ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରବାଦପୁରୁଷ ଭୂମିପୁତ୍ର ବିଜୁବାବୁଙ୍କ 107ତମ ଜୟନ୍ତୀ ପାଳନ

ତିର୍ତ୍ତୋଲ 05/03/23: – ଓଡିଶାର ବରପୁତ୍ର, ପ୍ରବାଦ ପୁରୁଷ, କ୍ରାନ୍ତିକାରୀ ଜନନେତା, ଝଡର ଈଗଲ, ଦୁର୍ଦ୍ଦଶ ପାଇଲଟ ସ୍ୱର୍ଗତ ବିଜୁ ପଟ୍ଟନାୟକ କେବଳ ଓଡିଶା କି ଭାରତର ନୁହଁନ୍ତି ସମଗ୍ର ବିଶ୍ୱର ଜଣେ ମହାନ ଯୋଗଜନ୍ମା ଜନନେତା ଭାବରେ ସୁପରିଚିତ ! ଆଜି ତାଙ୍କର 107ତମ ଜୟନ୍ତୀ ତିର୍ତ୍ତୋଲ ଆନନ୍ଦମଣ୍ଡପ ପରିସରରେ ପାଳିତ ହୋଇଯାଇଛି ! ଏହି ସ୍ମୃତିସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ ! ତାଙ୍କର ବକ୍ତବ୍ୟ ଥିଲା ଯେ , ଆମେ ସମସ୍ତେ ମିଳିମିଶି ବିଜୁବାବୁଙ୍କ ସୁପୁତ୍ର ମାନ୍ୟବର ନବୀନ ପଟ୍ଟନାୟକ ଙ୍କ ପଛରେ ରହିଲେ ରାଜ୍ୟର ସାମଗ୍ରୀକ ଉନ୍ନତି ହୋଇପାରିବ !ତିର୍ତୋଲବ୍ଲକ ବିଜେଡିର ସଭାପତି ଗଙ୍ଗାଧର ବିଶ୍ୱାଳ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସଭାରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବ୍ଲକଅଧକ୍ଷ ମନୋଜକୁମାର ବେହେରା, ବ୍ଲକ ଉପାଧକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଜିଲ୍ଲା ପରିଷଦ ସୁନୀଲ କୁମାର ବେହେରା ପ୍ରମୁଖ ମଞ୍ଚାସିନହୋଇ ପଂଞ୍ଚାୟତରାଜ ଦିବସ ର ତାପ୍ତର୍ଯ୍ୟ ଏବଂ ଓଡିଶାର ନବନିର୍ମାଣ କ୍ଷେତ୍ରରେ ବିଜୁବାବୁ ଙ୍କ ଅବଦାନ ସମ୍ପର୍କରେ ନିଜନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ! ସଭାପୂର୍ଵରୁ ପ୍ରଦୀପ ପ୍ରଜ୍ବଳନ ଓ ଫଟୋଚିତ୍ର ରେ ମଲ୍ଲ୍ୟାର୍ପଣ ପରେ, ସାରଳାସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ବିଜୁବାବୁଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ଏକ ସ୍ମୃତି କବିତା ପାଠକରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ତପନ କୁମାର ମହାନ୍ତି, ସୁବ୍ରତ ଦାଶ , ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ, ଯୁବବିଜେଡି ସମ୍ପାଦକ ନୃସିଂହ ଚରଣ ରାଉଳ, ଭିକାରି ଚରଣ ସ୍ୱାଇଁ,ସେକ କଲିମୁଲ୍ଲା, ଖିରୋଦ ବାରିକ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ଜନପ୍ରତିନିଧି, ବହୁସଂଖ୍ୟକ ବିଜୁପ୍ରେମୀ ଜନସାଧାରଣ ଏବଂ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନେ ଯୋଗଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣନୀତି ବିରୋଧରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ଯାମଦା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ 

masiha

ଜିଲ୍ଲା କଂଗ୍ରେସ କମିଟି ର ସାମ୍ବାଦିକ ସମ୍ମିଳନୀ 

Sunil Chandra Nayak

ଭାରତୀୟ ଜନତା ପାର୍ଟି ସାଙ୍ଗଠନିକ ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!