ଥୁଆମୂଳ ରାମପୁର:ମ.ନି.ସ:- ଅଙ୍ଗନବାଡି କର୍ମଚାରୀଙ୍କୁ ଆକ୍ଷେପ ଓ ଖରାପଶଦ୍ଦ ବ୍ଯବହାର କରି ଜଣେ ବିକ୍ତି ଗୀତ ଗାଇ ଭିଡିଓ ଭାଇରାଲ କରିଛନ୍ତି।ଏହାର ପ୍ରତିବାଦ ରେ ଅଲ ଓଡିଶା ଅଙ୍ଗନବାଡି ଓ୍ବାର୍କର୍ସ ଆସୋସିଏସନ ଥୁଆମୂଳ ରାମପୁର ଶାଖା ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଙ୍ଗନବାଡି କର୍ମୀ ଏବେ ସମାଜରେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହି ଗର୍ଭବତୀ ଓ ଶିଶୁ ଙ୍କୁ ସେବା ଯୋଗାଇ ଆସୁଛନ୍ତି। ସେମାନଙ୍କ ବିରୋଧରେ ଏଭଳି ଗୀତ ଗାଇବା ଓ ଅପମାନ ପ୍ରଦର୍ଶନ କରିବା କେତେ ଯୁକ୍ତିଯୁକ୍ତି। ଯେଉଁ ରାଜ୍ୟରେ ଗାଁକୁ କାମ ନାରୀକୁ ସମ୍ମାନ ନାରା ଦିଆଯାଉଛି। ସେ ରାଜ୍ୟରେ ପୁଣି ଏଭଳି ବ୍ଯବହାର ଶୋଭା ପାଉନାହିଁ। ଏହା ଅଙ୍ଗନବାଡି କର୍ମୀଙ୍କୁ ଅପମାନ ସୂଚନା ଥିବାବେଳେ ସାରା ରାଜ୍ୟର ନାରୀମାନଙ୍କ ପ୍ରତି ମଧ୍ୟ ଅପମାନିତ ହୋଇଛି। ନିରୀହ ଅଙ୍ଗନବାଡି କର୍ମୀମାନେ ଖରା,ବର୍ଷା ଶୀତକୁ ଖାତିର ନକରି ସ୍ବାସ୍ଥ୍ୟ ଓ ଶିକ୍ଷା ସହିତ ଯୋଡିତ ରହିଛନ୍ତି। ସେମାନଙ୍କ କାର୍ଯ୍ଯ ଅନୁସାରେ ତାଙ୍କୁ ସରକାରଙ୍କ ତରଫରୁ କମ ଦରମା ଦିଆଯାଉଛି, ସେମାନେ କେତେ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ତାହା ହୃଦୟବାନ ଓ ଶିକ୍ଷିତ ବିକ୍ତି ହିଁ ବୁଝିପାରିବେ। ସେଭଳି ପରିପ୍ରେକ୍ଷିରେ ଏହି ଭଳି ଖରାପଶଦ୍ଦ ପ୍ରୟୋଗ କରି ଗୀତ ଗାଇବା ଉଚିତ୍ ହୋଇ ନାହିଁ । ଏହାକୁ ନେଇ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ବିରୋଧରେ ଥୁଆମୂଳ ରାମପୁର ଅଙ୍ଗନବାଡି କର୍ମୀ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି। ତେବେ ତୂରନ୍ତ ସେ ଅସାମାଜିକ ବ୍ଯକ୍ତିଙ୍କୁ ଗିରଫ୍ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି କରିଛନ୍ତି।ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ
previous post