ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା , ପାଣି , ନାହିଁ ତ ଭୋଟ ନାହିଁ

ଉପର ଦୁଣ୍ଡାରେ ଆଜି ଦ୍ୱିତୀୟଥର ଗ୍ରାମବାସୀଙ୍କ ଭୋଟ ବର୍ଜନ।

ଜୁନାଗଡ଼-

ଗତ ୧୬ ତାରିଖରେ ଜୁନାଗଡ଼ ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଜୁନାଗଡ଼ ର ୩୯୦ ଟି ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ଦୁର୍ଗମ ଅଞ୍ଚଳ ଦୁନ୍ଦେଲମାଲ ପଞ୍ଚାୟତ ର ଉପର ଦୁଣ୍ଡା ଗ୍ରାମକୁ ଭୋଟଦାନ ନିମନ୍ତେ ପୁଲିଂ ପାର୍ଟି ଯାଇଥିଲେ । ହେଲେ ସରକାରଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଯୋଗୁଁ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ଜିଦ ଧରିଥିଲେ । ପରେ ଗ୍ରାମବାସୀ ମାନେ ପୁଲିଂ ପାର୍ଟିକୁ ଫେରେଇ ଦେଇଥିଲେ । ନିର୍ବାଚନ ସରିଲା ପରେ ପ୍ରଶାସନ ପକ୍ଷରୁ ଏକ ଟିମ ଉପର ଦୁଣ୍ଡା ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବୁଝାଇଥିଲେ ଏବଂ ଆଜି ୨୩ ତାରିଖରେ ଭୋଟ ଦେବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଉପର ଦୁଣ୍ଡା ରେ ବୁଥ ନ କରି ନିକଟସ୍ଥ ବାଙ୍କପଲାସ ପଞ୍ଚାୟତର ସାନ ଟିକ୍ରାଗୁଡା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ବୁଥ କରିଥିଲେ । ହେଲେ ନଛୋଡ଼ବନ୍ଧା ଗ୍ରାମବାସୀ ଆଜି ମଧ୍ୟ ଭୋଟ ବର୍ଜନ କରିଥିଲେ ।ସୂଚନାଯୋଗ୍ୟ ଯେ ଏଠାରେ ଗୋଟିଏ ବୁଥ ରହିଥିବାବେଳେ ୨୯୮ ଜଣ ଭୋଟର ଅଛନ୍ତି। ଜୁନାଗଡ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

Sunil Chandra Nayak

ରାଉରକେଲା – ଓଡ଼ିଆ ଭାଷା ବିକାଶ ମଞ୍ଚ ର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

Sunil Chandra Nayak

ଭର୍ଚୁଆଳ ମୋଡ ରେ କୋକସରା ବ୍ଲକର ୭ ସ୍ମାର୍ଟ ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!