ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଟେନ୍ ଗ୍ରାମରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ 

ରୁପ୍ରା, ୧୦/୩ (ମ ନି ସ) : ନର୍ଲାବ୍ଲକ୍ ମୁସ୍କୁଟି ଗ୍ରାମ ପଞ୍ଚାୟତ ଅଧିନ କୁଟେନ୍ (ମଦନପୁର) ଠାରେ ଗ୍ରାମବାସୀ ଓ ବ୍ରହ୍ମଯଜ୍ଞ ପରିଚାଳନା କମିଟି ସହଯୋଗରେ ଗୁରୁବାର ଠାରୁ ୧୧ ତାରିଖ ଶନିବାର ପର୍ଯ୍ୟନ୍ତ ତିନିଦିନ ଧରି ବିଶ୍ୱଶାନ୍ତି ବ୍ରହ୍ମ ଯଜ୍ଞ ଉପଲକ୍ଷେ ଜୀବଜଗତର ମଙ୍ଗଳ କାମନା ତଥା ଅଲେଖ ମହିମା ବ୍ରହ୍ମ ନାମରେ ଘୃତାହୁତି ପ୍ରଦାନ ସହ ବିଶ୍ୱପିତା ଅଲେଖ ପ୍ରଭୁଙ୍କ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ବିଭିନ୍ନ ପ୍ରାନ୍ତରୁ ଅଲେଖ ମହିମା ଧର୍ମାବଲମ୍ବୀ ବିଗ୍ୟଁ ସନ୍ୟାସୀ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପରିଚାଳନା କମିଟି ତରଫରୁ ସୂଚନା ଦେଇଛନ୍ତି। ଏହି ଅବସରରେ ବୁଧବାର ଅଧିବାସ ଅନୁଷ୍ଠିତ ହୋଇଥିବା ବେଳେ ଗୁରୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ସେହିପରି ସନ୍ଧ୍ୟାରେ ଅଖଣ୍ଡ ଧୂନି ପ୍ରଜ୍ବଳନ ହୋଇଥିଲା। ଅଲେଖ ମହିମା ଧର୍ମାବଲମ୍ବୀ ସାଧୁବୃନ୍ଦ ଶ୍ରୀମତ୍ ଜନକ ବାବା, ଶ୍ରୀମତ୍ ଡମ୍ବରୁ ବାବା, ଶ୍ରୀମତ୍ ମଧୁ ବାବା, ଉପସଭାପତି ଶ୍ରୀମତ୍ ଧନେଶ୍ବର ବାବା, ମହେନ୍ଦ୍ର ବାବା, କୁମୁଦ କାନ୍ତ ବାବା ଓ ବୈଦ୍ୟରାଜ ପବିତ୍ର ଭକ୍ତଙ୍କ ସମେତ ଅନେକ ବାବା ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି। ଏହି ଅବସରରେ କମିଟି ତରଫରୁ ପ୍ରତ୍ୟେକ ଦିନ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନଛତ୍ର ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ  

Related posts

କୁଲଡ଼ିହା ଗ୍ରାମର ନୂତନ ଶ୍ରୀ ଶ୍ରୀ ବାବା କାଲେଶ୍ଵର ଶିବ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

masiha

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପୂର୍ଣ୍ଣାହୁତି ଦିବସରେ ମା’ଙ୍କ ସୂନାବେଶ 

ମହାସମାରୋହରେ ମାତା ପାର୍ବତୀ ଙ୍କ ସହ ଜଳେଶ୍ୱର ଦେବଙ୍କ ଦିବ୍ୟ ବିବାହ ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!