ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କନ୍ଦାବୁଟୁରା କେନାଲରୁ ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବାଇକ ଉଦ୍ଧାର, ପୁଲିସର ତଦନ୍ତ ଜାରି

କୋକସରା,୩/୦୩ କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଗଭୀର ପାଣିରୁ ବୁଧବାର ବିଳମ୍ୱିତ ରାତିରେ ଏକ ପଲସର ବାଇକକୁ କୋକସରା ଦମକଳ କର୍ମଚାରୀ ମାନେ ଉଦ୍ଧାର କରିଥିଲେ। ସୂଚନା ଅନୁସାରେ କନ୍ଦାବୁଟୁରା ନିକଟରେ ଥିବା ବାମ କେନାଲରେ ଏକ ପଲସର ବାଇକ ପଡିଥିବା ଦେଖିବାକୁ ପାଇ ଗତକାଲି ରାତିରେ ସ୍ଥାନୀୟ କନ୍ଦାବୁଟୁରା ସରପଞ୍ଚ କୁରୁକ୍ଷେତ୍ର ବେହେରା ଓ କାଶିବାହଲ ସରପଞ୍ଚଙ୍କ ପ୍ରତିନିଧି ରୁଦ୍ର ନାଏକ କୋକସରା ପୁଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ଦମକଳ କର୍ମଚାରୀ ପହଞ୍ଚି ବିଳମ୍ବିତ ରାତିରେ କେନାଲରୁ ଲାଇଟ ଜଳୁଥିବା ଅବସ୍ଥାରେ ବାଇକକୁ କାଢ଼ିଛନ୍ତି। ତେବେ ବାଇକ କେଉଁ ପରିସ୍ଥିତିରେ କେନାଲରେ ପଡିଛି ନା ବାଇକ ଚାଳକ କେନାଲ ପାଣିରେ ବୁଡି ମରିଛି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଉଦ୍ଧାର ହୋଇଥିବା ବାଇକର ଆରଟିଓ ନମ୍ବରରୁ ଏହା କୋକସରା ବ୍ଲକ ଆମପାଣି ଗ୍ରାମର ସରୋଜ କୁମାର ମିଶ୍ରଙ୍କ ବୋଳି ଜଣାପଡିଛି। ଅନ୍ୟପଟେ କୋକସରା ପୁଲିସ ବାଇକ ନମ୍ବରରୁ ମିଳିଥିବା ଠିକଣାକୁ ଯୋଗାଯୋଗ କରି ପଚରାଉଚୁରା ଜାରି ରଖିଛି। ତେବେ ବାଇକରେ ଗତକାଲି ସନ୍ଧ୍ୟାରେ ସରୋଜ ମିଶ୍ରଙ୍କ ପୁଅ ଶାଶ୍ୱତ ମିଶ୍ର ଯାଇଥିବା ନେଇ ସୂଚନା ମିଳିଥିବା ବେଳେ ପରିବାର ବର୍ଗଙ୍କ କୋକସରା ଥାନାରେ ନିଖୋଜ ଥିବା ଅଭିଯୋଗ ପରେ ଗୁରୁବାର ସନ୍ଧ୍ୟାରେ ପୁଣିଥରେ ଦମକଳ କର୍ମଚାରୀ କେନାଲରେ ଖୋଜାଖୋଜି କରିଥିବା ସୁଚନା ମିଲିଛି। ତେବେ କେନାଲରେ ପାଣି ଅଧିକ ପ୍ରବାହିତ ହେଉଥିବା କାରଣରୁ ସର୍ଚ୍ଚ ଅପରେସନ ବାଧାପ୍ରାପ୍ତ ହୋଇଛି। କେନାଲର ପାଣି କମିବା ପରେ ପୁଣି ସର୍ଚ୍ଚ କରାଯିବ ବୋଳି କୋକସରା ଅଗ୍ନିଶମ ବିଭାଗ ଅଧିକାରୀ ଅନନ୍ତ ପଟେଲ ସୁଚନା ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ଶାଶ୍ୱତର କୌଣସି ସନ୍ଧାନ ମିଳି ପାରିନାହିଁ ।

ମସିହା ନିଉଜ ସର୍ଭିସ୍ 

Related posts

ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୁଲିସ୍ ପକ୍ଷରୁ ପ୍ରୋଜେକ୍ଟ ଶିଲଡ୍ ଶୁଭାରମ୍ଭ

Sunil Chandra Nayak

ଡକାୟତି ଘଟଣାର ପର୍ଦ୍ଦାଫାଶ କଲା ଚାନ୍ଦିଲି ପୋଲିସ ୪ ଅଭିଯୁକ୍ତ ଗିରଫ

ଅଜଣା ଗାଡି ଧକ୍କାରେ ବୃଦ୍ଧ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

Leave a Comment

error: Content is protected !!