ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ସଭା ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା, 17/03.(ମନିସ): ଜଙ୍ଗଲ ର ନିଆଁକୁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଗୀତ ପଥପ୍ରାନ୍ତ ନାଟକ ସଭା ସମିତି ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବନାଗ୍ନୀ ରୋକିବା କୁ ଖରା ଦିନ ପୂର୍ଵରୁ ସଜାଗ ହେଉଛି ବନ ବିଭାଗ lବାଲିଗୁଡା ବନଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବନାଞ୍ଚଳ ଅଧିକାରୀ ପ୍ରଦୀପ ବେହେରା ବନପାଳ ସୁଶାନ୍ତ କୁମାର ବୈଶାଖୀ, ଧରମପୁର ସେକ୍ସନ ର ବନପାଳ ସନ୍ତୋଷ କୁମାର ସେନାପତି, ବନପାଳ ଦାଶରଥି ପଣ୍ଡା, ସନ୍ତୋଷ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାରଙ୍ଗଡ଼ ଗ୍ରାମ ପଞ୍ଚାୟତ ପରିସର ମଧ୍ୟରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହେବା ସହିତ ସାରଙ୍ଗଡ଼ ଏବଂ ଧରମପୁର ସେକ୍ସନରେ ପୋଡୁଚାଷ ରୁ ନିବୃତ ରହିବା, ବେଆଇନ ଶିକାର ଏବଂ ମହୁଲ ସଂଗ୍ରହ ସମୟରେ ଗଛତଳେ ନିଆଁ ନଲଗାଇ ସଠିକ ଉପାୟରେ ମହୁଲ ଫୁଲ ସଂଗ୍ରହ ଏବଂ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ନିମନ୍ତେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ କ.ନୂଆଗାଁ ବ୍ଲକ ଅଧକ୍ଷା ଶ୍ରୀମତୀ ସୁଲୋଚନା ଦଳବେହେରା, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର, ଜ଼ିଲ୍ଲା ପରିଷଦ ଅଧକ୍ଷା ଅନିତା ମଳିକ, ସାରଙ୍ଗଡ଼ ସରପଞ୍ଚ ବରୁଣ କହଁର, ସମିତି ସଭ୍ୟ ଲିନା ପ୍ରଧାନ, ବଣ୍ଡଗୁଡ଼ା ସରପଞ୍ଚ ସଞ୍ଜୟ ପ୍ରଧାନ,ସାଂସଦ ପ୍ରତିନିଧି ସହଦେଵ ପାତ୍ର ଙ୍କ ସମେତ ବ୍ଲକ ର ସମସ୍ତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ l ଲୋକ ପ୍ରତିନିଧି ଉପସ୍ଥିତ ରହି ଜଙ୍ଗଲ କୁ କିଭଳି ନିଆଁ ଦାଉରୁ ରକ୍ଷାକରି ଗ୍ରାମ୍ୟ ଜଙ୍ଗଲ କୁ ସୁରକ୍ଷା ଦେବା ପାଇଁ ସମୂହ ଶପଥ ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବନରକ୍ଷୀ ଅଜିତ ଦିଗାଳ, ବନିତା ପାଣ୍ଡେ, ସୁଜତି ଦିଗାଳ, ରୂପଶ୍ରୀ ଦିଗାଳ ପ୍ରମୁଖ ଉପସ୍ଥିତ ଥିଲେ l ସାରଙ୍ଗଡ଼ ଗ୍ରାମ ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନିଲ କୁମାର ପଟ୍ଟନାୟକ ଙ୍କ ସମେତ ସମସ୍ତ ଫାୟାର ସ୍କାର୍ଡ ସହଯୋଗ କରିଥିଲେ l ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କ ନେତୃତ୍ୱ ରେ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳାକାର ମାନେ ଗୀତ ନୃତ୍ୟ ନିଖୁଣ ଅଭିନୟ ମାଧ୍ୟମ ରେ ଜଙ୍ଗଲ ନିଆଁ ପୋଡୁଚାଷ ଜୀବଜନ୍ତୁ ଶିକାର ରୁ ନିବୃତ ରହି ଜଙ୍ଗଲ ସୁରକ୍ଷା ଓ଼ ବୃକ୍ଷ ରୋପଣ ପାଇଁ ସଚେତନ କରିଥିଲେ l ଗ୍ରାମବାସୀ ମାନେ ବନବିଭାଗ ର ଏହି ସଚେତନଧର୍ମୀ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଅନେକ କିଛି ଶିକ୍ଷା ଅର୍ଜନ କଲୁ ଏବଂ ଆଗକୁ ସଚେତନ ହେବୁ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀ ଏକ ରାଲିରେ ବାହାରି ପ୍ଲା କାର୍ଡଧରି ଜଙ୍ଗଲ ସୁରକ୍ଷା ପାଇଁ ସ୍ଲୋଗାନ ମାନ ଦେଇ ସମଗ୍ର ଗାଁ ପରିକ୍ରମା କରିଥିଲେ l

କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ 

Related posts

କ୍ୟାନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କଲେ ସାଇଜ୍ଯୋତ୍ସା

masiha

ଧର୍ମଗଡ ପଞ୍ଚାୟତ ସମିତି ର ସଧାରଣ ବୈଠକ ଅନୁଷ୍ଠିତ 

masiha

ଗୁଣପୁର ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

Leave a Comment

error: Content is protected !!