ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗାନ୍ଧିଜୀଙ୍କ ଇପସିତ ଭାରତ

ଗାନ୍ଧିଜୀଙ୍କ ଇପସିତ ଭାରତ

ଗାନ୍ଧୀ ହେ! ତୁମେ ଫେରିଆସ ଫେରିଆସ 
ଦେଖିଯାଅ ବାରେ ନେତ୍ରେ,
କି ଥିଲା ଭାରତ କି ହୋଇଛି ଆଜ
ଜ୍ଵାଳା ତ ଲିଭୁନି ଗାତ୍ରେ।।
ତୁମେ ସତ୍ୟର ଗାଥା ଗାଉଥିଲ 
ପୁଣି ଗୀତାର ବାଣୀକୁ କହୁଥିଲ,
ସତ୍ୟ ଅହିଂସାକୁ ଅସ୍ତ୍ର କରି ତୁମେ
ଦୁର୍ଦ୍ଧଷ ଜାତିକୁ ତଡି ଦେଲ।।
ଇରମ ମାଟିବି ଗାଏ ଗାଥା ଏବେ
ଲୁଣ ମରା କାମ କରିଥିଲ ,
ସାହସିକତାର ମଶାଲ ଜଳାଇ 
ଆଶାର ଆଲୋକ ଦେଖାଇଲ।।
ଚରଖାରେ ସୂତା କାଟୁଥିଲ ,
ଖଦଡ଼ ପିନ୍ଧାକୁ ଶିଖାଇଲ,
ସାବରବତୀର ଆଶ୍ରମରେ ତୁମେ
ସାଧନାର ମଞ୍ଜି ବୁଣି ଦେଲ।।
ମହାପୁରଷଙ୍କ ତପୋଭୂମି ଆଜି
ମଦର ବନ୍ୟାରେ ଖେଳେ ହୋରି
ମାନବିକତା ତ ଯାଇଛି ପାଶରୁ,
ସ୍ବାର୍ଥପର ପଣ ଗଲା ଘାରି।।
ତୁମ ସପନ ହଜିଛି ଆଜ
କେତେ ଆଶା ନେଇ ଦେଖୁଥିଲ ତୁମେ
ଗଢ଼ିବାକୁ ରାମରାଜ୍ୟ।।
ସ୍ବପ୍ନ ଭାଙ୍ଗିଯାଏ, ବୁକୁ ଫାଟିଯାଏ,
ଦେଖି ଏ ନଗ୍ନ ଚିତ୍ର,
କାଳର କରାଳ ବିଭୀଷିକା ତଳେ,
ଲୋଟୁଛି ଭାରତ ଗାତ୍ର।।
ପବିତ୍ରତା ଆଜି ପାଲଟିଛି ସ୍ବପ୍ନ , ଧୂଳିକଣା ଅପବିତ୍ର।
ଏଇ ମହାନ୍ ଦେଶର ନାୟକ,
ସ୍ମୃତି ହୋଇ ତୁମେ ରହିଯାଅ ପଛେ
ଅନ୍ଧାରରେ ହୁଅ ଆଲୋକ।।
ପଦଧୂଳି ତୁମ ପାଇବା ପାଇଁକି
ନତକରୁ ଆମ ମସ୍ତକ।।

    ଚିତ୍ରା ରାଣୀ ପାତ୍ର

   

     ବାଲେଶ୍ଵର

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା // ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା // ମଧୁ ରାତି

Sunil Chandra Nayak

ଲକ୍ଷ୍ମୀ ବଗର୍ତ୍ତୀ ଙ୍କ କବିତା = କୃଷ୍ଣ ଚୁଡ଼ା

Leave a Comment

error: Content is protected !!