ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବାହ ଉତ୍ସବରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କୋକସରା,୩/୦୩ // ବିବାହ ଘର ଆସିଥିଲେ ହେଲେ ବିବାହରେ ଲାଗିଥିବା ଟେଣ୍ଟର ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ୍ୟୁ ବରଣ କରିଛନ୍ତି। ମୃତକ ହେଲେ କୋକସରା ଥାନା ଅନ୍ତର୍ଗତ କାଶିବାହାଲ ପଞ୍ଚାୟତ ସାରଙ୍ଗପଡା ଗାଁର ଇନ୍ଦ୍ର ରାଉତ(୪୫) । ସେ ଦୀର୍ଘ ବର୍ଷ ହେବ ଜୟପାଟଣାରେ ରହୁଥିବା ବେଳେ ଏକ ଵିଵାହରେ ଯୋଗଦେବାକୁ ବୁଧବାର ଜଳତାମୁଣ୍ଡା ଆସିଥିବା ବେଳେ ଟେଣ୍ଟରେ ଲଗାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ବେଳେ ସମ୍ପର୍କୀୟ ମାନେ ୧୦୮ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ମୋଟେର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୪/୨୩ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ଏନେଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ସୁଚନା ଦେଇଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଆସିକା ଓକିଲ ସଂଘ ନିର୍ବାଚନ: ଅଜିତ୍ ସଭାପତି, ଛବିଳରାମ ଉପ-ସଭାପତି, ନାରାୟଣ ସମ୍ପାଦକ ନିର୍ବାଚିତ

masiha

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ପାଳନ 

Sunil Chandra Nayak

ଜୟପାଟଣା ଠାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!