ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

କାମାକ୍ଷାନଗର -(ମନିସ )20/3/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଁଳାବେରେଣି ପଞ୍ଚାୟତ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ର କାମାକ୍ଷା -ଢେଙ୍କାନାଳ ରାଜ୍ୟ ରାଜପଥ ରେ ନିର୍ମାଣ ହୋଇଥିବା ନାଳ, ଏବେ ମରଣ ଯନ୍ତା ପାଲିଟିଛି l ଦୈନିକ ଏହି ରାସ୍ତା ଦେଇ ଶହଶହ ଗାଡି ଚଳାଚଳ ସାଧାରଣ ଲୋକ ଙ୍କ ଚଳପ୍ରଚଳ ହେଉଛି କିନ୍ତୁ ନିର୍ମାଣ ଧୀନ ନାଳ ଉପରେ ଢାଙ୍କୁଣୀ ନଥିବା ହେତୁ, ବିଗତ ଦିନରେ ଅନେକ ଅଘଟଣ ଘଟୁଛି. ଏହି ରାସ୍ତା ଦେଇ ଜିଲ୍ଲା ଓ ବ୍ଲକ ଅଧିକାରୀ ଓ ଲୋକ ପ୍ରତିନିଧି ଯାତାୟାତ କରୁଥିଲେ ମଧ୍ୟ ଅଣଦେଖା କରୁଛନ୍ତି l ଏହି ମୁକୁଳା ନାଳ ରେ ଅନେକ ଥର ନିରୀହ ଗୃହ ପାଳିତ ପଶୁ ପଡି ଜୀବନ ମରଣ ସଂଘର୍ଷ କରୁଛନ୍ତି l ଅଁଳାବେରେଣୀ ଗ୍ରାମ ର ସଭାପତି ରାମଚନ୍ଦ୍ର ନାୟକ, ଔଷଧ ଦୋକାନୀ ନବ କିଶୋର ସାହୁ, ରଞ୍ଜନ ବିଶ୍ୱାଳ, କୁନା ସାହୁ, କାହ୍ନ ନାୟକ, ଛବି ସାହୁ, ଅଥାନି ସାହୁ ଓ ପାରିମାଳ ଅଞ୍ଚଳର ଯୁବ ସମାଜସେବୀ /ସାମ୍ବାଦିକ ପର୍ଶୁରାମ ମହାଭୋଇଙ୍କ ନେତୃତ୍ୱରେ ଅନେକ ସମୟରେ ମୁକୁଳା ନାଳ ଭିତରୁ ଜୀବଜନ୍ତୁ ପଶୁପକ୍ଷୀ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନିଆଯିଉଛି l ତେଣୁ ପ୍ରଶାସନକୁ ନିବେଦନ ଏହି ମୁକୁଳା ନାଳ ଉପରେ ତୁରନ୍ତ ଢାଙ୍କୁଣୀ ଦେବାର ବ୍ୟବସ୍ଥା କରାଯାଉ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାତୃଶକ୍ତିର ସମାହାର ମିଶନ ସକ୍ତି ହିଁ ସମାଜକୁ ଅଗ୍ରଗତି କରିପାରିବ , ବ୍ଲକ ସ୍ତରୀୟ ମିଶନ ଶକ୍ତି ଫେଡରେସନ୍ ସମାବେଶ

masiha

ବିଡ଼ିଓ ଶ୍ରୀଧର ପଣ୍ଡାଙ୍କ ଦ୍ୱାରା ପ୍ର ଧାନମନ୍ତ୍ରୀ ଆବାସ ଗୃହର ଭୂମି ପୂଜନ

Sunil Chandra Nayak

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

Leave a Comment

error: Content is protected !!