ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଜଣ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ, ଦୁଇ ବହୁ ସହ ପୁଅ ଗିରଫ ପରେ କୋର୍ଟ ଚାଲାଣ

ପାପଡାହାଣ୍ଡି,02/03, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ବଡ଼ କୁମୁଲି ଗ୍ରାମରେ ଜଣେ ଵୃଦ୍ଧା ଓ ଅନ୍ୟ ଜଣେ ବ୍ୟକ୍ତି କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଵୃଦ୍ଧାଙ୍କ ଦୁଇ ବହୁ ସହ ପୁଅ ଗିରଫ କରି କୋର୍ଟ ଚାଲାଣ କରିଛି | 

ସୂଚନା ଅନୁଯାୟୀ ଗୁରୁବାର ବଡ଼ କୁମଲି ଗ୍ରାମର ଡମୁ ମାଝୀଙ୍କ (50)ରକ୍ତାକ୍ତ ସହ ମୁର୍ମୁଷ ଅବସ୍ଥାରେ ଗାଁ ରାସ୍ତା ଆବର୍ଜନା କୁଣ୍ଡ ନିକଟରେ ପଡି ରହିଥିଲା | ଗ୍ରାମବାସୀ ଏହା ଦେଖି ପୋଲିସକୁ ଖବର ଦେଇଥିଲେ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡମୁ ମାଝୀଙ୍କୁ ଉଦ୍ଧାର କରିଥିଲା | ସେହିପରି ସ୍ମଶାନ ନିକଟରେ ରହିଥିବା ଆମ୍ବ ତୋଟା ନିକଟରେ ଵୃଦ୍ଧା ଦେବକି ମାଝୀ (70) କୁ ମଧ୍ୟ ରକ୍ତାକ୍ତ ଓ ମୁର୍ମୁଷ ଅବସ୍ଥାରେ ରେ ଉଦ୍ଧାର କରିଥିଲା | ଵୃଦ୍ଧା ଓ ଡମୁ ଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଆଣି ଭର୍ତ୍ତି କରିଥିଲା | ଵୃଦ୍ଧା ଙ୍କ ରକ୍ତାକ୍ତ ହେବା ସହ ଡାହାଣ ଗୋଡ଼ ଭାଙ୍ଗି ଯାଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା | ସେହିପରି ଡମୁ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ଜିଲ୍ଲା ମେଡିକାଲ ନବରଙ୍ଗପୁର ଓ ପରବର୍ତ୍ତୀ ସମୟରେ କୋରାପୁଟ ଜିଲ୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି | ଡମୁ ମାଝୀ ଙ୍କ ପୁଅ ବୁଦୁରାମ ମାଝୀ ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି ଯେ ବିନା କାରଣ ରେ ବଡ଼ କୁମଲି ଗ୍ରାମର ଚଞ୍ଚଳା ଗୌଡ଼, କମଳୀ ଗୌଡ଼, ଲାଲୁ ଗୌଡ଼ ମୋ ବାପା ଉପେର ତିନି ଜଣ ମରଣାନ୍ତର ଆକ୍ରମଣ କରାଯାଇଛି | ପାପଡାହାଣ୍ଡି ଥାନା କେଶ ନଂ 33/23 ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ପରେ ଚଞ୍ଚଳା,କମଳି , ଲାଲୁକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି | ତଦନ୍ତ ଅଧିକାରି ଶିବଜି ପଣ୍ଡା ସୂଚନା ଦେଇଛନ୍ତି ଯେ ଦେବକି ମାଝୀ ଶୌଚ କରିବା ପାଇଁ ଗାଁ ସ୍ମଶାନ ନିକଟରେ ରହିଥିବା ଆମ୍ବ ତୋଟା କୁ ଯାଇଥିଲେ, ଯିବା ସମୟରେ ତାଙ୍କ ଦୁଇ ବହୁ ଚଞ୍ଚଲା ଓ କମଳୀ ଦେଖିଥିଲେ, ଦୁଇ ବହୁ ଓ ପୁଅ ଲାଲୁ ଆମ୍ବ ତୋଟା ପହଁଚି ଵୃଦ୍ଧା ଓ ଡମୁ ମାଝୀ କୁ ମରଣାନ୍ତର ଆକ୍ରମଣ କରି ଆମ୍ବ ତୋଟା ରେ ରକ୍ତାକ୍ତ ଅବସ୍ଥାରେ ଵୃଦ୍ଧା କୁ ଛାଡି ଦେଇଥିଲେ.ଓ ଡମୁ ମାଝୀ କୁ ରକ୍ତାକ୍ତ ଅବସ୍ଥାରେ ଘୋଷାଡ଼ି ଘୋଷାଡ଼ି ରାସ୍ତା କଡ଼ ନିକଟରେ ରହିଥିବା ଆବର୍ଜନା କୁଣ୍ଡ ନିକଟରେ ଛାଡି ଦେଇଥିଲେ ଗ୍ରାମବାସୀ ଏହା ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ | ଦେବକୀ ଙ୍କ ଦୁଇ ବହୁ ଓ ପୁଅ ଡମୁ ସହ ଶାରୀରିକ ସମ୍ବନ୍ଧ ଥିଲା ବୋଲି ଅଭିଯୋଗ ଆଣିଥିଲେ କିନ୍ତୁ ଦେବକି ଏହା ସମ୍ପୂର୍ଣ ମିଥ୍ୟା ବୋଲି କହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ର ମୃତ୍ୟୁ , ହତ୍ୟା କଲା ପରେ ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରି ସ୍ୱାମୀ

Sunil Chandra Nayak

ସୀମା ରେ ନକ୍ସଲ ପୋଲିସ ଗୁଳିବିନିମୟ

Sunil Chandra Nayak

ମହା ଦୁର୍ନିତି ଅଭିଯୋଗରେ ସଫେଦ ସାହିବା ଯାମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ନିଲମ୍ବନ ପୁରସ୍କାର ଦେଲେ ମୋହନ ସରକାର

Sunil Chandra Nayak

Leave a Comment

error: Content is protected !!