ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ସ୍କୁଲ ଅଭିଯାନ ବିଦ୍ୟାଳୟମାନଙ୍କରେ ମୌଳିକ ସୁବିଧା ଦେଇଛି

ମୋ ସ୍କୁଲ ଅଭିଯାନ, କଳାହାଣ୍ଡିର ଜିଲ୍ଲାସ୍ତରୀୟ ଆଲୁମିନି ମିଟ୍ ଓ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ

ଭବାନୀପାଟଣା/ଧର୍ମଗଡ: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମୋ ସ୍କୁଲ ଅଭିଯାନର ପଞ୍ଚମ ଜିଲ୍ଲାସ୍ତରୀୟ ଆଲୁମିନି ମିଟ୍ ଓ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ସାଂସଦ ପ୍ରତିନିଧି ଜଗବନ୍ଧୁ ମିଶ୍ର, ସଦର ବିଧାୟକ ପ୍ରତିନିଧି ମନୋଜ ସାହୁ, ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଶିକ୍ଷାବିତ ସୁର୍‌ଜିତ୍ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଭବାନୀପାଟଣା ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁନନ୍ଦା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ମୋ ସ୍କୁଲ ଅଭିଯାନ ବିଦ୍ୟାଳୟମାନଙ୍କରେ ମୌଳିକ ସୁବିଧା ଦେଇଛି । ଅତ୍ୟାବଶ୍ୟକ ସରଂଜାମ ଯୋଗାଇବାରେ ଏ ଯୋଜନା ସାହା ହୋଇଛି ବୋଲି ଅତିଥିମାନେ ମତ ରଖିଥିଲେ । 

ଏହି ଅବସରରେ ଜିଲ୍ଲାର ସର୍ବମୋଟ ୧୩ଟି ବ୍ଲକ୍‌ର ବିଦ୍ୟାଳୟମାନଙ୍କ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ଗୋଟିଏ ଲେଖାଏଁ ବିଦ୍ୟାଳୟକୁ “ଶ୍ରେଷ୍ଠ ମୋ ସ୍କୁଲ ବିଦ୍ୟାଳୟ” ଭାବେ ସମ୍ମାନୀତ କରାଯାଇଥିଲା । ଭବାନୀପାଟଣାର ଗଣାଧିପ ଭୋଇ ହାଇସ୍କୁଲ, ଧର୍ମଗଡ଼ର ବଗାଡ଼ ଉପ୍ରା ବିଦ୍ୟାଳୟ, ଗୋଲାମୁଣ୍ଡାର ମହାଲିଙ୍ଗ ସିପିଏସ୍‌, ଜୟପାଟଣାର ରେଙ୍ଗାଲପାଲି ହାଇସ୍କୁଲ, ଜୁନାଗଡ଼ର ଜୁନାଗଡ଼ ସରକାରୀ ହାଇସ୍କୁଲ, କଲମପୁରର ପଞ୍ଚାୟତ ହାଇସ୍କୁଲ, ହାରାମାଲ, କର୍ଲାମୁଣ୍ଡାର ସିସଖାଲ ପ୍ରାଥମିକ ବିଦ୍ୟାଳୟ, କେସିଙ୍ଗାର କେସିଙ୍ଗା ବିଦ୍ୟାପୀଠ, କୋକସରାର ସରକାରୀ ହାଇସ୍କୁଲ ଲଡ଼ୁଗାଁ , ଲାଂଜିଗଡ଼ର ସରକାରୀ ପ୍ରାଥମିକ ବିଦ୍ୟାଳୟ, ଲାଂଜିଗଡ଼, ମ.ରାମପୁରର ଦୁର୍ଗାମାଧବ ହାଇସ୍କୁଲ, ନର୍ଲାର ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼, ଥୁଆମୂଳ ରାମପୁରର ସରକାରୀ ପ୍ରାଥମିକ ବିଦ୍ୟାଳୟ, କୁମଜୋରକୁ ଅତିଥିମାନେ ସମ୍ମାନୀତ କରିଥିଲେ । ସେହିପରି ପ୍ରତି ବ୍ଲକ୍‌ରୁ ଜଣେ ଲେଖାଏଁ ଆଲୁମିନିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ହେଲେ ଭବାନୀପାଟଣାର ବିଶିଷ୍ଟ ଶିକ୍ଷାବିତ୍ ସର୍ଦ୍ଦାର ସୁରଜିତ୍ ସିଂ, ଧର୍ମଗଡ଼ର ସମ୍ବାଦିକ ହୃଷିକେଶ ମିଶ୍ର, ଗୋଲାମୁଣ୍ଡାର ସମାଜସେବୀ ନିଶିକାନ୍ତ ସାହୁ, ଜୟପାଟଣାର ବିଶିଷ୍ଟ ବ୍ୟବସାୟୀ ହରିକିଶନ ଜୈନ, ଜୁନାଗଡ଼ର ସାମ୍ବାଦିକ ସନ୍ତୋଷ ସିଂଦେଓ, କଲମପୁରର କଣ୍ଟ୍ରାକ୍ଟର ପ୍ରଦୀପ ବେହେରା, କର୍ଲାମୁଣ୍ଡାର ଅବସର ପ୍ରାପ୍ତ ଶିକ୍ଷକ ପ୍ରହଲ୍ଲାଦ ରଣା, କେସିଙ୍ଗାର ବରିଷ୍ଠ ଆଇନଜୀବୀ ଭବାନୀଶଙ୍କର ସାହୁ, କୋକସରାର କ୍ରିଷ୍ଣକୁମାରୀ ଅଗ୍ରୱାଲ, ଲାଂଜିଗଡ଼ର କଣ୍ଟ୍ରାକ୍ଟର ଶ୍ରୀବତ୍ସ ତାଣ୍ଡି, ମ.ରାମପୁରର କୃଷିଜୀବୀ ନକୁଳ ସାହୁ ନର୍ଲାର ସମାଜସେବୀ ଝଜ ସା, ଥୁଆମୂଳ ରାମପୁରର ରାଜକିଶୋର ନାଏକ ।

ପ୍ରତ୍ୟେକ ବ୍ଲକର ଷ୍ଟଲରେ ଫୋଟୋଚିତ୍ର ପ୍ରଦର୍ଶନୀ ହୋଇଥିଲା ଯାହାକି ସେମାନଙ୍କର ପାଞ୍ଚବର୍ଷର କାର୍ଯ୍ୟକ୍ରମର ରୂପରେଖ ପ୍ରଦର୍ଶନ କରିଥିଲା । ପ୍ରଦର୍ଶିତ ଷ୍ଟଲମାନଙ୍କ ମଧ୍ୟରେ ଶ୍ରେଷ୍ଠ ଷ୍ଟଲ ଭାବରେ ଗୋଲାମୁଣ୍ଡା, ଭବାନୀପାଟଣା ଓ ନର୍ଲାକୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ବି.ଇ.ଓ.ଙ୍କ ସହ ସଂପୃକ୍ତ ବ୍ଲକ୍ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସମ୍ମାନ ଗ୍ରହଣ କରିଥିଲେ ।

ଶଗଡା ହାଇସ୍କୁଲ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ବାଳଗୋପାଳ ସ୍ୱୋନିକେତନର ଅନ୍ତେବାସୀ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ, ସର୍ବେଶ୍ୱର ଭୋଇ, ନୀଳାଞ୍ଚଳ ପାନ ପ୍ରମୁଖ କଣ୍ଠ ସଂଗୀତ ଗାନକରିଥିଲାବେଳେ ନର୍ଲା ବିଇଓ ତପିମଣି ଜାନି ଧନ୍ୟବାଦ ପ୍ରଦାନ କରିଥିଲେ । ବାଳଗୋପାଳ ସେବାନିକେତନର ଅନ୍ତେବାସୀ ଘୁମୁରା ତଥା ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ବ୍ୟାଣ୍ଡ ଯୋଗେ ଅତିଥିବୃନ୍ଦଙ୍କୁ ସ୍ୱାଗତ କରିଥିଲେ । ମାଣିକେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରବି କାନୁନଗୋଙ୍କ ନେତୃତ୍ୱରେ ଏନସିସି କ୍ୟାଡେଟ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ନର୍ଲା ବ୍ଲକ୍ ର ବିଇଓ ତପୀମଣି ଜାନୀ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଦେବଦୂତ ସାଜିଲେ କିନ୍ନର ସଂଘର ରାଧିକା 

Sunil Chandra Nayak

ରାଜ୍ୟସ୍ତରୀୟ ଭୂମିଜ ପ୍ରଧାନ କାର୍ଯ୍ୟାଳୟ ଉଦଘାଟନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

masiha

ବ୍ଲକ ସ୍ତରୀୟ ବ୍ୟାଙ୍କରର୍ସ କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!