ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଗ୍ନିକାଣ୍ଡ ରେ ୪ ଗୋରୁ ଜୀବନ୍ତ ଦଗ୍ଧ

ଢେଙ୍କାନାଳ (ମ ସୀ ହା)୦୫/୦୩_ସଦର ଥାନା ଖଳିବନ୍ଧ ଗାଁ ଗୋଶାଳାରେ ଅଗ୍ନିକାଣ୍ଡ ଘଟି ୪ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସୂଚନା ଅନୁଯାୟୀ , ଗାଁର ଦୁଃଶାସନ ବିଶ୍ବାଳ ଓ ସୁଲେଖା ବିଶ୍ବାଳ ବ୍ୟାଙ୍କରୁ ଋଣ ଆଣି ଗୋପାଳନ କରୁଥିଲେ । ଗୋରୁଙ୍କ ପାଖରେ ମଶା ପାଇଁ ଧୂଆଁ ଦେଇଥିଲେ । ସେହି ନିଆଁ ବ୍ୟାପିଯାଇ ଚାଳରେ ଲାଗିଥିଲା । ଏହାସହ ଗୁହାଳ ଭିତରେ ଗୋରୁଙ୍କ ଖାଇବା ପାଇଁ ରଖାଯାଇଥିବା ନଡା ଆଦି ହୁତୁହୁତୁ ହୋଇ ଜଳିଥିଲା । ଗୁହାଳ କବାଟ ବନ୍ଦ ଥିବାରୁ ଗୋରୁ ବାହାରି ପାରି ନଥିଲେ। ନିଆଁ ଲାଗିଥିବା ଦେଖି ମାଲିକାଣୀ ସୁଲେଖା ଗୋରୁଙ୍କୁ ଉଦ୍ଧାର ପାଇଁ ଗୁହାଳ ଭିତରକୁ ଯାଇଥିଲେ । ମାତ୍ର ଆଉ ବାହାରି ପାରିନଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ୪ଟି ଗୋରୁ ଜୀବନ୍ତ ଜଳି ଯାଇଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାକହସ୍ତୀ ଙ୍କ ରିପୋର୍ଟ୍

Related posts

ରବିଧାନ ପଞ୍ଜିକରଣ ନେଇ ମେଗାଲିଫ୍ଟ ଅଞ୍ଚଳ ର ଚାଷୀ ଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।

ସୁନ୍ଦରଗଡ଼ ରୁ ବାହାରିଲେ ଵରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ

masiha

ଉମୁରାହାଣ୍ଡି ଗ୍ରାମର ୪୦ ବର୍ଷ ରୁ ଉର୍ଦ୍ଧ ହେବ ପୁଝାରୀ ମାନଙ୍କ ସମସ୍ୟା କୁ ସମାଧାନ କଲା ପୋଡ଼ାଗଡ଼ ଚେରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାବୃନ୍ଦ

Leave a Comment

error: Content is protected !!