ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

ଆଦରମଣି ପ୍ରଧାନ ଙ୍କ ମିନି ଗଳ୍ପ  = ଦିଲ୍ଲୀ ଛତୁ

          = ଦିଲ୍ଲୀ ଛତୁ =

                                            ଆଦରମଣି ପ୍ରଧାନ

ଏଇ ଏଇ କିଛି ଦିନ ହେଲା ଡିସେମ୍ବର 30 ଯାଇଛି, 17 ବର୍ଷ ର ଜନ୍ମ ଦିନ ପାଳନ କରାଯାଇଛି,,, ସେ ବୋଧେ ଏବେବି ନିଜକୁ 7 ମାସ ର କି 7 ବର୍ଷ ର କୁନି ଛୁଆ ଭାବୁଚି, ବୋଉକୁ ଛାଡି ଗୋଟିଏ ଦିନ ରହିବା ତାର ଏଯାଏ ହୋଇନି,ସେଥିପାଇଁ ତ କଲେଜ ରେ ପଢିବା ପାଇଁ ବଉ ତାର ଘର ଭଡ଼ା ନେଇ ତା ପାଖରେ ରହୁଛି, ନିଜ ହାତରେ ଖାଇବା , ସେ ପୁଣି 11 ବର୍ଷ ଯାଏ ବଉ ଖୋଇ ଦେଉଥିଲା,,,ଓ ପଢିବା ଛଡା,,, ନିଜେ କିଛି ବି କରେ ନି,ସବୁବେଳେ ତାର ଖାଇବାରେ ଝମିଲା,ୟେକୁ ଖାଇବିନି ,ସେଇଟା ଖାଇବିନି,ଏମିତି କଣ କଣ,,, ହେବନି କେମିତି ଯେ,ତା ବୋଉ ବି ଝିଅ ବେଳେ ଠିକ ସେମିତି ହିଁ ଥିଲା, ଅଜାର ଭାରି ଗେଲ୍ଲୀ ଥିଲା,,ସବୁ ମାମୁଁ ,ମାଉସୀଙ୍କ ଠୁ ସେ ଥିଲା ଟିକେ ଅଲଗା ଆଉ ସ୍ୱତନ୍ତ୍ର,, ଆଉ ୟେ ତ ସେଇ ମାଆ ର ପୁଅ,,,,। ଦୀର୍ଘ 20 ବର୍ଷ ପରେ ୟେ ସେ ଘରେ ଗୋଟିଏ ଛୁଆ ବୋଲି ଭାରି ଗେଲ୍ହା,,,। କେବେ କେବେ ବୋଉକୁ ସେ ରଗଉ ଥିଲା ତ କେବେ ବଉ ପୁଅ କୁ କଣ କଣ କହି ଚିଡାଉ ଥିଲା,ସବୁଦିନ ପରି ସେଦିନ ବି ସେ କଲେଜ ଯାଇଥିଲା,ଫେରିଲେ ଖାଇବାର ଆଜି ପୁଣି ଝମିଲା କରିବ,,,ବଉ ତାର ସେଦିନ ଗୋଟେ ନୂଆ ତରକାରୀ କରିଥିଲା,,,ଆଉ ସେଇଟି ଥିଲା କଦଳୀ ଭଣ୍ଡା ର ତରକାରୀ,,, ପୁଅ କଲେଜ ରୁ ଫେରିଲା ପରେ ବୋଉ ଖାଇବାକୁ ଦେଇ କହିଲା,,,ଏଇଟି ଗୋଟେ ନୂଆ ଜିନିଷ,, ମୁଁ ତୋ ପାଇଁ ରୋଷେଇ କରିଛି,,ଆଉ ଏଇ ଟି ଦେଇଛନ୍ତି ଆମ ଘର ମାଲିକ , ମାଉସୀ,,ତାଙ୍କ ଝିଅ ଘରୁ ଆସିଥିଲା ,,,ଦିଲ୍ଲୀ ଛତୁ,,ତୁ ଖାଇ କରି ଦେଖ ,ବହୁତ ସୁନ୍ଦର ଆଉ ସ୍ୱାଦିଷ୍ଟ,, ପୁଅ ବି ଖାଇଲା, ଆଉ ଭଲ ବି ହୋଇଛି କହିଲା,ସବୁ ବି ଖାଇଦେଲା, କିଛି ଜାଣିପାରିଲା ନି ଯେ ଏଇଟି କଦଳୀ ଭଣ୍ଡାର ତରକାରୀ ବୋଲି,ସନ୍ଧ୍ୟାରେ ପଡୋଶୀ ମାଉସୀ ସହ ତା ବୋଉ କଥା ହେଇ ହସି ହସି କହିଲା,,, ମାଉସୀ ଆଜି ମୋ ପୁଅକୁ କଦଳୀ ଭଣ୍ଡାର ତରକାରୀ କୁ ମୁଁ ଦିଲ୍ଲୀଛତୁ କହି ଖୋଆଇ ଦେଇଛି,ସେ ଏଯାଏ ବି ଜାଣି ପାରିନି,,,ମାଉସୀ ପୁଅକୁ ହସି ହସି କହିଲେ,,,ଆରେ ବାଃ,,,ଖୁବ ଭଲ,,ଆଜି ଦିଲ୍ଲୀ ଛତୁ ଖାଇଛୁ,,ମାଉସୀ କଥା ଶୁଣି ପୁଅ ପୁଣି ବୋଉ ପଛରେ ଲାଗିଗଲା,,,,

   ମତୋ, ଚାନ୍ଦବାଲି, ଭଦ୍ରକ

Related posts

ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ 

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ ଗଳ୍ପ = ନିଷିଦ୍ଧ ମସ୍ତିଷ୍କ 

Sunil Chandra Nayak

ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ଇସ୍ପାତ ଏକ୍ସପ୍ରେସ୍ ସମ୍ପ୍ରସାରଣ : ପତାକା ଦେଖେଇ ଶୁଭାରମ୍ଭ କଲେ କଳାହାଣ୍ଡି ସାଂସଦ ମାଲବିକା ଦେବୀ 

Sunil Chandra Nayak

Leave a Comment

error: Content is protected !!