ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସ୍ଵର୍ଣ ପଦକ ବିଜେତା ବାପା ପୁଅଙ୍କ ସାକ୍ଷାତ

ନବରଙ୍ଗପୁର–(ମସିହା) ଆନ୍ତର୍ଜତିୟ ସ୍ଵର୍ଣ ପଦକ ବିଜେତା ସଂସାଇ ଶରତ କୁମାର ରାଉତ ଏବଂ ସନ୍ଦୀପ କୁମାର ରାଉତ , ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କୋମଳ ଲୋଚନ ମିଶ୍ରଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ନବରଙ୍ଗପୁରକୁ ବିଶ୍ୱ ଦରବାରରେ ପରିଚୟ ସୃଷ୍ଟି କରିଥିବାରୁ ବାପା ପୁଅଙ୍କ ଯୋଡ଼ିକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ।ଏହି ଅବସରରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସହ ସମ୍ପାଦକ ତଥା ଏସିଆନ କରାଟେ ସ୍କୁଲର ଉପଦେଷ୍ଟା ମନୋଜ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ୧୧ ଓ ୧୨ ଫେୃଆରୀ – ରେ ଜାପାନ ର କେଶାରଜୁ, ଚିବାକାନ ସହର ଟୋକିଓ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତା ରେ ନବରଙ୍ଗପୁର ସହରର ଆନ୍ତର୍ଜାତୀୟ କରାଟେ ଏବଂ କୋବୁଡୁ( ଅସ୍ତ୍ରଶସ୍ତ୍ର ଚାଳନା) ର ପ୍ରଶିକ୍ଷକ ସେନ୍ସେଇ ଶରତ କୁମାର ରାଉତ ଓ ତାଙ୍କ ପୁତ୍ର ଆନ୍ତର୍ଜାତୀୟ କରାଟେ କ୍ରୀଡାବିତ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ , ହିର୍ଲି , ନବରଙ୍ଗପୁର ର ଷଷ୍ଠ ଶ୍ରେଣୀ ଛାତ୍ର ସନ୍ଦୀପ କୁମାର ରାଉତ ଉକ୍ତ ବିଶ୍ଵ କରାଟେ ପ୍ରତିଯୋଗିତାରେ ଖେଳି ବାପା ପୁଅ ର ଯୋଡ଼ି ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ ପଦକ ଜିତି ଜିଲ୍ଲା , ରାଜ୍ୟ ତଥା ଦେଶର ନାମ କୁ ଶୀର୍ଷ ସ୍ଥାନ ରେ ପହଞ୍ଚାଇ ପାରିଛନ୍ତି। ସନ୍ଦୀପ କୁମାର ରାଉତ ପନ୍ଦର ବର୍ଷ ରୁ କମ ବ୍ୟତିଗତ କରାଟେ କାତା ଏଭେଣ୍ଟ ରେ ଭାଗ ନେଇ ନିଜର ଦମଦାର ପ୍ରଦର୍ଶନ ଦେଖାଇ ପ୍ରଥମ ସ୍ଥାନ ସ୍ଵର୍ଣ୍ଣ ପଦକ ଜିତି ଥିବାବେଳେ , ସେଂସାଇ ଶରତ କୁମାର ରାଉତ ପଞ୍ଚାବନ ବର୍ଷ ରୁ କମ ବ୍ଲାକବେଲ୍ଟ ମାଷ୍ଟର୍ସ କାଟା ଇଭେଣ୍ଟ ରେ ନିଜର ଚମତ୍କାରିତା ଦେଖେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହି ବାପ ପୁଅ ଆନ୍ତର୍ଜାତୀୟ କରାଟେ ସ୍ଵର୍ଣ୍ଣ ପଦକ ବିଜେତା ଯୋଡ଼ିଙ୍କୁ ବିଶ୍ୱ କରାଟେ ଫେଡରସନ ର ପ୍ରତିଷ୍ଠାତା ଗ୍ରାଣ୍ଡ ମାଷ୍ଟର ନିମୁରା କେଞ୍ଜି ସାନ , ଏବଂ ସମ୍ପାଦକ ମାସାକି କେଞ୍ଜୀ ସାନ ଏହି ବାପପୁଅ ଯୋଡ଼ି ଶେନ୍ସି ଶରତ କୁମାର ରାଉତ ଓ ସନ୍ଦୀପ କୁମାର୍ ରାଉତ ଙ୍କୁ ସ୍ଵର୍ଣ୍ଣ ପଦକ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ବିଶ୍ଵ କରାଟେ ଫେଡରସନ ର ସଭାପତି କେ. ଭି. ମନହାରନ ଉପସ୍ଥିତ ରହି ଭାରତ ପାଇ ଗୌରବ ଆଣିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପ୍ରତିଯୋଗିତା ରେ ସେଂସେଇ ଶରତ କୁମାର ରାଉତ ଙ୍କୁ ଭାରତର କରାଟେ ଫେଡରସନ ର ଆମ୍ବସଦର୍ ଭାବେ ନିଯୁକ୍ତି ଓ କାର୍ଯ୍ୟଭାର ଦିଆଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ୍ ରିପୋର୍ଟ୍ ମସିହା ନିୟୁଜ୍

Related posts

ଅସରାଏ ବର୍ଷା ରାସ୍ତା ରେ ଜମିଲା ଆଣ୍ଠୁଏ ପାଣି

Sunil Chandra Nayak

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଭାଷା ସୁରକ୍ଷା ସଂସ୍ଥାନ ଓ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ସମାଜ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 66ତମ ଜନ୍ମଦିନ ପାଳିତ

masiha

Leave a Comment

error: Content is protected !!