ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ଦ୍ୱାରା ନକଲି ଆଦିବାସୀ ଶିକ୍ଷକ ଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଧ, ଟିଟିଲାଗଡ଼ ଥାନାରେ ମାମଲା ରୁଜୁ

ବଲାଙ୍ଗିର ତା 3.3.23 ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନକଲି ଆଦିବାସୀ ଜ଼ିଲ୍ଲା ପରିଷଦ ଶିକ୍ଷକ ବିନୋଦ ମାଝୀ ଓରଫ ବିନୋଦ ରଣା ଏବଂ ଭକଚନ ଯାନୀ ଓରଫ ଭକଚନ ରଣା ପ୍ରଧାନ ଶିକ୍ଷକ ଙ୍କ ନାମରେ ଅଭିଯୋଗ କରାଯାଇଥିଲା l ସଂଘ ର ଅଭିଯୋଗ ଭିତ୍ତି ରେ ସମ୍ବଲପୁର ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ବ ଅlଯୁକ୍ତ ଉକ୍ତ ନକଲି ଆଦିବାସୀ ମାମଲା ର ଶୁଣାଣି କରି ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଅଧିନସ୍ଥ ରୁନିମହୁଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଦିବାସୀ କୋଟା ରେ ଚାକିରୀ କରୁଥିବା ଅକ୍ଷୟ ରଣା ଙ୍କ ପୁଅ ବିନୋଦ ମାଝୀ ଓରଫ ରଣା ଏବଂ ଶିଲୁଆ ଗ୍ରାମର ଧରଣୀଧର ରଣା ଙ୍କ ପୁଅ ଭକଚନ ରଣା ଙ୍କ ଜାଲଜାତି ପ୍ରମାଣପାତ୍ର କୁ ରଦ୍ଧ କରି ଚାକିରୀ ରୁ ବହିଷ୍କାର କରିବା, ଓପିଡ଼ିଅlର କେଶ ଋଜୁ କରି ଦରମା, ଷ୍ଟାଇପେଣ୍ଡ, ଅନ୍ୟାନ୍ୟ ସରକାରୀ ଅର୍ଥ ଅସୁଳି କରିବା, ଆଦିବାସୀ ହିସାବରେ କ୍ରୟ କରିଥିବା ଆଦିବାସୀ ଜମି ମୂଳ ଆଦିବାସୀ ମାଲିକ ଙ୍କୁ ଫେରସ୍ତ କରିବା, ଧର୍ତ୍ତବ୍ୟ ଅପରାଧିକ ମାମଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ର ଅଧ୍ୟକ୍ଷ ତଥା ଆର.ଡି.ସି.ସମ୍ବଲପୁର ବଲାଙ୍ଗିର ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ନିର୍ଦେଶ ଦେଇଛନ୍ତି l କମିଟି ର ଆଦେଶ ଅନୁସାରେ ବଲାଙ୍ଗିର ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଅଭିଯୁକ୍ତ ବିନୋଦ ରଣା ଏବଂ ଭକଚନ ରଣା ଙ୍କ ନାମରେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି l ଉକ୍ତ ଅଭିଯୋଗ ଆଧାର ରେ ବିନୋଦ ରଣା ଙ୍କ ବିରୁଦ୍ଧରେ ଟିଟିଲାଗଡ଼ ଥାନା କେଶ ନଂ 45 ତା 16.02.2023 ରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା 420/468/471 ରେ ମାମଲା ରୁଜୁ କରିଥିବା ବେଳେ ଭକଚନ ରଣା ଙ୍କ ବିରୁଦ୍ଧରେ ଟିଟିଲାଗଡ଼ ଥାନା କେଶ ନଂ 46 / 16.02.23 ଆଇ ପି ସି ର ଦଫା 420/468/471 ରେ ମାମଲା ରୁଜୁ ହୋଇଛି l ଅଭିଯୋଗ ଅନୁସାରେ ସେଲୁଆ ଗାଁ ର ଅକ୍ଷୟ ରଣା ଙ୍କ ପୁଅ ବିନୋଦ ରଣା ଙ୍କ ଜାତି କୁମ୍ଭାର ସମ୍ପ୍ରଦାୟ ଓବିଶି ହୋଇଥିବା ବେଲେ ସେ ତାଙ୍କ ଜାତି କନ୍ଧ ଆଦିବାସୀ ଦର୍ଶାଇ ଚଞ୍ଚକତା ପୂର୍ବକ ଟିଟିଲାଗଡ଼ ତହସିଲ କାର୍ଯ୍ୟାଳୟ ରୁ ଆଦିବାସୀ ପ୍ରମାଣପତ୍ର ହାସଲ କରିଥିଲେ ଏବଂ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ଶିକ୍ଷକ ଚାକିରୀ ନିଯୁକ୍ତି ପାଇଥିଲେ l ସେହିପରି ସେହି ଗ୍ରାମର ଧରଣୀଧର ରଣା ଙ୍କ ପୁଅ ଭକଚନ ରଣା ମଧ୍ୟ ମୂଳ ଜାତି କୁମ୍ଭାର ଅନ୍ୟ ପଛୁଆ ବର୍ଗ ହୋଇଥିବା ବେଲେ ଚଞ୍ଚକତା ପୂର୍ବକ ଟିଟିଲାଗଡ଼ ତହସିଲଦାର ଙ୍କ କାର୍ଯ୍ୟାଳୟ ରୁ କନ୍ଧ ଆଦିବାସୀ ପ୍ରମାଣପତ୍ର ହାସଲ କରି ଆଦିବାସୀ କୋଟା ରେ ଶିକ୍ଷକ ଚାକିରୀ ହାତେଇଥିଲେ l ଆଦିବାସୀ ମାନଙ୍କ ପାଇଁ ଶିକ୍ଷା ଅନୁଷ୍ଠାନ, ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ଥିବା କୋଟା କୁ ନକଲି ଆଦିବାସୀ ମାନେ ମିଥ୍ୟା, ଜାଲିଆତି, ଚଞ୍ଚକତା ପୂର୍ବକ ସମ୍ବିଧାନ ପ୍ରଦତ୍ତ ସଂରକ୍ଷଣ ସୁବିଧା ଉପଭୋଗ କରୁଥିଲେ l ଏହା ବିରୁଦ୍ଧରେ 2006 ମସିହା ରୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ନକଲି ଆଦିବାସୀ ହଟାଓ ଆନ୍ଦୋଳନ କରାଯାଇଥିଲା l

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ୨୫୦ କେଜି ଗଞ୍ଜେଇ ଜବତ: ଅଭିଯୁକ୍ତ ଫେରାର 

Sunil Chandra Nayak

ନାବଳିକାକୁ ପ୍ରେମ ପ୍ରତାରଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ ଯୁବକ

Sunil Chandra Nayak

କାଜୁ ବଗିଚାକୁ ନେଇ ଗଣ୍ଡଗୋଳ, ୫ ଗିରଫ 

masiha

Leave a Comment

error: Content is protected !!