ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର କୋର୍ଟରେ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଜିଲ୍ଲା ସ୍ତରୀୟ ଲୋକ ଅଦାଲତରେ ୪ ଲକ୍ଷ ଟଙ୍କା ଆଦାୟ

 ମୟୂରଭଞ୍ଜ – (ମସିହା) ରାଇରଙ୍ଗପୁର କୋର୍ଟରେ ଶନିବାର ଦିନ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।ଏହି ଲୋକ ଅଦାଲତରେ ମୋଟ ୨୦ ଟି ମାମଲା ମଧ୍ୟରୁ ଏମେସିଟି ଗୋଟିଏ ମାମଲାର ଫୈସଲା ହୋଇ ୪,୦୦,୦୦୦ ଟଙ୍କା ଆଦାୟ ପାଇଁ ସମାଧାନ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ତାଙ୍କ ସହିତ ସଵଜଜ୍ ସ୍ମୃତିସ୍ନିଗ୍ଧା ଦାସ,ଏସଡିଜିଏମ ସିର୍ଦାର୍ଥ ଶଙ୍କର ସେନାପତି, ଜେଏମଏଫସି ଅଭିଷେକ ପୋଥାଳ ଉପସ୍ଥିତ ରହି ମାମଲା ଗୁଡ଼ିକର ଶୁଣାଣି କରିଥିଲେ । କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡୀଙ୍କ ସମେତ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗୋପୁବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ 

ଜନ ସମ୍ପର୍କ ଯାତ୍ରା ଜରିଆରେ ଗାଁ ର ସମସ୍ୟା, ଲୋକଙ୍କ ସମସ୍ୟା ଶୁଣିଲେ ଧର୍ମଗଡ ବିଧାୟକ

Sunil Chandra Nayak

ନବରଙ୍ଗପୁର ପୌର କାର୍ଯ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!