ଢେଙ୍କାନାଳ (ମ ସୀ ହା)୦୫/୦୩_ସଦର ଥାନା ଖଳିବନ୍ଧ ଗାଁ ଗୋଶାଳାରେ ଅଗ୍ନିକାଣ୍ଡ ଘଟି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ସୂଚନା ଅନୁଯାୟୀ , ଗାଁର ଦୁଃଶାସନ ବିଶ୍ବାଳ ଓ ସୁଲେଖା ବିଶ୍ବାଳ ବ୍ୟାଙ୍କରୁ ଋଣ ଆଣି ଗୋପାଳନ କରୁଥିଲେ । ଗୋରୁଙ୍କ ପାଖରେ ମଶା ପାଇଁ ଧୂଆଁ ଦେଇଥିଲେ । ସେହି ନିଆଁ ବ୍ୟାପିଯାଇ ଚାଳରେ ଲାଗିଥିଲା । ଏହାସହ ଗୁହାଳ ଭିତରେ ଗୋରୁଙ୍କ ଖାଇବା ପାଇଁ ରଖାଯାଇଥିବା ନଡା ଆଦି ହୁତୁହୁତୁ ହୋଇ ଜଳିଥିଲା । ଗୁହାଳ କବାଟ ବନ୍ଦ ଥିବାରୁ ଗୋରୁ ବାହାରି ପାରି ନଥିଲେ। ନିଆଁ ଲାଗିଥିବା ଦେଖି ମାଲିକାଣୀ ସୁଲେଖା ଗୋରୁଙ୍କୁ ଉଦ୍ଧାର ପାଇଁ ଗୁହାଳ ଭିତରକୁ ଯାଇଥିଲେ । ମାତ୍ର ଆଉ ବାହାରି ପାରିନଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ୪ଟି ଗୋରୁ ଜୀବନ୍ତ ଜଳି ଯାଇଥିଲେ l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାକହସ୍ତୀ ଙ୍କ ରିପୋର୍ଟ୍