ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି-ରାୟଗଡ଼ା ସୀମାନ୍ତ ଝିଗିଡିରେ ପିକଅପ୍ ଓଲଟି ୧୮ ଗୁରୁତର ଘଟଣା

ଭବାନୀପାଟଣା ଡାକ୍ତରଖାନାରେ ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ

ଲାଞ୍ଜିଗଡ,୦୫/୦୩(ମନିସ)-ଜଣେ ଠିକାଦାରଙ୍କ ଡାକରାରେ ନୀଳଗିରି ଗଛ କାଟିବାକୁ ଶୁକ୍ରବାର ସନ୍ଧ୍ୟାରେ ଏକ ପିକଅପ୍ ଭ୍ୟାନ୍ ଯୋଗେ ରାୟଗଡା ଜିଲ୍ଲା ଦହିଖାଲକୁ ଯାଉଥିବାବେଳେ କଳାହାଣ୍ଡି-ରାୟଗଡା ସୀମାନ୍ତ ଝିଗିଡିରେ ଭ୍ୟାନଟି ଓଲଟି ପଡିବାରୁ ଏଥିରେ ବସିଥିବା ୧୮ଜଣ ଶ୍ରମିକ ଗୁରୁତର ଓ ୮ ଜଣ ସାମାନ୍ୟ ଆହତ ହୋଇଥିଲେ । ଏଥିରେ ବସିଥିବା ସମସ୍ତ ଶ୍ରମିକ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତର ଜାରେଙ୍ଗପଟା, ଇରକୁଲି ଓ ବରାଘାଟି ଗାଁର ହୋଇଥିବାବେଳେ ଗୁରୁତର ୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ଚିକିତ୍ସିତ ହେଉଥିବାବେଳେ ଆଜି ଅପରାହ୍ନରେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ଦୁର୍ଘଟଣାର ଶିକାର ହୋଇଥିବା ଶ୍ରମିକମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସଂପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଫାଇଲେରିଆ ନିରାକରଣ ଅଭିଯାନ – ସାମୁହିକ ଔଷଧ ସେବନର ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ

Sunil Chandra Nayak

ମାନବ ସେବା ହିଁ ମାଧବ ସେବା…  ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

masiha

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!