ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ ପରିକ୍ରମା ‘ ଆନୁକୁଲ୍ୟରେ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ

 ମୟୂରଭଞ୍ଜ ୫/୩/୨୩ (ମସିହା) ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅନନ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଆନୁକୁଲ୍ୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ମନୋଜ ଦାସଙ୍କ ପୌରହିତ୍ୟରେ ବସନ୍ତ ଉତ୍ସବରେ ଆଜି ସଂନ୍ଧ୍ୟାରେ ‘ରଙ୍ଗ ରଙ୍ଗୋଲି’ ଏବଂ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ବସନ୍ତ ଉତ୍ସବ ପରିପ୍ରେକ୍ଷିରେ ଅପରାହ୍ନରେ କବିତା ଆସର’ ଫଗୁଣରେ ଫଗୁ’ ଶିକ୍ଷକ ଶ୍ରୀ ରଂଜନ ନନ୍ଦ, ଡଃ ଦିଗମ୍ବର ଗିରି ଏବଂ ଶ୍ରୀ ତିମିର ରଂଜନ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ବହୁ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ । ସଂନ୍ଧ୍ୟାରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଅନୁଷ୍ଠାନର ଅଧ୍ୟକ୍ଷ ଇଶାନ ମିଶ୍ର, ବିଶିଷ୍ଟ ଘନଶ୍ୟାମ ମିଶ୍ର ଏଣ୍ଡ ସନସ୍ ପ୍ରାଇଭେଟ୍ ଲିମିଟେଡର ଖଣି ମାଲିକ ଶ୍ରୀ ଜଗଦୀଶ ମିଶ୍ର,ଶ୍ରୀ ଶ୍ରୀ ରବିଶଙ୍କର ୟୁନିଭରସିଟିର ମାନବ ସମ୍ବଳ ବିଭାଗ ମୁଖ୍ୟ ସୁଶ୍ରୀ ବିଜୟା ଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମନୋଜ ଦାସ କହିଥିଲେ ଅନୁଷ୍ଠାନଟି ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ । ସମସ୍ତେ ଗୁଣ୍ଡିଚିମୂଷା ଭଳି ସହଯୋଗ କଲେ ଅନୁଷ୍ଠାନ ଏ ଅଞ୍ଚଳରେ ସାଂସ୍କୃତିକ ଜାଗରଣରେ ସହାୟକ ହେବ । ରାଇରଙ୍ଗପୁର ହାଇସ୍କୁଲର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଅତିଥି ପରିଚୟ ସହ ମଂଚର ପରିଚାଳନା କରିଥିଲେ ‌ । ପରେ ପ୍ରତିଭା ପୂଜା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ଚଳିତ ବର୍ଷ ରଙ୍ଗ ରଙ୍ଗୋଲିରେ ଶିକ୍ଷାବିତ ଅନନ୍ତ କୁମାର ମିଶ୍ର ସ୍ମୃତି ସମ୍ମାନ ଶ୍ରୀ ରଂଜନ ନନ୍ଦ,ସମାଜସେବୀ ଦ୍ରୁପଦ ଚନ୍ଦ୍ର ଡଗରା ସ୍ମୃତି ସମ୍ମାନ ପୁରୀ ଜିଲ୍ଲାର କାକୁଡିଆର ସମାଜସେବୀ ଶ୍ରୀ ରାଜ କିଶୋର ସ୍ବାଇଁ, ଗୀତିକବୀ ଜୀତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ବିଶିଷ୍ଟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶ୍ରୀ କୈଳାଶ ସାହୁ,, ସାମ୍ବାଦିକ ଅମରେନ୍ଦ୍ର ଲାଲ ବୋଷ ସ୍ମୃତି ସମ୍ମାନ ପୁରୀ ଜିଲ୍ଲାର ପରିବେଶବିତ୍ ଶ୍ରୀ ଶୋଭାକର ବେହେରା,, ଝୁମର ବିଶାରଦ ଗିରିଶ ଚନ୍ଦ୍ର ମହାନ୍ତ ସ୍ମୃତି ସମ୍ମାନ ରାଇରଙ୍ଗପୁର ହଳଦା ଅଂଚଳର ଝୁମର ଗୀତିକାର ଶ୍ରୀ ଗୌର ଚନ୍ଦ୍ର ମହାନ୍ତ, ପ୍ରତିବେଶୀ ସମ୍ମାନ ଝାଡ଼ଖଣ୍ଡ ରାଜ୍ୟ ଇଛା ଅଂଚଳର ସାରସ୍ଵତ ସାଧକ ଶ୍ରୀ ବିଷ୍ଣୁପଦ ସିଂହଦେଓ , ମୟୂରଭଞ୍ଜ ଛଉ ଗୌରବ ସମ୍ମାନ ଛାଉଣୀ ପ୍ରୋଜେକ୍ଟ କାର୍ଯ୍ୟ ନିର୍ବାହୀ ନିର୍ଦେଶିକା ତଥା ଛଉ ନୃତ୍ୟ ଗଵେଷିକା ଶୁଭଶ୍ରୀ ମୁଖାର୍ଜୀ,, ସାମ୍ବାଦିକ ଗୌରବ ସମ୍ମାନ ପୁରୀ ଜିଲ୍ଲା ଅସ୍ତରଙ୍ଗର ଶ୍ରୀ ଦୁଃଶାସନ ନାୟକ, ଏବଂ ମଂଚ ଗୌରବ ସମ୍ମାନ ପିପିଲି ଅଂଚଳର ଶ୍ରୀ ନଗେନ୍ଦ୍ର ପ୍ରଧାନ,ଛଉ ନୃତ୍ୟ ଗୁରୁ ଶିବ କୁମାର ସାହୁଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥି ଗଣ ସମ୍ବର୍ଦ୍ଧିତ କରିଥିଲେ‌ । ପରେ କଣ୍ଠଶିଳ୍ପୀ କୈଳାଶ ସାହୁ ଏବଂ ସାଥୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଗଜଲ୍ ପରିବେଷଣ କରାଯାଇଥିଲା । ବାଦାମବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା ।

ବହୁ ସଂଖ୍ୟାରେ ‌ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିବା ସହ ମନୋଜ ଦାସଙ୍କ ବଳିଷ୍ଠ ଉଦ୍ୟମକୁ ପ୍ରଶଂସା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଏନସିସି ନିର୍ଦ୍ଦେଶାଳୟ ଡିଡିଜି କମାଣ୍ଡର ଜେ ସୁରେଶଙ୍କ ରାଉରକେଲା ନବମ ବାଟାଲିୟନ ଏନସିସି, ର ପରିଦର୍ଶନ

masiha

ହାଟବାଦଡାରେ ଆରାଧ୍ୟ ଦେବୀ ମା’ ଭଗବତୀଙ୍କ ୨୫ ତମ ପ୍ରତିଷ୍ଠା ଦିବସ ଧୂମଧାମରେ ପାଳିତ

Sunil Chandra Nayak

ଅର୍ଥ ସାଜିଲା ବାଧକ ପାଠ ପଢା ପାଇଁ

masiha

Leave a Comment

error: Content is protected !!