ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଶ୍ବଶାନ୍ତି ଯଜ୍ଞ ଓ ଅଷ୍ଟପହରୀ ନାମଯଜ୍ଞ

ମୋହନଗିରୀ:୯/୩ – (ମନିସ):- କଳାହାଣ୍ଡି,ବଲାଙ୍ଗୀର,ବୌଦ୍ଧ ଓ କନ୍ଧମାଳ ୪ ଗୋଟି ଜିଲ୍ଲାର ସୀମାନ୍ତ ବର୍ତ୍ତି ମୋହନଗିରୀ ଠାରୁ ୮ କିଲୋମିଟର ଦୂରତାରେ ଥିବା ବଲାଙ୍ଗୀର ଜିଲ୍ଲା ଗମ୍ଭାରୀ ଗୁଡା ସ୍ଥିତ ଶ୍ରୀଶ୍ରୀ ସିକେର ପାଟ ଇଷ୍ଟ ଦେବୀ ମନ୍ଦିର ପ୍ରାଙ୍ଗଣର ଇଚ୍ଛାମୟ ମଠ ବାବା ଗୋବିନ୍ଦ ଦାସ ମହାରାଜ୍ ଜୀ ଙ୍କ ଉଦ୍ଯମରେ ତଥା ଗମ୍ଭାରୀ ଗୁଡା   ପଞ୍ଚାୟତ ବାସୀଙ୍କ ସହଯୋଗରେ ବିଶ୍ବଶାନ୍ତି ଯଜ୍ଞ ଓ ଅଷ୍ଟପହରୀ ନାମଯଜ୍ଞ ଗତ ତା ୨୬/୨/୨୦୨୩ ରିଖ ଠାରୁ ତା ୭/୩/୨୦୨୩ ରିଖ ପର୍ଯ୍ୟନ୍ତ ୧୦ ବ୍ଯାପି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

  ଏହି ଯଜ୍ଞ ଉତ୍ସବରେ ଗାୟକ ତଥା ବ୍ଯାସ ବଲାଙ୍ଗୀର ଜିଲ୍ଲା ଇଶ୍ଵର ମିଶ୍ର ଓ କର୍ତ୍ତା ବିଶ୍ବଶାନ୍ତି ଯଜ୍ଞ ର ଟଙ୍କାଧର ପାତ୍ର ତାଙ୍କ ସହଧର୍ମୀଣି ଶ୍ରୀମତୀ ନୁରାପାତ୍ର ଅଷ୍ଟପହରୀ ନାମଯଜ୍ଞର ଶ୍ରୀ ଲଳିତ ସାହୁ ଓ ତାଙ୍କ ସହଧର୍ମୀଣି ଶ୍ରୀମତୀ ଟୁଲି ସାହୁ ଦାୟିତ୍ୱ ତୁଲାଇ ଥିଲେ। ଏତତ୍ ବ୍ଯତୀତ ବିଭିନ୍ନ ଆଶ୍ରମରୁ ଭକ୍ତବୃନ୍ଦ ଯୋଗଦାନ କରିଥିବା ବେଳେ ଅଞ୍ଚଳର ଶତାଧିକ ଲୋକଙ୍କ ସମାଗମ ହୋଇଥିଲା। 

ମୋହନଗିରୀ ରୁ ସୁବାସ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ବିମାନରେ ରାଧାକୃଷ୍ଣଙ୍କ ନଗର ପରିକ୍ରମା 

masiha

ଗାୟତ୍ରୀ ଚେତନା କେନ୍ଦ୍ର, ରାଇଘର ଠାରେ ଗର୍ଭ ସଂସ୍କାର ସମାପନ

masiha

ବାଲିଆପାଳ ରାଧା ମୋହନ ମନ୍ଦିରରେ ଶ୍ରୀଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ଓ ହୋଲି ଉତ୍ସବ ପାଳିତ  

Sunil Chandra Nayak

Leave a Comment

error: Content is protected !!