ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଗାନ୍ଧିଜୀଙ୍କ ଇପସିତ ଭାରତ

ଗାନ୍ଧିଜୀଙ୍କ ଇପସିତ ଭାରତ

ଗାନ୍ଧୀ ହେ! ତୁମେ ଫେରିଆସ ଫେରିଆସ 
ଦେଖିଯାଅ ବାରେ ନେତ୍ରେ,
କି ଥିଲା ଭାରତ କି ହୋଇଛି ଆଜ
ଜ୍ଵାଳା ତ ଲିଭୁନି ଗାତ୍ରେ।।
ତୁମେ ସତ୍ୟର ଗାଥା ଗାଉଥିଲ 
ପୁଣି ଗୀତାର ବାଣୀକୁ କହୁଥିଲ,
ସତ୍ୟ ଅହିଂସାକୁ ଅସ୍ତ୍ର କରି ତୁମେ
ଦୁର୍ଦ୍ଧଷ ଜାତିକୁ ତଡି ଦେଲ।।
ଇରମ ମାଟିବି ଗାଏ ଗାଥା ଏବେ
ଲୁଣ ମରା କାମ କରିଥିଲ ,
ସାହସିକତାର ମଶାଲ ଜଳାଇ 
ଆଶାର ଆଲୋକ ଦେଖାଇଲ।।
ଚରଖାରେ ସୂତା କାଟୁଥିଲ ,
ଖଦଡ଼ ପିନ୍ଧାକୁ ଶିଖାଇଲ,
ସାବରବତୀର ଆଶ୍ରମରେ ତୁମେ
ସାଧନାର ମଞ୍ଜି ବୁଣି ଦେଲ।।
ମହାପୁରଷଙ୍କ ତପୋଭୂମି ଆଜି
ମଦର ବନ୍ୟାରେ ଖେଳେ ହୋରି
ମାନବିକତା ତ ଯାଇଛି ପାଶରୁ,
ସ୍ବାର୍ଥପର ପଣ ଗଲା ଘାରି।।
ତୁମ ସପନ ହଜିଛି ଆଜ
କେତେ ଆଶା ନେଇ ଦେଖୁଥିଲ ତୁମେ
ଗଢ଼ିବାକୁ ରାମରାଜ୍ୟ।।
ସ୍ବପ୍ନ ଭାଙ୍ଗିଯାଏ, ବୁକୁ ଫାଟିଯାଏ,
ଦେଖି ଏ ନଗ୍ନ ଚିତ୍ର,
କାଳର କରାଳ ବିଭୀଷିକା ତଳେ,
ଲୋଟୁଛି ଭାରତ ଗାତ୍ର।।
ପବିତ୍ରତା ଆଜି ପାଲଟିଛି ସ୍ବପ୍ନ , ଧୂଳିକଣା ଅପବିତ୍ର।
ଏଇ ମହାନ୍ ଦେଶର ନାୟକ,
ସ୍ମୃତି ହୋଇ ତୁମେ ରହିଯାଅ ପଛେ
ଅନ୍ଧାରରେ ହୁଅ ଆଲୋକ।।
ପଦଧୂଳି ତୁମ ପାଇବା ପାଇଁକି
ନତକରୁ ଆମ ମସ୍ତକ।।

    ଚିତ୍ରା ରାଣୀ ପାତ୍ର

   

     ବାଲେଶ୍ଵର

Related posts

ରାକେଶ ସାହୁଙ୍କ କବିତା // “ଆଜି ଜାଗର”  

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ll ଜଣାଣ l l

Sunil Chandra Nayak

ରଙ୍କନିଧି ସେଠୀ ଙ୍କ କବିତା // ଓମ୍ ନମଃ ଶିବାୟ

Sunil Chandra Nayak

Leave a Comment

error: Content is protected !!