ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା     

ନବରଙ୍ଗପୁର(ମସିହା) ନବରଙ୍ଗପୁର ଗାନ୍ଧୀନଗର ଠାରେ ଥିବା ତ୍ରିନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏଥିରେ ପ୍ରାୟ ୪୦୦ ରୁ ୫୦୦ ଜଣ ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।ଏହି ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ସଂକ୍ରାନ୍ତିରେ ଶ୍ରଦ୍ଧାଳୁଙ୍କୁ ବିନା ମୂଲ୍ୟ ରେ ପ୍ରସାଦ ଦିଆଯାଇଥାଏ । ଏହି ପ୍ରସାଦ ପାଇଁ ହୋଇଥିବା ଖର୍ଚ୍ଚ ଯେ କୌଣସି ଭକ୍ତ କିଛି ନା କିଛି ଦାନ ଦେଇଥାନ୍ତି । କିନ୍ତୁ ଆଜିର ଏହି ସଂକ୍ରାନ୍ତିରେ ନବରଙ୍ଗପୁର ବାରିକ ସଂଘର ବିଶିଷ୍ଟ ସମାଜ ସେବି ସଭାପତି ଏନ଼ ଗଣେଶ ସମସ୍ତ ଖର୍ଚ୍ଚ ବହନ କରି ଅନ୍ନ ପ୍ରସାଦ ବ୍ୟବସ୍ଥା କରିଥିଲେ।ଏଥି ସହ ତ୍ରିନାଥ ମନ୍ଦିର କମିଟିକୁ ଏକ ଟେଣ୍ଟ ସେଟ୍ ମଧ୍ୟ ଦେଇଥିଲେ । ଆଜିର ଏହି ଅନ୍ନ ପ୍ରସାଦକୁ ଭକ୍ତମାନେ ବହୁ ଶ୍ରଦ୍ଧା ପୂର୍ବକ ଭୋଜନ କରିଥିଲେ ।ତ୍ରିନାଥ ମନ୍ଦିର କମିଟି ସୁଷର ସାମଲ, ପ୍ରଶାନ୍ତ ପାତ୍ର, ଭଗବାନ ପାତ୍ର, ବିନାୟକ ଜେନା, ଲମ୍ବାଧର ସାମଲ,ରିଙ୍କୁ ଜେନା, ଲିଙ୍ଗରାଜ ବେହେରା,ଗାନ୍ଧୀ ନଗର ତ୍ରିନାଥ ପୂଜା କମିଟି ର ସମସ୍ତ କର୍ମ କର୍ତ୍ତା ସହଯୋଗ ରେ ଏହି କାର୍ଯ୍ୟକ୍ରମ କରାଯାଇଛି। ବିଶିଷ୍ଟ ସମାଜ ସେବୀ ଏନ୍ ଗଣେଶ ଏହା ପୂର୍ବରୁ କିନ୍ନର ସଙ୍ଘ ଏବଂ ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ଏବଂ ଗରିବ,ଦୁଃଖୀ ରୁଙ୍କି, ଏବଂ ବିଭାହ,ବ୍ରତ ପାଇଁ ସାହାଯ୍ୟ କରି ଆସୁଛନ୍ତି। ଏନ୍ ଗଣେଶ ଙ୍କର ଏହିପରି ସମାଜସେବା କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି !  

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଟ୍ରାଫିକ ବିଭାଗ କୋଅପରେଟିଭ ରେ ଅନିୟମିତା ଅଭିଯୋଗ

Sunil Chandra Nayak

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ 

Sunil Chandra Nayak

ସ୍ବାତୀନକ୍ଷତ୍ରର ଝିଅ ର ଉନ୍ମୋଚନ ଆସନ୍ତା ୧ ରେ…,.

masiha

Leave a Comment

error: Content is protected !!