ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ଡ୍ରାଇଭର  ମହାସଂଘ ର ଷ୍ଟେରିଂ ଛାଡ଼  ଆନ୍ଦୋଳନ  ଦ୍ବିତୀୟ ଦିବସ  ପ୍ରଭାବ  : ଆନ୍ଦୋଳନକାରୀ ଙ୍କ ସପକ୍ଷରେ  କଂଗ୍ରେସ

ତେନ୍ତୁଳିଖୁଣ୍ଟି -୧୬/୦୩/୨୩ ତେନ୍ତୁଳିଖୁଣ୍ଟି ବ୍ଲକର କ୍ରୁମାକୋଟ ଛକ ଠାରେ ଆଜି ଦ୍ବିତୀୟ ଦିନ ରେ ବି ତେନ୍ତୁଳିଖୁଣ୍ଟି ଡ୍ରାଇଭର ଏକତା ମହାମଞ୍ଚ ତରଫରୁ ୧୦ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି।ଏହି ଆନ୍ଦୋଳନରେ ତେନ୍ତୁଳିଖୁଣ୍ଟି ବ୍ଲକ ର ପ୍ରାୟ 200 ଡ୍ରାଇଭର ଏକତ୍ରିତ ହୋଇ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ  ଆନ୍ଦୋଳନ ଚାଲୁ ରହିବ ବୋଲି  ସଂଘର ସଭାପତି ଦିବାକର ହିଆଲ କହିଛନ୍ତି ।ଏହି ପରିପ୍ରେକ୍ଷରେ କୁର୍ମାର୍କୋଟ ଛକ ଠାରେ ତେନ୍ତୁଳିଖୁଣ୍ଟି କଂଗ୍ରେସ ପିସିସି ସଭ୍ୟ ଦିଲିପ ପ୍ରଧାନୀ, ଭିମ ପାଣିଗ୍ରାହୀ, କଂଗ୍ରେସ ର ବ୍ଳକ ସଭାପତି ପ୍ରହ୍ଲାଦ ହିଆଲ, ସୁନିଲ ସିଂହ  ଧାରଣା ସ୍ଥଳ କୁ ଆସି ସମର୍ଥନ କରିଛନ୍ତି। ତେନ୍ତୁଳିଖୁଣ୍ଟି,ଇନ୍ଦ୍ରାବତୀ,  ସମେତ ଆଖପାଖ ଅଞ୍ଚଳର ପ୍ରାୟ  ଦୁଇଶହ ରୁ ଅଧିକ ଡ୍ରାଇଭର  ନିଜ ନିଜ ୟୁନିଫର୍ମରେ ଓ ବ୍ୟାଚ ଲଗାଇ ଆନ୍ଦୋଳନରେ ଯୋଗ ଦେଇଛନ୍ତି।ଆମ୍ବୁଲାନ୍ସ ,ପୋଲିସ , ପ୍ରଶାସନ ଏବଂ ବ୍ୟକ୍ତିଗତ,ସ୍କୁଲ ପିଲାଙ୍କ ଗାଡି କୁ ଛାଡି ଅନ୍ୟ କୌଣସି ଗାଡିକୁ ନଛାଡିବାକୁ ନିଷ୍ପତ୍ତି  ନେଇଥିବା କହିଛନ୍ତି । ଏହି ଆନ୍ଦୋଳନରେ ସଭାପତି ଦିବାକର ହିଆଲଙ୍କ ସମେତ ଉପସଭାପତି ବିପିନ ବିହାରି ଟାକ୍ରୀ ସମ୍ପାଦକ ବିମଳ ପ୍ରକାଶ ବାଘ, ସମ୍ପାଦକ ନରେନ୍ଦ୍ର ଜାନୀ କୋଶାଧନ୍ଧ ଯୋଗେନ୍ଦ୍ର କଚିିମଙ୍କ ସମେତ ବ୍ଳକର ସମସ୍ତ  ଯୋଗ ଦେଇଛନ୍ତି।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ୭୦ ତମ ପ୍ରତିଷ୍ଠା ଦିବସ ପାଳନ 

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଧର୍ମଗଡ଼ ମହିଳା କଲେଜରେ ସାଇବର ଆଇନ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!