ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଇତିହାସ ରଚିଲା ବେଦାନ୍ତ ଲିମିଟେଡ୍‌ , ଡିଜିଟାଲ୍ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବେ ଗ୍ରାମାଞ୍ଚଳ ଲୋକେ

ଲାଞ୍ଜିଗଡ଼ରୁ ଆରମ୍ଭ ହେଲା ଟିବିମୁକ୍ତ ଭାରତ ଅଭିଯାନ 

ଲାଞ୍ଜିଗଡ଼,୧୭/୦୩(ମନିସ)-କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡରେ ଶିଳ୍ପ ସ୍ଥାପନ ସହିତ ଅଞ୍ଚଳର ବିକାଶରେ ସହଭାଗିତାର ହାତ ବଢାଇ ଆସୁଥିବା ବେଦାନ୍ତ ଲିମିଟେଡ ନିଜର ପାରିପାଶ୍ୱିର୍କ ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ନିରନ୍ତର ଉଦ୍ୟମ ଜାରି ରଖିଛି । ଏଥିପାଇଁ ବେଦାନ୍ତ ଲିମିଟେଡ ତରଫରୁ ବେଦାନ୍ତ ହସ୍ପିଟାଲ ସ୍ଥାପନ କରାଯାଇଥିବାବେଳେ ଏହି ହସ୍ପିଟାଲରେ ବ୍ଲକର ଦୁର୍ଗମରୁ ଦୁର୍ଗମ ଅଞ୍ଚଳର ରୋଗୀମାନେ ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇବା ଏକ ଉଦାହରଣ ସୃଷ୍ଟି କରିଛି । ଏହିଭଳି ସଫଳତା କ୍ରମରେ ଆଜି ବେଦାନ୍ତ ଲିମିଟେଡ ଓ ବେଦାନ୍ତ ହସ୍ପିଟାଲର ଇତିହାସରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡି ହୋଇଯାଇଛି । ଆଜି କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ଲାଞ୍ଜିଗଡରୁ ଟିବିମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହି ଅଭିଯାନ ଜରିଆରେ ଜିଲ୍ଲାର ଲାଞ୍ଜିଗଡ ଓ କେସିଙ୍ଗା ବ୍ଲକର ଟିବି ରୋଗୀମାନଙ୍କୁ ଉତ୍ତମ ଗୁଣବତ୍ତାବିଶିଷ୍ଟ ସୁଷମଖାଦ୍ୟ କିଟ୍ ଯୋଗାଇ ଦିଆଯିବ ବୋଲି ଜଣାପଡିଛି । ଏଥିପାଇଁ ଆଜି ବେଦାନ୍ତ ଲିମିଟେଡ ଓ କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଗିରୀଶ ଚନ୍ଦ୍ର ରାଉତ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଞ୍ଜନ ମିତ୍ର, ଡା. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ, ଡା. ନିହାରେନ୍ଦ୍ର ପଣ୍ଡା, ଡିପିଏମ୍ ଅବନୀରଞ୍ଜନ ମହାପାତ୍ର ଏବଂ ବେଦାନ୍ତ ଲିମିଟେଡ ବାହ୍ୟ ସଂପର୍କ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ସିଏସ୍‌ଆର୍ ବିଭାଗ ଉପମୁଖ୍ୟ ଦିଲିପ ପ୍ରଜାପତି, ବଣ୍ଟିରାଣୀ ପାଟଗିରି, ଭଗବାନ ହୋତାଙ୍କ ସମେତ ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ମେଡିକାଲ ଅଫିସର ଡା. ପ୍ରଶାନ୍ତ ପରମାଣିକ, ଡା. ଚାରୁବାଳା ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଏହା ସ୍ୱାକ୍ଷରିତ ହୋଇଥିଲା । ସେହିପରି ବେଦାନ୍ତ ହସ୍ପିଟାଲ ପକ୍ଷରୁ ସମସ୍ତ ବିସ୍ଥାପିତ ପରିବାରର ସଦସ୍ୟ, ପାରିପାଶ୍ୱର୍ିକ ଅଞ୍ଚଳବାସୀଙ୍କ ସମେତ ରୋଗ ଓ ପରାମର୍ଶ ସେବା ପାଉଥିବା ବ୍ୟକ୍ତିବିଶେଷଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ ପାଇଁ ଏକ ପରିଯୋଜନାର ଶୁଭାରମ୍ଭ ମଧ୍ୟ କରାଯାଇଥିଲା । ଏହାଦ୍ୱାରା ବେଦାନ୍ତ ହସ୍ପିଟାଲ ପକ୍ଷରୁ ତ୍ୱରିତ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇ ଦିଆଯିବାରେ ସୁବିଧା ହେବ ଓ ସେମାନଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂରକ୍ଷିତ ହୋଇ ରହିବ ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ ପାଇଛି । ସେହିପରି ବେଦାନ୍ତ ହସ୍ପିଟାଲ୍ ପରିସରରେ ଆଜି ଅତିଥିମାନଙ୍କ ଦ୍ୱାରା ଏକ ଅଲଟ୍ରାସାଉଣ୍ଡ ମେସିନ୍ ମଧ୍ୟ ଲୋକାର୍ପିତ ହୋଇଥିଲା । ସୂଚନାଯୋଗ୍ୟ ଯେ, ପୂର୍ବରୁ ବେଦାନ୍ତ ହସ୍ପିଟାଲରେ ଉତ୍ତମମାନର ରୋଗୀସେବାକୁ ଦୃଷ୍ଟିରେ ରଖି ଏହାକୁ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ କରାଯାଇଛି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଝାଡ଼ାବାନ୍ତି ପିଛା ଛାଡ଼ୁନି ଖୁଣ୍ଟିପଦର ର : ଆଜି ଦୁଇ ଆକ୍ରାନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲେ ଜଣେ ରୋଗୀ ରେଫର ହେଲେ ଜିଲ୍ଲା ଚିକିତ୍ସାଳୟ କୁ 

Sunil Chandra Nayak

କନ୍ଧମାଳ ଜିଲା ଵରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୁର୍ବେଦ ଚିକିତ୍ସା ଶିଵିର

Sunil Chandra Nayak

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ : ପରିସ୍ଥିତି ନିୟନ୍ତ୍ରଣାଧୀନ

masiha

Leave a Comment

error: Content is protected !!