ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଗ୍ଲୋବାଲ ଆଇକୋନିକ ଆୱ।ଡ଼

ନର୍ଲା (ମନିସ) ଗ୍ଲୋବାଲ ଆଇକୋନିକ ଆୱାର୍ଡ଼ -୨୦୨୩ ଭୁବନେଶ୍ୱର ସ୍ଥିତ ହୋଟେଲ ତାଜ ଓଡିଶାରେ ଅନୁଷ୍ଠିତ ହୋଇଯାଇଛି। ମେଡିଆ ପାର୍ଟନର ଭାବରେ ୱେବ ଚେନାଲ ତଥା ସାପ୍ତାହିକ ଖବର କାଗଜ ଓଡିଶା ହାଇଲାଇଟ ସମାଚାର ମୁଖ୍ୟ ସମ୍ପାଦକ ଡୁଲାମଣି ସାହୁ,ପ୍ରଡକ୍ସନ ସମ୍ପାଦକ କେଶବ ମେହେର ,କପି ଏଡିଟର ଶ୍ରୀମତୀଏଲିନା ଘୋଷ ଗ୍ଲୋବାଲ ଆଇକୋନିକ ଆୱାର୍ଡ଼ 2023 ଗ୍ରହଣ କରିଥିଲେ। ସମାଜସେବା କ୍ଷେତ୍ରରେ ଡକ୍ଟର ମୋହନ କୁମାର ପୋଥୋଲଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ସଫଳତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଇଣ୍ଡୋନେସିଆର ଗାନ୍ଧୀ ବା ପଦ୍ମଶ୍ରୀ ଅଗଷ ଇନ୍ଦ୍ର ଉଦୟାନା ଋଷି ପୁତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ସୁରକ୍ଷା ସେନାର ମୁଖ୍ୟ ଶ୍ରୀ ଅଭିଷେକ ଯୋଶୀ, ରାଜ୍ୟ ସମାଜ ସେବା ମହାସଂଘର ସଭାପତି ନରୋତ୍ତମ ଦାସ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମଦନ ମୋହନ ଜେନା ବିଶିଷ୍ଟ ପାଲା ଗାୟକ ସମ୍ମାନ , ଫିଲ୍ମ ନିର୍ମାତା ପ୍ରିୟରଞ୍ଜନ ସାହୁ , ମହିଳା ଉଦ୍ୟୋଗୀ ଭାବେ ଡକ୍ଟର ଲିତା ମହାପାତ୍ର ,ସମାଜସେବୀ ସୁରେଶ୍ଵରୀ ସାଗରୀକା ଜେନା ,ଶିଶୁ ପ୍ରତିଭା ଭାବେ ଦେବଂଶୀ ଓ ପ୍ରିୟାନଶୁ , ଅନ୍ତର୍ଜାତୀୟ ବାସ୍ତୁବିତ ଡ଼ ମୃତ୍ୟଞ୍ଜୟ ଦାଶ ଏବଂ ୟୁଥ ଆଇକୋନ ଭାବେ ପ୍ରିୟବ୍ରତ ଦାଶଙ୍କୁ ସମ୍ମାନିତ କରାଯାଇଥିଲା ।ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମ ଗ୍ଲୋବାଲ ଆଉଟ ଲୁକ ଇଭେଣ୍ଟସ ନୂଆଦିଲ୍ଲୀ ଦ୍ୱାରା ଅନୁଷ୍ଠିତ ହୋଇଥିଲା।

ଦୀପକ କୁମାର ଠାକୁର/ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ମିଳିତ ଭାବେ ଗଣେଷ ପୂଜା ଭଷାଣ ପାଇଁ ନିଷ୍ପତି

Sunil Chandra Nayak

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ 

masiha

ବିଧାୟକ ଦୁର୍ଗା ତନ୍ତୀଙ୍କ ଅଚାନକ ତିଲିକାନଗର ଅର୍ବାନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପରିଦର୍ଶନ 

masiha

Leave a Comment

error: Content is protected !!