ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିମା ପଞ୍ଚାୟତ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ଜନ ପ୍ରତିନିଧି

କୋକସରା,୧୫/୩ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ଯ୍ୟରେ ଯୋଗ ଦେଉନାହାନ୍ତି କି ପଞ୍ଚାୟତର ଦୁଆର ମୁହଁ ମାଡୁ ନାହାନ୍ତି। ଅନେକ ଥର ମହିମା ସରପଞ୍ଚ ଓ ସମିତି ସଭ୍ୟ ଏନେଇ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସୋମବାର କୋକସରା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପଞ୍ଚାୟତରେ ନୂତନ ପିଇଓ ଦେବାକୁ ମହିମା ସରପଞ୍ଚ ଇଶ ରାମ କୋଲଥିଆ ଓ ସମିତି ସଭ୍ୟ ଘନଶ୍ୟାମ ନାଏକ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ କୋକସରା ବ୍ଲକର ମହିମା ପଞ୍ଚାୟତରେ ଗତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମାନ ଗୋବିନ୍ଦ ଦଳେଇ ଯୋଗ ଦେଇଥିଲେ । ହେଲେ ଯୋଗଦେବା ପରେ ସେ ଆଉ ପଞ୍ଚାୟତକୁ ଆସୁ ନାହାଁନ୍ତି । ଫଳରେ ଆଜିକୁ ୪ ମାସରୁ ଉର୍ଦ୍ଧ ସମୟ ହେବ ବିନା ଛୁଟିରେ ଅଧିକାରୀ ଅନୁପସ୍ଥିତ ରହିଛନ୍ତି ଫଳରେ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପରେ ଜିଲ୍ଲାପାଳ ପି.ଅନ୍ୱେଷା ରେଡି କୋକସରା ବିଡ଼ିଓ ଦେବବ୍ରତ କରାଟିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାସହ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

ମସିହା ନିଉଜ ସର୍ଭିସ୍ 

Related posts

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

Sunil Chandra Nayak

ଜନହିତ ଯୁବକ ସଙ୍ଘ ବାଲେଶ୍ୱର ଓଡିଶା ତରଫରୁ ଖଇରା ବ୍ଲକ ପରିସରରେ ବୃକ୍ଷରୋପଣ

Sunil Chandra Nayak

ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

Leave a Comment

error: Content is protected !!