ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଚନ୍ଦାହାଣ୍ଡି ଠାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁଙ୍କ ଜନ୍ମଦିନ ପାଳିତ

ଚନ୍ଦାହାଣ୍ଡି(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ସଦର ଯାଦବ ମାଝୀ ବସଷ୍ଟାଣ୍ଡ ଠାରେ ଝରିଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ବାବୁଙ୍କ ଜନ୍ମଜୟନ୍ତୀ ତଥା ଲୋକସେବା ଦିବସ ପାଳିତ ହୋଇଯାଇଛି l ସଭା ଆରମ୍ଭ ପୂର୍ବରୁ ହଜାର ହଜାର ବିଜୁ ପ୍ରେମୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ସଭାମଞ୍ଚକୁ ପହଂଚି ବିଜୁ ବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭା କାର୍ଯ୍ୟ ପ୍ରାରମ୍ଭ ହୋଇଥିଲା l ବ୍ଲକ ବିଜେଡି ସଭାପତି ଗୌରହରି ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ଚନ୍ଦାହାଣ୍ଡି ଅଧକ୍ଷା ସୁମିତ୍ରା ପୂଜାରୀ, ସାଂସଦଙ୍କ ଝରିଗାଁ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ବିଧାୟକ ପ୍ରତିନିଧି ରାମଧର ମାଝୀ,କିଶୋର ଖମାରି, ସୁରଜ ଅଗସ୍ତି,ଚନ୍ଦାହାଣ୍ଡି ଜିଲ୍ଲାପରିଷଦ ସଭ୍ୟା ବର୍ଷାରାଣୀ ପଟେଲ ଓ କେତକୀମଲ୍ଲୀ ଗୌଡ଼, ଝରିଗାଁ ଜିଲ୍ଲାପରିଷଦ ଯମୁନା ଗଣ୍ଡ,ପ୍ରମିଳା ପୂଜାରୀ, ଶ୍ୟାମ ସୁନ୍ଦର ନାୟକ,ଉପାଧ୍ୟକ୍ଷ ବାସୁଦେବ ଗୌଡ଼,ଝରିଗାଁ ବିଜେଡି ବ୍ଲକ ସଭାପତି ଟିକଚନ ମାଝୀ,ଲଛମା ଗଣ୍ଡ,ଦ୍ରୌପଦୀ ସୋରି,ମୋହନ ନାୟକ, ଲାବନ୍ୟବତି ପନକା, ଚମ୍ପା ପୂଜାରୀ,ମଧୁ ସୁଦନ ନାଗେଶ, ଜଗନ୍ନାଥ ସିନା,ସନୀନ୍ଦ୍ର ସୋରି,କିଶୋର ଖମାରି, ପୁରୁଷୋତ୍ତମ ପାରୀ , ଯୁବ ସଭାପତି ତ୍ରିନାଥ ଦାଶ, ଲିଙ୍ଗରାଜ ଚୌହାନ,ଲୋକନାଥ ପୂଜାରୀ, ହରପୁଜାରୀ, ଲଛମନ ମାଝୀ, ଜୟଦେବ ଖମାରୀ, ପ୍ରମୁଖ ମଞ୍ଚାସିନ ରହିଥିଲେ l ମଞ୍ଚାସିନ ଅତିଥି ସମସ୍ତେ ବିଜୁ ବାବୁଙ୍କ ସ୍ମୁତି ଚାରଣ ସହ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋକପାତ କରିଥିବା ବେଳେ ବିଧାୟକ ଶ୍ରୀମାଝୀ ରାଜ୍ୟ ସରକାର ଙ୍କ 23 ବର୍ଷ ର ବଜେଟ ର ତଥ୍ୟ ଉପସ୍ଥାପନ କରିଥିଲେ,ବରିଷ୍ଠ ନେତା ପୁରୁଷୋତ୍ତମ ପାରି ଉପସ୍ଥିତ ବିଜୁ ପ୍ରେମୀଙ୍କୁ ଶପଥ ପାଠ କରେଇଥିବା ବେଳେ ସାଂସଦ ଶ୍ରୀମାଝୀ କେନ୍ଦ୍ର ସରକାରଙ୍କ ଗ୍ୟାସ ଦର ବୃଦ୍ଧି, ହିତାଧିକାରୀଙ୍କ ଚାଉଳ କାଟ, ପ୍ରଧାନ ମନ୍ତ୍ରୀ ଆବାସ ଗୃହ ପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ଦେଉନଥିବା ନେଇ କେନ୍ଦ୍ର କୁ ଟାର୍ଗେଟ କରିଥିଲେ l ଚଳିତ ବର୍ଷ ଝରିଗାଁ ନିର୍ବାଚନ ମଣ୍ଡଳୀ ର ସମସ୍ତ ଚାଷଜମି କୁ ଜଳସେଚନ ର ବ୍ୟବସ୍ଥା କରାଯିବ ବୋଲି ସାଂସଦ ଶ୍ରୀ ମାଝୀ କହିଥିଲେ। ବିଜେପି ଦଳ ଛାଡି ଅଂକୁର ବେଶ୍ରାଙ୍କ ନେତୃତ୍ୱରେ ପ୍ରାୟ 30 ଜଣ କର୍ମୀ ବିଜେଡି ରେ ଯୋଗ ଦେଇଥିଲେ। ଜୋନ ସଭାପତି ଯୁବରାଜ ଜଗତ, ବଳରାମ ପଟନାୟକ ମଞ୍ଚ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ସମିତି ସଭ୍ୟ, ସରପଞ୍ଚ, ମେମ୍ବର ଏବଂ ପଂଚାୟତର ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ସଭାପତି, ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଲୋକସଭା ନିର୍ବାଚନ ସଂଚାଳନ ସମିତିର ନିର୍ବାଚନ ପ୍ରସ୍ତୁତି ବୈଠକରେ ତୋମର ଙ୍କ କର୍ଣ୍ଣ ମନ୍ତ୍ର

masiha

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

masiha

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

Leave a Comment

error: Content is protected !!