ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

ବନ୍ଧୁଗାଁ ତା ୧୫/୩/୨୩ ଆଜି ବନ୍ଧୁଗାଁ ବ୍ଲକର ସାନସରପଲ୍ଲୀ ମୁଖ୍ୟ ଛକ ଠାରେ ଡ୍ରାଇଭର ସଂଘ ର ଶତାଧିକ ଡ୍ରାଇଭର ଏକତ୍ରିତ ହୋଇ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ କରିଛନ୍ତି । ଏହା ଦ୍ୱାରା ବହୁ ସଂଖ୍ୟକ ଯାନ ବାହନ ଅଟକି ଯାଇଥିଲା । ଡ୍ରାଇଭର ସଂଘ ସଭାପତି ଲକ୍ଷ୍ମୀକାନ୍ତ ମାଝୀ, ଉପ ସଭାପତି ସନ୍ତୋଷ ନାଗ ଓ କୋଷାଧ୍ୟକ ପ୍ରିୟରଞ୍ଜନ ରାୟ ବନ୍ଧୁଗାଁ ବ୍ଲକରେ ଥିବା ୨୦୦ ଶହ ରୁ ଉର୍ଦ୍ଧ ଡ୍ରାଇଭର ଙ୍କ ଉପସ୍ଥିତିରେ ନିଜର ୧୦ ଦଫା ଯଥା (୧). ଡ୍ରାଇଭର କୌଣସି କାରଣରୁ ଦୁର୍ଘଟଣା ହୋଇ ପ୍ରାଣ ହରାଇଲେ ୨୦ ଲକ୍ଷ, ଅର୍କମନ୍ୟ ଙ୍କୁ ୧୦ ଲକ୍ଷ ଓ ଚିକିତ୍ସା ପାଇଁ ୫ ଲକ୍ଷ ପ୍ରଦାନ (୨). ଡ୍ରାଇଭରଙ୍କୁ ୫୫ ବର୍ଷ ହେବା ପରେ ପେନସନ ଦେବା (୩). ବିଭିନ୍ନ ଦୁର୍ଘଟଣାରେ ଡ୍ରାଇଭରଙ୍କୁ ଆକ୍ରମଣକୁ ରୋକିବା ପାଇଁ ସ୍ବତନ୍ତ୍ର ଆଇନ୍ ଆଣନ୍ତୁ (୪) ବିଭିନ୍ନ ସ୍ଥାନରେ ଡ଼୍ରାଇଭର ୧୦୦ କିମି ଯାତ୍ରା ପରେ ବିଶ୍ରାମଗାର , ରାଜରାସ୍ତାରେ ଗାଡ଼ି ପାର୍କିଂ ବ୍ୟବସ୍ଥା ଓ ଶୌଚାଳୟ ବ୍ୟବସ୍ଥା (୫). ବେଆଇନ ଭାବେ ସରକାରୀ କର୍ମଚାରୀ ରାଜରାସ୍ତା ଠାରେ ଡ଼୍ରାଇଭର ଙ୍କୁ ହଇରାଣ କରାଯାଉଛି ସେଥିପାଇଁ ସ୍ଵତନ୍ତ୍ର ଆଇନ୍ (୬). ସମସ୍ତ ଡ଼୍ରାଇଭର ଙ୍କୁ ରାଜ୍ୟର ଆବାସ ଯୋଜନାରେ ସାମିଲ କରି ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଦିଅନ୍ତୁ (୭). ଡ଼୍ରାଇଭରଙ୍କ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ପାଇବାପାଇଁ ବ୍ୟବସ୍ଥା କରନ୍ତୁ (୮). ଡ଼୍ରାଇଭରଙ୍କ ଡ୍ରାଇବିଂ ପ୍ରମାଣ ପତ୍ର କରିବାକୁ ଟଙ୍କା ୧୫ ହଜାର ଦେୟ କୁ କମ୍ କରାଯାଉ (୯). ଡ୍ରାଇଭର ଙ୍କୁ ଦୂତୀଅ ସୈନିକ ମାନ୍ୟତା ପ୍ରଦାନ (୧୦). ସମସ୍ତ ଡ୍ରାଇଭରଙ୍କୁ ସମସ୍ତ ସ୍ଥାନରେ ସମତୁଲ୍ୟ ନ କରି ଏକା ଭାବରେ ସମ୍ମାନ ଦିଆଯାଉ I ଦାବିକୁ ରାଜ୍ୟ ସରକାର ମାନିବାକୁ ସ୍ଲୋଗାନ ଦେବା ସହିତ ଟେଣ୍ଟ ତଳେ ବସି ଯାନ ବାହନ ଅଟକାଇ ଥିଲେ । ପୋଲିସ୍ ଥାନାରୁ ଏସ ଆଇ ବିଜୟ ମୂରୂମୁ ଓ ଏ ଏସ ଆଇ ବି ଟି ସାଧୁ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ଅଟକ ରଖି ଥିବା ଯାନ ବାହନ ଗୁଡିକୁ ଛାଡି ଥିଲେ । ଫଳରେ ଅଞ୍ଚଳର ଥିବା ଯାତ୍ରୀ ମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ଏହି ଦାବିକୁ ରାଜ୍ଯ ସରକାର ଯଥା ଶୀଘ୍ର ମାନି ନେବା ପାଇଁ ସମର୍ଥନ ଜଣାଇ ଡ୍ରାଇଭର ସଂଘ ର ବରିଷ୍ଟ ଡ୍ରାଇଭର ଜି ସାଇ ରାଜୁ, ଶରତ ପାଣି, ଜି ରଜନୀ କାନ୍ତ, କେ ଗୌରୀ ଓ କେଶବ ଖୋସଲା ଉପସ୍ଥିତ ଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଘାଟିତ

Sunil Chandra Nayak

ସମ୍ବାଦ ଆମ ଓଡ଼ିଶାର ବାର୍ଷିକ ପ୍ରତିଯୋଗିତା 

Sunil Chandra Nayak

ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର : ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ବରିଷ୍ଠ ନାଗରିକ ବୁଲେଇ ବେହେରା

Leave a Comment

error: Content is protected !!