ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବିତୀୟ ଦିନରେ ପହଁଚିଲା ଡ୍ରାଇଭର ମହାସଂଘର ଧର୍ମଘଟ: ଅତ୍ୟାବଶ୍ୟକ ସାମଗ୍ରୀ ଚିନ୍ତାରେ ଖାଉଟି, ଯାତ୍ରୀ ହନ୍ତସନ୍ତ 

ବାଲିଗୁଡ଼ା:16/03.(ମନିସ): ଡ୍ରାଇଭର ଏକତା ମହାମଞ୍ଚ ଆନୁକୁଲ୍ୟରେ ମାର୍ଚ୍ଚ ୧୫ ତାରିଖରୁ ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଓଡ଼ିଶା ଡ୍ରାଇଭର ମହାସଂଘ । ଗୁରୁବାର ଧର୍ମଘଟ ଦ୍ବିତୀୟ ଦିନରେ ପହଁଚିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରେ ବୁଧବାର ଠାରୁ ସମସ୍ତ ଘରୋଇ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ଥିବାବେଳେ ଗୁରୁବାର ସରକାରୀ ବସକୁ ମଧ୍ୟ ଡ୍ରାଇଭର ସଂଘର ସଦସ୍ୟ ମାନେ ଅଟକାଇଥିବା ଦେଖିବାକୁ ମିଳିଛି । ଫଳରେ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଦୂରଦୂରାନ୍ତରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀ ତଥା ବିଭିନ୍ନ କାର୍ଯ୍ୟରେ ଆସିଥିବା ଜନସାଧାରଣ କିଭଳି ଘରକୁ ଫେରିବେ ସେନେଇ ଚିନ୍ତାରେ ଥିବା ଜଣାପଡ଼ିଛି । ସେପଟେ ବିଭିନ୍ନ ସ୍ଥାନରେ ମାଲବାହୀ ଟ୍ରକ୍ ଗୁଡ଼ିକ ଅଟକି ରହିଥିବା ମଧ୍ୟ ଦେଖିବାକୁ ମିଳୁଛି । ଟାଙ୍କିରେ ସରିଲାଣି ତେଲ । ପେଟ୍ରୋଲ ପମ୍ପ କୁ ପହଁଚି ପାରୁନି ପେଟ୍ରୋଲ ଓ ଡିଜେଲ୍ ଗାଡ଼ି । ଫଳରେ ଦୁଇ ଚକିଆ ଓ ଚାରିକିଆ ଗାଡ଼ିକୁ ଆବଶ୍ୟକ ଅନୁଯାୟୀ ପେଟ୍ରୋଲ ଓ ଡିଜେଲ୍ ମିଳିପାରୁ ନ ଥିବା ଦେଖିବାକୁ ମିଳିଛି । ସେପଟେ ପନିପରିବା ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଁଚି ପାରୁନଥିବାରୁ ଖାଉଟି ଏବେ ଚିନ୍ତାରେ ଥିବା ଜଣାପଡ଼ିଛି । ଡ୍ରାଇଭର ମାନଙ୍କର ଏହି ଆନ୍ଦୋଳନ ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

ଜନପ୍ରତିନିଧିଙ୍କ ସହିତ ବିଡ଼ିଓ ଆଲୋଚନା କଲେ ସମାଧାନ ବାଟ ଫିଟିଲା /ବିଜାତଳା ବ୍ଲକ ର ତାଲା ଖୋଲା ଗଲା /ପାଣ୍ଠି ଭାଗବଣ୍ଟା ର ସମାଧାନ ପରେ ଖୋଲା ଗଲା ତାଲା 

Sunil Chandra Nayak

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

Sunil Chandra Nayak

ରାମଜୀପୁଟ ବସୁଧା ଯୋଜନାର ପିଇବା ପାଣି ଯୋଗାଣ ସଂପୂର୍ଣ୍ଣ ଠପ୍ ଯୋଗୁଁ ଉତ୍କ୍ଷିପ୍ତ ଗ୍ରାମବାସୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ବ୍ଲକ ଅଧ୍ୟକ୍ଷାଙ୍କୁ ରଖିଲେ  ଅଟକ, ଅତି ଶୀଘ୍ର ସମାଧାନ କରିବା ପ୍ରତିଶ୍ରୁତି ପରେ ଦୁଇ ଜଣଙ୍କୁ ଛାଡିଲେ 

Sunil Chandra Nayak

Leave a Comment

error: Content is protected !!