ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

ମ.ରାମପୁର,୦୬/୦୩(ମସୀହା): ମ. ରାମପୁର ଗୈାଡ ପଡା ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ରେ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି l ରବିବାର ଅପରାହ୍ନ ୩ ଘଣ୍ଟା ସମୟରେ ଶ୍ରୀ ଶ୍ରୀ ରାଧା କୃଷ୍ଣ ମନ୍ଦିର ରୁ ଭକ୍ତ ତଥା ମାଆ ମାନେ ଶୋଭାଯାତ୍ରା ଯାତ୍ରା ରେ ସ୍ଥାନୀୟ ହରିହର ସାଗର କୁ ଯାଇ ଗଂଗା ଵରଣ କରି କଳସ ରେ ପାଣି ଭର୍ତ୍ତି କରି ଗ୍ରାମ ପରକମା କରି ପହର ମଣ୍ଡପ ରେ ଘୁମୁରା ଓ କୀର୍ତ୍ତନ ସହିତ ପହଂଚି ଥିଲେ। ଏହି କାର୍ଯ୍ୟକ୍ରମରେ ରେ ଅମର ପୋଡ଼ ଓ ଲୋଚନା ପୋଡ଼ କର୍ତ୍ତା ଦାୟିତ୍ଵ ରେ ରହିଥିବା ବେଳେ ମୂଖ୍ୟ ପୂଜକ ଭାବରେ ତ୍ରୀଲୋଚନ ଦାଶ ଏବଂ ଉଦ୍ଧବ ପଣ୍ଡା, ସୋମନାଥ ଦାଶ ପୂଜା ରେ ସହଯୋଗ କରୁଛନ୍ତି l ଅନୁଷ୍ଠାନ ର ପୂଜା ବିଭାଗ ଓ ମନ୍ଦିର କମିଟି ସଭାପତି ଓ ସମ୍ପାଦକ ସୋମନାଥ ସାହୁ ଓ ପ୍ରଶାନ୍ତ ସାମନ୍ତରା, କୃଷ୍ଣ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ସାହୁ,ଜୟ ହାତୀ, ଅନାଦି ଭୋଇ, ସୁନ୍ଦର ସିଂ ପୋଡ଼ ଓ ସମସ୍ତ ପଡା ବାସୀ ସହଯୋଗ କରିଥିଲେ। ଅଧିବାସ ଉପଲକ୍ଷେ ପଣ୍ଡିତ ଖିରୋଦ ଦାଶ , କାରୁଣ୍ଡ ଶ୍ରୀକ୍ଷେତ୍ର ବେଦ ପାଠ କରି ଥିଲେ। ଆଜି ସୋମବାର ସକାଳ ୭.୩୫ ମି.ରେ ଷୋହଳ ପହର ଅଖଣ୍ଡ ନାମ ଯଜ୍ଞ ଆରମ୍ଭ ହୋଇଛି l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ବୋଲ୍ଲାରମ ଶ୍ରୀଜଗନ୍ନାଥ ମନ୍ଦିର ହାଇଦ୍ରାବାଦ ଠାରେ ଧୁମ ଧାମରେ ଦେବ ସ୍ନାନ ପୁର୍ଣିମା ପାଳନ 

Sunil Chandra Nayak

ପରମ୍ପରା ଓ ଧର୍ମବିଶ୍ଵାସ…  ମା ଭଣ୍ଡାର ଘରଣୀଙ୍କ ଚୈତ୍ର ଯାତ୍ରା ଶେଷ….

masiha

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ

masiha

Leave a Comment

error: Content is protected !!