ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ମହିଳା ଓ୍ବାର୍କର ଆସୋସିଏସନ୍‌ର ବୈଠକ 

ଢେଙ୍କାନାଳ, ଡା. ୧୯,୦୩, ୨୦୨୩ରିଖ : ଅଦ୍ୟ ରବିବାର ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଅଲ ଓଡିଶା ଅଙ୍ଗନଓ୍ବାଡି ମହିଳା ୱର୍କର ଆସୋସିଏସନ୍‌ର ସଭାନେତ୍ରୀ ପଙ୍କଜିନୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅଙ୍ଗନବାଡ଼ି ମହିଳା ୱ।ର୍କରମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ବିସଦ ଭାବେ ଆଲୋଚନା ହୋଇଥିଲା । ୱାର୍କର ଭଉଣୀମାନଙ୍କ ଆର୍ଥିକ ସମସ୍ୟା ଓ ସଂଘର ଅଗ୍ରଗତି ନିମନ୍ତେ ସମସ୍ତେ ମତାମତ ପ୍ରଦାନ କରିଥିଲେ । ଢେଙ୍କାନାଳ ଜିଲ୍ଲାର ପାଞ୍ଚଟି ବ୍ଲକ ଯଥା ପରଜଙ୍ଗ, କାମାକ୍ଷାନଗର, ହିନ୍ଦୋଳ, ଭୁବନ, କଙ୍କଡ଼ାହାଡ଼ ଭାରତୀୟ ମଜଦୁର ସଂଘର ସଭାପତି, ସଂପାଦକ, କୋଷାଧକ୍ଷ ଓ କର୍ମୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଉକ୍ତ ବୈଠକରେ ସଂପାଦିକା ମାନସୀ ମହାପାତ୍ରଙ୍କ ନେତୃତ୍ଵରେ କାର୍ଯ୍ୟ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍ବର୍ଣପ୍ରଭା ମିଶ୍ର, କିରଣ ସାହୁ, ଅରୁଣା ପୃଷ୍ଟି, ଶାନ୍ତିଲତା ଶତପଥୀ, ସଂଧରାଣୀ ସାହୁ, ହରପ୍ରିୟା ଓଝା, ସଂଧ୍ୟାରାଣୀ ମହାନ୍ତି, ସୁନିତା କଅଁର, କମଳା ସର୍ଦ୍ଦାର ପ୍ରମୁଖ ଯୋଗଦେଇଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ମନ୍ତ୍ରୀ ଗଣେଶରାମଙ୍କ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

Sunil Chandra Nayak

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ବ୍ୟାଙ୍କ ଅଫ୍ ଇଣ୍ଡିଆ,ଆଂଚଳିକ କାର୍ଯ୍ୟାଳୟ ,ବାରିପଦା ପକ୍ଷରୁ ବାରିପଦା ଏବଂ ରାଇରଙ୍ଗପୁର ଠାରେ ବୃହତ ଗ୍ରାହକ ସମ୍ମିଳନୀ

masiha

Leave a Comment

error: Content is protected !!