ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶ ଦିନ ହେଲା ଲିମସେର ଗାଁରେ ପିଇବା ପାଣି ପାଇଁ ଡହକ ବିକଳ

ଗୋଳାମୁଣ୍ଡା ତା ୪/୩ (ମସିହା) ବିଶୁଦ୍ଧ ପାନୀୟ ଜଳର ଅଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି, ପ୍ରଶାସନକୁ ଯୋଗାଯୋଗ କଲେ ବି ଶୁଣୁ ନାହାନ୍ତି,ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ନେଇ ଶୁଣୁ ନାହାନ୍ତି ଜଳସମ୍ପଦ ବିଭାଗ।,ଏଭଳି ଘଟଣା ଦେଖିବାକୁ ମିଳିଛି ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲ ପଞ୍ଚାୟତର ଲିମସେର ପଡ଼ାରେ ଦଶ ଦିନ ହେବ ପିଇବା ପାଣିର ସମସ୍ୟା ଦେଖା ଦେଇଛି । ଏହି ଲିମସେର ପଡାରେ ୩ ହଜାର ଜନସଂଖ୍ୟା ଥିବା ବେଳେ ରାଜସ୍ୱ ଗ୍ରାମ ପାଇଁ ଦୀର୍ଘ ଦିନ ଧରି ଦାବି କରି ଆସୁଥିଲେ ହେଲେ ରାଜସ୍ୱ ଗ୍ରାମ ହୋଇପାରି ନାହିଁ । ଏପଟେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଟାଙ୍କି ଦ୍ୱାରା ବୃନ୍ଦାବାହାଲ ଓ ଲିମସେରକୁ ପାଣି ଯୋଗାଇ ଦେଉଥିବା ବ୍ୟବସ୍ଥା ଥିବା ବେଳେ ଲିମସେର ପଡାବାସୀ ଦଶଦିନ ହେବ ପାଣି ପାଉ ନ ଥିବା ଅଭିଯୋଗ ହେଉଛି ।ଏପଟେ ମୁଖ୍ୟମନ୍ତ୍ରୀ ବୃନ୍ଦାବାହାଲ ଠାରେ ହ୍ୟାଲିପ୍ୟାଡ଼ରେ ଓହ୍ଲାଇବାକୁ ଥିବା ବେଳେ ସମସ୍ତ ପ୍ରଶାସନ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଲିମସେର ପଡାର ପାଣି ସମସ୍ୟା ଉପରେ ଜଳ ସମ୍ପଦବିଭାଗର ଧ୍ୟାନ ଦେଉ ନ ଥିବା କଥା ଜୋର ଚର୍ଚ୍ଚା ଧରିଛି । ଏଠାରେ ପିଇବା ପାଣି ବଡ଼ ନା ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବଡ଼ ବୋଲି ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ନେଇ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଫୋନକଲେ ସୁଇଜ ବନ୍ଦ ରହିଛି, ଏନେଇ ସ୍ୱାସ୍ଥ୍ୟ ଜଳ ଯୋଗାଣ ପରିମଳ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ, ଅଙ୍କିତ ପ୍ରତୀକ ଟପ୍ପୋ ଙ୍କୁ ଫୋନରେ ପଚାରିବାରୁ ସେ କହିଛନ୍ତି ଯେ ରାସ୍ତା କାର୍ଯ୍ୟ ଦ୍ଵାରା ପାଇପି ଫାଟି ଯାଇଛି ମୁଁ ବୁଝୁଛି ବୋଲି ଫୋନରେ ସଫେଇ ଦେଇଥିଲେ, ବୁଝୁଛନ୍ତି ନା ଭୁଲି ଯାଉଛନ୍ତି ଦେଖିବାକୁ ବାକି ରହିଲା।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

୪୮୮ ବର୍ଗ ଅଧ୍ୟାପକ-କର୍ମଚାରୀ ସମନ୍ଵୟ ସମିତି ଜିଲ୍ଲା ସ୍ତରୀୟ ସମ୍ମିଳନୀ

Sunil Chandra Nayak

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

masiha

ବଡ ଗୁମୁଡା ଗ୍ରାମ ପଞ୍ଚାୟତ ଓ ଆଶ୍ରମ ବିଦ୍ୟାଳୟ କୁ ଆସିବା ରାସ୍ତା ବିପଦସଙ୍କୁଳ 

Sunil Chandra Nayak

Leave a Comment

error: Content is protected !!