୋକ ହୋଇଯାଇଛି ,!ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ,ସ୍ଥାନୀୟ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ମୂଳିସିଂ ପଞ୍ଚାୟତର ସରପଞ୍ଚ ସାଫି ଆଜାମ , ସମିତିସଭ୍ୟ ରଞ୍ଜନ କୁମାର ସାହୁ, ସହର ହାଟ ବଣିକ ସଙ୍ଘର ସଭାପତି ତ୍ରିଲୋଚନ ଦାସ, ପୂର୍ବତନ ସମିତିସଭ୍ୟ ଶେଖ ଜାବିର ଉଦ୍ଦିନ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ , ! ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ମରଶରୀର କୁ ଏକ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରିବା ସଙ୍ଗେ ସଙ୍ଗେ, ମୂଳିସିଂ ସରକାରୀ ହାଇସ୍କୁଲ କୁ ନେବାପରେ, ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ , ସେ ଶେଷ ପର୍ଯ୍ୟନ୍ତ ଜଣେ କଂଗ୍ରେସର ଆଦର୍ଶନେତା ଥିବାରୁ ଦଳର ବହୁ ଜନପ୍ରତିନିଧି ଓ ନେତାମାନେ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଅଛନ୍ତି ! ଗ୍ରାମ୍ୟ ସ୍ମଶାନ ରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମୟରେ ବଡ଼ପୁଅ ସମରେନ୍ଦ୍ର ମଲ୍ଲ ମୁଖାଗ୍ନି ଦେଇଥିଲେ !ସ୍ବର୍ଗତଃ ମଲ୍ଲଙ୍କର ବିୟୋଗରେ ମୂଳିସିଂ ପଞ୍ଚାୟତ ମୁରବି ଶୂନ୍ୟ ହୋଇଗଲା ବୋଲି ସାଧାରଣରେ ଆଲୋଚନା ହେଉଥିବାର ଦେଖାଯାଇ ଥିଲା !