ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୧୮/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଡାବୁଗାଁ ଗ୍ରାମର କଳସୀ ମଣ୍ଡପ ଠାରେ ମାଁ ଠାକୁରାଣୀଙ୍କ ନବଦିନ ବ୍ୟାପି ଠାକୁରାଣୀ ଯାତ୍ରା ବା କଳସୀ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଦେବରାଜ ପାତ୍ର ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାତ୍ରିରେ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ କମିଟି ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର ଙ୍କୁ, ଉପସଭାପତି କୁନୁ ପାତ୍ର ଓ ମନୁ ରେଲି, ସଂପାଦକ ବିନୋଦ ସୌରା ଓ ରାମ କୁମାର ଗଣ୍ଡ, ସହସଂପାଦକ ପାପନା ରେଲି ଓ ତରଣୀ ରେଲି ଏବଂ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ । ଏହି ଭଳି ଉପଦେଷ୍ଟା କମିଟିରେ ଦେବରାଜ ପାତ୍ର, ଜଗନ୍ନାଥ ରେଲି, ଜୟନ୍ତ କୁମାର ପାତ୍ର, ରଞ୍ଜିତ ଘରାଇ, ବିଶ୍ଵରଞ୍ଜନ ପାତ୍ର ଓ କେଶବ ରେଲି ମନୋନୀତ ହୋଇଛନ୍ତି । ପାଣ୍ଠି ସଂଗ୍ରହ କମିଟିରେ ଟି. ଶେଖର ରାଓ, ଦିନେଶ ସିଂ, ମହେଶ ପାତ୍ର, ଶାନ୍ତି ସୁନା , ପୁସ୍ତମ ସିଂ ଏବଂ ଉମୁରାହାଣ୍ଡି ଓ ଡଙ୍ଗରିଗୁଡା ଗାଁ ର ପ୍ରମୁଖ ବ୍ୟକ୍ତି ମାନଙ୍କୁ ମଧ୍ୟ କମିଟି ସଭ୍ୟ ଭାବେ ମନୋନୀତ କରାଯାଇଛି । ଆସନ୍ତା ଏପ୍ରିଲ ୩ ସୋମବାର ଦିନ ଯାତ୍ରା ର ଶୁଭାରମ୍ଭ ହୋଇ ଏପ୍ରିଲ ୧୧ ତାରିଖ ଦିନ ଶେଷ ହେବ ବୋଲି ଏହି ବୈଠକ ରେ ନିଷ୍ପତ୍ତି ନିଆଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍  ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ

Sunil Chandra Nayak

ଵାମନଘାଟୀ ଓ ପାନ୍ଚପିଢ ଉପଖଣ୍ଡ କୁ ନେଇ ସ୍ବତନ୍ତ୍ର ଜିଲ୍ଲା ଗଠନ ଦାବି ୯ ଦିନ ପହଞ୍ଚିଲା ; ସଂଗ୍ରାମୀ ଯାଠା ଦଳ କଟକରେ ପହଞ୍ଚିଲେ ;କଟକରେ ଭବ୍ୟ ସମ୍ବର୍ଦ୍ଧନା

” ଅଣୁ ନାଟକ ” ର ଶୁଭ ଉନ୍ମୋଚନ

masiha

Leave a Comment

error: Content is protected !!