ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତିପୂର୍ଣ୍ଣ ଭାବେ ଡ୍ରାଇଭର ମହାସଂଘ ର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଚନ୍ଦାହାଣ୍ଡି,15/3 (ମନି ସ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ବୁଧବାର ଠାରୁ ସମଗ୍ର ଓଡ଼ିଶାରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦେଇଛି |ଏହାକୁ ସମର୍ଥନ କରି ଚନ୍ଦାହାଣ୍ଡି ଡ୍ରାଇଭର ସଂଘ ମଧ୍ୟ ଦଶଦଫା ଦାବି ନେଇ ବୁଧବାର ଠାରୁ ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଡ୍ରାଇଭର ମାନେ ନିଜ ହକ ନିମନ୍ତେ ଧାରଣାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି,ଏବଂ ଦାବି ପୂରଣ ନ ହେଵା ପର୍ଯ୍ୟନ୍ତ ଧାରଣା ରେ ବସିବୁ ବୋଲି ଡ୍ରାଇଭର ସଙ୍ଘ ସଭାପତି ହେମନ୍ତ ସିହ୍ନl ସୂଚନା ଦେଇଛନ୍ତି | ଅନ୍ୟପଟେ ସହରରେ ଅଖ ଚକ ବନ୍ଦ ରହିଥିବା ବେଳେ ଲୋକେ ନାହିଁ ନ ଥିବା ହୋଇରାଣ ହେଉଛନ୍ତି |କିନ୍ତୁ ଜରୁରୀ କାଳୀନ ସେବା, ଆମ୍ବୁଲେନ୍ସ ସେବା, ଅଗ୍ନିଶମ ବାହିନୀ ସେବା, ଗଣମାଧ୍ୟମ ଓ ପ୍ରଶାସନ ଗମନା ଗମନ ଅବ୍ୟାହତ ଗାଡି ଚଳା ଚଳ ହେଉଥିବା ବେଳେ ଅଟୋ, କାର୍ ଚଳାଚଳ ବନ୍ଦ ହୋଇଥିଲା |ଏହାକୁ ତୃଣ ମୂଳ ସ୍ତରରେ ପ୍ରତ୍ୟେକ ଡ୍ରାଇଭର ଙ୍କୁ ଏକତ୍ରିତ ହୋଇ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସମସ୍ତ ଡ୍ରାଇଭରଙ୍କୁ ଆହ୍ୱାନ ଦିଆଯାଇଛି |ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ଶଙ୍କର ଚୌହାନ, ସମ୍ପାଦକ ପ୍ରେମସିଂ ଝାଙ୍କର, ସହ ସମ୍ପାଦକ ରାଜୁ ଡ଼ଙ୍ଗରି, ରାଜ୍ୟପାଳ ପୂଜାରୀ, ରତନ ଜଗତ, ଭଗବାନ ପାଣିଗ୍ରାହୀ, ଜିତେନ୍ଦ୍ର ଚୌହାନ, ଟୁକୁ ପଟ୍ଟନାୟକ ପ୍ରମୁଖ ଙ୍କ ସହ ଶତାଧିକ ଡ୍ରାଇଭର ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମଧୂର୍ଜୟ ଲୀଳା ଓ ପୂର୍ଣ୍ଣ ରାହାସ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ସମକାଳୀନ ସାଧାରଣ ନିର୍ବାଚନ,୨୦୨୪ ରାୟଗଡ ଜିଲ୍ଲାରେ   ନିର୍ବାଚନ ପ୍ରସ୍ତୁତି 

masiha

ଅନ୍ୟ ଜିଲ୍ଲାର କିନ୍ନରଙ୍କ ନବରଙ୍ଗପୁର ଜିଲ୍ଲାରେ ପ୍ରବେଶ ନେଇ ମନ୍ତ୍ରୀଙ୍କ ସହ ଆଲୋଚନା

masiha

Leave a Comment

error: Content is protected !!