ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଦ୍ୟୋଗୀ ମେଳାରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ସୁଯୋଗ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ରାୟଗଡ:-ତା.୦୭/୦୩/୨୦୨୩. ରିଖ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳାର ତୃତୀୟ ଦିନରେ ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର, ରାୟଗଡ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରଦର୍ଶନୀ ପଡ଼ିଆ ମଧ୍ୟସ୍ଥ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ସୁଯୋଗ* ଉପରେ ଆଲୋଚନା କରି ବିଶେଷଜ୍ଞ ମାନେ ନିଜ ନିଜ ମତାମତ ରଖିଥିଲେ l ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବିକାଶ କୁମାର ବୈନ ଅଧ୍ୟକ୍ଷତା କରିଥିବା ବେଳେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ମlନିତ ଅତିଥି ଭାବରେ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରବି ନାରାୟଣ ତ୍ରୀପାଠୀ, ରାୟଗଡ ଉପଜିଲ୍ଲାପାଳ ଶ୍ରୀ ଭୀମସେନ ଶବର, ନାବାର୍ଡ ସହକାରୀ ମୁଖ୍ୟ ପରିଚାଳକ ଶ୍ରୀ ସନ୍ତୋଷ କୁମାର ସାମଲ, ଉତ୍କଳ ଆଲୁମିନା ସାମାଜିକ ଦାୟିତ୍ଵ ମୁଖ୍ୟ ଡଃ ଲୋପାମୁଦ୍ରା ପ୍ରିୟଦର୍ଶୀନି, ଓସ୍ମେ ସଭାପତି କେ ନରିନ୍ କୁମୁନ୍ଦନ୍, ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଙ୍ଘର ସଭାପତି ଏ.ଗୋବିନ୍ଦ ରାଓ, ଯୋଗଦେଇ ଉପର ବର୍ଣ୍ଣିତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ସାଧାରଣ ପରିଚାଳକ ଶ୍ରୀ ବାଇନ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିଳ୍ପ ବିକାଶ ଅଧିକାରୀ ଦେବାଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

ଶିଳ୍ପ ବିକାଶ ଅଧିକାରୀ ସବ୍ୟସାଚୀ ସାହୁ ଓ ଶ୍ରୀ ଚିତ୍ତରଞ୍ଜନ ମଲ୍ଲିକ ସଭା ପରିଚାଳନା କରିଥିବା ବେଳେ ସୁନୀଲ ପଟ୍ଟନାୟକ,ସୁବ୍ରତ ପଟ୍ଟନାୟକ,ଅଂଶୁମାନ ବେହେରା, ସୈମିତ୍ର ପଟ୍ଟନାୟକ, ତ୍ରିଲୋଚନ ଦାସ,ବାସୁଦେବ ମୁଟିକା, ସୁଲେମାନ ଖାଁ,ରବି ଆଂଥୋନୀ, ହେମନ୍ତ ମାଂଡଙ୍ଗୀ, ଜିଲ୍ଲା ବିବେଶକ ସଂସ୍ଥାର ଅଧିକାରୀ ଗଣ ସୁନୀଲ ପ୍ରଧାନ, ଅମୀୟ ପ୍ରଧାନ,ଲକ୍ଷ୍ମୀ କାନ୍ତ ଜେନା ଆଦି ସଭା ପରିଚାଳନା ସହାୟତା କରିଥିଲେ l ଏହି ଆଲୋଚନା ଚକ୍ରରେ ସ୍ଥାନୀୟ ଶିଳ୍ପ ଉଦ୍ୟୋଗୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ଓ ବୈଷୟିକ ଅନୁଷ୍ଠାନ ର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟl ରେ ଯୋଗଦେଇଥିଲେ l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପ୍ରସିଦ୍ଧ ଧର୍ମପୀଠ ଖପ୍ରାଡୁଙ୍ଗୁରି କୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ପାଇଁ କେନ୍ଦ୍ର ମନ୍ତ୍ରୀ ଙ୍କ ଠାରେ ସାଂସଦ ଙ୍କ ଦାବୀ 

Sunil Chandra Nayak

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!