ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍ ଶିବିରରେ କଳାହାଣ୍ଡି ଜିଲ୍ଲାର କୃତିତ୍ବ

ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ  ଭୁବନେଶ୍ୱରରେ ମାର୍ଚ୍ଚ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ତ୍ରି ଦିବସୀୟ ରାଜ୍ୟ ସ୍ତରୀୟ ଯୁବ ରେଡକ୍ରସ୍  ସ୍ଵେଚ୍ଛାସେବୀ ମାନଙ୍କର ଶିକ୍ଷା ଓ ତାଲିମ ଶିବିରରେ କଳାହାଣ୍ଡି ଜିଲ୍ଲାର ସ୍ବେଚ୍ଛାସେବୀ ଛାତ୍ର-ଛାତ୍ରୀ ଓ ପରାମର୍ଶଦାତା ମାନେ ଅଂଶ ଗ୍ରହଣ କରି କୃତିତ୍ବ ଅର୍ଜନ କରିଛନ୍ତି। ଜିଲ୍ଲାରେ ଚଳିତ ବର୍ଷ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ , କୋକସରା ଓ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରିଶିଡାରେ ସଫଳତାର ସହ ଆୟୋଜିତ କରାଯାଇଥିବା  ଦୁଇଟି ଶିବିରରୁ ମୋଟ ଏଗାର ଜଣ ମନୋନୀତ  ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ଓ ୩ ଜଣ ପରାମର୍ଶଦାତା  ଉକ୍ତ ରାଜ୍ୟ ସ୍ତରୀୟ ଶିବିରରେ ଯୋଗ ଦେଇ ଥିଲେ। ଶିବିରର ଉଦଯାପନୀ ଉତ୍ସବରେ ଦୁଇଟି ଶିବିରର ସଫଳ ଆୟୋଜନ ପାଇଁ କଳାହାଣ୍ଡି  ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ଓ ଆବାହକ ସଂପାଦକ ସଞ୍ଜୀବ କୁମାର ସାହୁ ତଥା ଶିବିର ପରିଚାଳନାରେ ଉଲ୍ଲେଖନୀୟ ଅବଦାନ ପାଇଁ ପରାମର୍ଶଦାତା ଡ. ନୃସିଂହାନନ୍ଦ  ସାସମଲଙ୍କୁ ମୁଖ୍ୟ ଅତିଥି – ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ  ସମ୍ମାନୀତ କରିଥିଲେ। ଶିବିରରେ ଆୟୋଜିତ ଏକକ ସଂଗୀତ ପ୍ରତିଯୋଗୀତା ରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବାରୁ ସର୍ଵ ମଙ୍ଗଳା ଡିଗ୍ରୀ ମହାବିଦ୍ୟାଳୟ- ଗୋଲାମୁଣ୍ଡାର ଛାତ୍ର ନବୀନ ଗହିର ଓ ସର୍ବାଧିକ ବାର ରକ୍ତ ଦାତା ଭାବେ ଅମର ଡିଗ୍ରୀ କଲେଜ,କୁସୂର୍ଲା ର ଛାତ୍ର ଚୈତନ୍ୟ ସାହୁଙ୍କୁ  ମୁଖ୍ୟ ଅତିଥି ପୁରସ୍କୃତ କରି ଥିଲେ।ମଞ୍ଚରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ରେଡକ୍ରସର ଅବୈତନିକ ସଚିବ ବିଭୂତି ଭୂଷଣ ପଟ୍ଟନାୟକ, ଯୁବ ରେଡକ୍ରସ ଅଧିକାରୀ ଡ. ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କୃତିତ୍ଵ ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ତଥା ଜିଲ୍ଲାର ସମସ୍ତ ମହା ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ତଥା ପରାମର୍ଶଦାତା ମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ଦୁଇ ଜିଲ୍ଲା  ଯୁବ ରେଡକ୍ରସ୍ ଅଧିକାରୀ କୃତଜ୍ଞତା ଜଣାଇଛନ୍ତି।  ସୂଚନା ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ୍ ବିଭାଗ ତରଫରୁ ରକ୍ତଦାନ ଶିବିର,ବୃକ୍ଷ ରୋପଣ, ଅନ୍ଧ ବିଶ୍ବାସ ଦୂରୀକରଣ, ସଡ଼କ ସୁରକ୍ଷା, ରେଡ୍ ରିବନ୍ କ୍ଲବ୍,ଏଡ଼ସ ନିରାକରଣ, ପ୍ରାଥମିକ ଚିକିତ୍ସା,ବିପର୍ଯ୍ୟୟ ପରିଚାଳନା ଆଦି ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଯୁବପିଢୀଙ୍କୁ ମାନବ ସେବାରେ ପ୍ରେରିତ କରା ଯାଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମକର ସଂକ୍ରାନ୍ତି ଅବସରରେ ଭିନ୍ନକ୍ଷମ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ

Sunil Chandra Nayak

ସ୍ବର୍ଗତ ଫକୀର ମୋହନ ମିଶ୍ର ଙ୍କ ଆଜି ପୁଣ୍ୟ ତିଥିରେ ମନେ ପକାଉଛନ୍ତି ଅଞ୍ଚଳବାସୀ

ଅଶୋକ ତ୍ରିପାଠୀଙ୍କୁ ପୁନର୍ବାର ସାକ୍ଷାତ କଲା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ(ଏସ୍ଏନ୍ଏଲ୍ଇଏ)

Sunil Chandra Nayak

Leave a Comment

error: Content is protected !!