ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବଙ୍କ ବନ୍ଧୁ ଅର୍ଣ୍ଣାଡା ଶଙ୍କର ଦାସ

ନୂଆପଡା  // ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଦାବ୍ରି ଗ୍ରାମ ପଞ୍ଚାୟତ ଭାଲୁଡୁଙ୍ଗରି ଗ୍ରାମର ଆଦିବାସୀ ଦମ୍ପତ୍ତିଙ୍କୁ ମାସିକ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାର ନିଷ୍ପତି ନେଇଛନ୍ତି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟର ଡାକ୍ତର ଅର୍ଣ୍ଣଦା ଶଙ୍କର ଦାସ । କେନ୍ଦ୍ର ସରକାରଙ୍କ ଯକ୍ଷ୍ମା ମୁକ୍ତ ଭାରତ ଗଠନ ଆହ୍ବାନ କ୍ରମେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଗ୍ରହଣ କରି ସେମାନଙ୍କୁ ମାସିକ ଖାଦ୍ୟ ସାମଗ୍ରୀ ଯୋଗାଣ ନେଇ ନିକ୍ଷ ମିତ୍ର ରୂପେ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଥିଲେ । ତେଣୁ ଡାକ୍ତର ଅନ୍ନଦା ଶଙ୍କର ଦାଶ ଛଅ ମାସ ଧରି ଏହି ଦମ୍ପତିଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ନିଜେ ପ୍ରତିଶ୍ରୁତି ଦେଇଥିଲେ । ଆସନ୍ତା ଛଅ ମାସ ଧରି ମାସିକ ଖାଦ୍ୟ ପ୍ରଦାନ କରିବେ । ଏନେଇ ଡାକ୍ତର ଶ୍ରୀ ଦାଶଙ୍କୁ ପଚାରିବାରୁ ଏହି ପରିବାର ଗୋଟିଏ ଗରିବ ପରିବାର ତିନି ନାବାଳକ ପୁଅ ଝିଅ ଥିବାବେଳେ ବାପା ଓ ମା ଯକ୍ଷ୍ମା ରୋଗୀ ସେମାନେ ଯେତେ ଦିନ ପର୍ଯ୍ୟନ୍ତ ଯକ୍ଷ୍ମା ଔଷଧ ସେବନ କରିବେ ସେତେଦିନ ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଧାର କାର୍ଡ ନଥିବାରୁ ବୈଶାଖୀ ହରିଜନ ଙ୍କୁ ମିଳୁନି ପେନସନ

masiha

ବିଶୋଇ ଥାନା!. ଶୌଚ ପାଇଁ ଯାଇ ନାଳରେ ପଡ଼ି ବୃଦ୍ଧା ମୃତ

ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମଅନୁଷ୍ଠିତ

masiha

Leave a Comment

error: Content is protected !!